logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।

4 hrs ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
4 hrs ago

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ

f2490866-f7d6-42f8-8ddb-9de855ce8dc3

ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪

ce155b2f-4df9-462d-adce-7d58dd7198f6

ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା

cdc5e3fc-5f4e-466c-a807-2788478f4fe9

ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।

More news from ଓଡ଼ିଶା and nearby areas
  • ବେଲପାହାଡ଼ ପୌର ପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ହେବା ସହ ଭୋଟ ଗ୍ରହଣ କରାଯାଇଛି। ତେବେ ଏହି ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି। ଗତକାଲି ମଙ୍ଗଳବାର ଦିନ, ନଗରପାଳ ଶ୍ରୀ ପଣ୍ଡାଙ୍କ ସ୍ଥଗିତାଦେଶ ଆବେଦନ ଉପରେ ହାଇକୋର୍ଟର ବିଚାରପତି ଭି. ନରସିଂହ ଶୁଣାଣି କରି ଏକ ସ୍ଥଗିତାଦେଶ ଜାରି କରିଥିଲେ। ନ୍ୟାୟାଳୟ ଆଦେଶ ଦେଇଛନ୍ତି ଯେ, ଏହାର ଚୂଡ଼ାନ୍ତ ଫଳାଫଳ ହାଇକୋର୍ଟର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଦେବା ପରେ ବିରୋଧୀ ଗୋଷ୍ଠୀର ପୌର ଉପାଧ୍ୟକ୍ଷା ରୀନା ସୁନା ଏବଂ କାଉନସିଲର ଯୁଧିଷ୍ଠିର ମୁଖୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
    2
    ବେଲପାହାଡ଼ ପୌର ପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ହେବା ସହ ଭୋଟ ଗ୍ରହଣ କରାଯାଇଛି। ତେବେ ଏହି ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି।

ଗତକାଲି ମଙ୍ଗଳବାର ଦିନ, ନଗରପାଳ ଶ୍ରୀ ପଣ୍ଡାଙ୍କ ସ୍ଥଗିତାଦେଶ ଆବେଦନ ଉପରେ ହାଇକୋର୍ଟର ବିଚାରପତି ଭି. ନରସିଂହ ଶୁଣାଣି କରି ଏକ ସ୍ଥଗିତାଦେଶ ଜାରି କରିଥିଲେ। ନ୍ୟାୟାଳୟ ଆଦେଶ ଦେଇଛନ୍ତି ଯେ, ଏହାର ଚୂଡ଼ାନ୍ତ ଫଳାଫଳ ହାଇକୋର୍ଟର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଦେବା ପରେ ବିରୋଧୀ ଗୋଷ୍ଠୀର ପୌର ଉପାଧ୍ୟକ୍ଷା ରୀନା ସୁନା ଏବଂ କାଉନସିଲର ଯୁଧିଷ୍ଠିର ମୁଖୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    2 hrs ago
  • ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଅଞ୍ଚଳର ଚାଷୀ ଗୋପାଳକୃଷ୍ଣ ସାହୁ ଚଳିତ ରବି ଋତୁରେ ଅଢ଼େଇ ଏକର ଜମିରେ ଧାନ ଚାଷ କରି ତାହା ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ। ମାତ୍ର ତାଙ୍କୁ ଧାନ ବିକ୍ରି ପାଇଁ ଟୋକନ୍ ମିଳିନଥିବା ଏବଂ ଏନେଇ ଦେଇଥିବା ଅଭିଯୋଗର ସମାଧାନ ମଧ୍ୟ ହୋଇନଥିବା ଯୋଗୁଁ ସେ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।
    1
    ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଅଞ୍ଚଳର ଚାଷୀ ଗୋପାଳକୃଷ୍ଣ ସାହୁ ଚଳିତ ରବି ଋତୁରେ ଅଢ଼େଇ ଏକର ଜମିରେ ଧାନ ଚାଷ କରି ତାହା ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ। ମାତ୍ର ତାଙ୍କୁ ଧାନ ବିକ୍ରି ପାଇଁ ଟୋକନ୍ ମିଳିନଥିବା ଏବଂ ଏନେଇ ଦେଇଥିବା ଅଭିଯୋଗର ସମାଧାନ ମଧ୍ୟ ହୋଇନଥିବା ଯୋଗୁଁ ସେ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
  • ଝାରସୁଗୁଡ଼ା ଜିଲ୍ଲା ବାଲିଯୋରି ରେଳ ଧାରଣା ନିକଟରୁ ବରିଷ୍ଠ ଆଇନଜୀବୀ, ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏହି ଅକାଳ ବିୟୋଗରେ ଆଇନଜୀବୀ ମହଲ, ସାମାଜିକ ସଂଗଠନ ତଥା ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଜଣାପଡ଼ିଛି। ତ୍ରିନାଥ ଗୁଆଲ ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ଆଇନ ବୃତ୍ତିରେ କାର୍ଯ୍ୟ କରିବା ସହ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ ଥିଲେ ଏବଂ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ରହୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି।
    1
    ଝାରସୁଗୁଡ଼ା ଜିଲ୍ଲା ବାଲିଯୋରି ରେଳ ଧାରଣା ନିକଟରୁ ବରିଷ୍ଠ ଆଇନଜୀବୀ, ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏହି ଅକାଳ ବିୟୋଗରେ ଆଇନଜୀବୀ ମହଲ, ସାମାଜିକ ସଂଗଠନ ତଥା ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଜଣାପଡ଼ିଛି।

