Shuru
Apke Nagar Ki App…
ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଅଞ୍ଚଳର ଚାଷୀ ଗୋପାଳକୃଷ୍ଣ ସାହୁ ଚଳିତ ରବି ଋତୁରେ ଅଢ଼େଇ ଏକର ଜମିରେ ଧାନ ଚାଷ କରି ତାହା ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ। ମାତ୍ର ତାଙ୍କୁ ଧାନ ବିକ୍ରି ପାଇଁ ଟୋକନ୍ ମିଳିନଥିବା ଏବଂ ଏନେଇ ଦେଇଥିବା ଅଭିଯୋଗର ସମାଧାନ ମଧ୍ୟ ହୋଇନଥିବା ଯୋଗୁଁ ସେ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।
The Voice News Odisha
ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଅଞ୍ଚଳର ଚାଷୀ ଗୋପାଳକୃଷ୍ଣ ସାହୁ ଚଳିତ ରବି ଋତୁରେ ଅଢ଼େଇ ଏକର ଜମିରେ ଧାନ ଚାଷ କରି ତାହା ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ। ମାତ୍ର ତାଙ୍କୁ ଧାନ ବିକ୍ରି ପାଇଁ ଟୋକନ୍ ମିଳିନଥିବା ଏବଂ ଏନେଇ ଦେଇଥିବା ଅଭିଯୋଗର ସମାଧାନ ମଧ୍ୟ ହୋଇନଥିବା ଯୋଗୁଁ ସେ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏହି ଘଟଣା ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।
More news from Jharsuguda and nearby areas
- ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବେଲପାହାଡ଼ ନଗରପାଳଙ୍କ ବିରୋଧରେ ଜୁନ ୨୪ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ନ୍ୟାୟମୂର୍ତ୍ତି ଭି. ନରସିଂହଙ୍କ ଖଣ୍ଡପୀଠ ନିର୍ଦ୍ଧାରିତ ସମୟରେ ଅନାସ୍ଥା ଭୋଟ ବୈଠକ ଅନୁଷ୍ଠିତ ହେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏହାର ଫଳାଫଳ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଲପାହାଡ଼ ନଗରପାଳ ନିମାଇ