ତ୍ରିନାଥ ଗୁଆଲ ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ଆଇନ ବୃତ୍ତିରେ କାର୍ଯ୍ୟ କରିବା ସହ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ ଥିଲେ ଏବଂ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ରହୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ଦିଲ୍ଲୀରେ ଘଟିଥିବା ଏକ ୧୦ ବର୍ଷର ଶିଶୁ କନ୍ୟାର ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କ୍ୟାବ୍ ଡ୍ରାଇଭରକୁ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ଘଟଣାସ୍ଥଳର ପୁନଃନିର୍ମାଣ କରାଯାଉଥିବା ସମୟରେ ଅଭିଯୁକ୍ତ ଜଣକ ଖସି ପଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ତା’ର ଗୋଡ଼ରେ ଗୁଳି ବାଜିଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ଏବଂ ପୋଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏକ ଗୁରୁତ୍ୱପୂର୍ଣ୍ଣ ନୋଟ୍ ଅନୁଯାୟୀ, ସୋସିଆଲ୍ ମିଡିଆରେ ଅଭିଯୁକ୍ତର ନାମ “ବବଲୁ” ବୋଲି କୁହାଯାଉଛି, କିନ୍ତୁ ଅଧିକାରୀକ ସୂଚନା ଅନୁଯାୟୀ ଅଭିଯୁକ୍ତର ପରିଚୟ ଭିନ୍ନ ଅଟେ। ତେଣୁ, ଅପୁଷ୍ଟ ଦାବି ଉପରେ ବିଶ୍ୱାସ ନକରିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଛି।
    1
    ଦିଲ୍ଲୀରେ ଘଟିଥିବା ଏକ ୧୦ ବର୍ଷର ଶିଶୁ କନ୍ୟାର ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କ୍ୟାବ୍ ଡ୍ରାଇଭରକୁ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ଘଟଣାସ୍ଥଳର ପୁନଃନିର୍ମାଣ କରାଯାଉଥିବା ସମୟରେ ଅଭିଯୁକ୍ତ ଜଣକ ଖସି ପଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ତା’ର ଗୋଡ଼ରେ ଗୁଳି ବାଜିଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ଏବଂ ପୋଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଏକ ଗୁରୁତ୍ୱପୂର୍ଣ୍ଣ ନୋଟ୍ ଅନୁଯାୟୀ, ସୋସିଆଲ୍ ମିଡିଆରେ ଅଭିଯୁକ୍ତର ନାମ “ବବଲୁ” ବୋଲି କୁହାଯାଉଛି, କିନ୍ତୁ ଅଧିକାରୀକ ସୂଚନା ଅନୁଯାୟୀ ଅଭିଯୁକ୍ତର ପରିଚୟ ଭିନ୍ନ ଅଟେ। ତେଣୁ, ଅପୁଷ୍ଟ ଦାବି ଉପରେ ବିଶ୍ୱାସ ନକରିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସତ୍ତ୍ୱେ କାମ ଅଧାରୁ ଅଟକି ରହିଛି, ଯାହାକୁ ନେଇ ପ୍ରଶ୍ନ ଉଠିଛି ଯେ ଶ୍ରେଣୀଗୃହ ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ।
    1
    ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସତ୍ତ୍ୱେ କାମ ଅଧାରୁ ଅଟକି ରହିଛି, ଯାହାକୁ ନେଇ ପ୍ରଶ୍ନ ଉଠିଛି ଯେ ଶ୍ରେଣୀଗୃହ ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 hrs ago
  • ବରଗଡ଼ ଜିଲ୍ଲା ବରପାଲିରେ ଥିବା ଓମ୍ ଶାନ୍ତି ବର ଦାନୀ ଭବନ ପକ୍ଷରୁ ଏକ ସମ୍ମାନିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଗଦମ୍ବା ସରସ୍ୱତୀ ମାମାଙ୍କ ଶ୍ରୁତି ଦିବସ ପାଳନ କରାଯିବା ସହିତ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବାଧ ଚୋରାଚାଲାଣ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ଦିବସ ମଧ୍ୟ ପାଳିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ଉପସ୍ଥିତ ସମସ୍ତଙ୍କୁ ଭୋଗ ବଣ୍ଟନ କରାଯାଇଥିଲା। ଏହି ଆୟୋଜନରେ ବି.କେ. ଶିବ କୁମାର, ବି.କେ. ଆକାଶ, ବି.କେ. ଅଞ୍ଜଲି, ବି.କେ. ସୁରେନ୍ଦ୍ର, ବି.କେ. ଅନୁସୂୟା ଏବଂ ବି.କେ. ଅମୂଲ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    1
    ବରଗଡ଼ ଜିଲ୍ଲା ବରପାଲିରେ ଥିବା ଓମ୍ ଶାନ୍ତି ବର ଦାନୀ ଭବନ ପକ୍ଷରୁ ଏକ ସମ୍ମାନିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଗଦମ୍ବା ସରସ୍ୱତୀ ମାମାଙ୍କ ଶ୍ରୁତି ଦିବସ ପାଳନ କରାଯିବା ସହିତ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବାଧ ଚୋରାଚାଲାଣ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ଦିବସ ମଧ୍ୟ ପାଳିତ ହୋଇଥିଲା।

କାର୍ଯ୍ୟକ୍ରମ ପରେ ଉପସ୍ଥିତ ସମସ୍ତଙ୍କୁ ଭୋଗ ବଣ୍ଟନ କରାଯାଇଥିଲା। ଏହି ଆୟୋଜନରେ ବି.କେ. ଶିବ କୁମାର, ବି.କେ. ଆକାଶ, ବି.କେ. ଅଞ୍ଜଲି, ବି.କେ. ସୁରେନ୍ଦ୍ର, ବି.କେ. ଅନୁସୂୟା ଏବଂ ବି.କେ. ଅମୂଲ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମ ପଞ୍ଚାୟତର ଖଣ୍ଡୋକଟା ଗ୍ରାମରେ ଚାରିଆଡ଼ ଅନ୍ଧାର ମେଘ ଘୋଡ଼ାଇ ରହିଛି। ବିଜୁଳି ଘଡ଼ଘଡ଼ି ହେଉଥିବା ସତ୍ତ୍ୱେ ବର୍ଷା କମ୍ ପରିମାଣରେ ହେଉଛି।
    1
    ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମ ପଞ୍ଚାୟତର ଖଣ୍ଡୋକଟା ଗ୍ରାମରେ ଚାରିଆଡ଼ ଅନ୍ଧାର ମେଘ ଘୋଡ଼ାଇ ରହିଛି। ବିଜୁଳି ଘଡ଼ଘଡ଼ି ହେଉଥିବା ସତ୍ତ୍ୱେ ବର୍ଷା କମ୍ ପରିମାଣରେ ହେଉଛି।
    user_Rajkishor Sethi
    Rajkishor Sethi
    Kochinda, Sambalpur•
    22 hrs ago
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।
    4
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି।

ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.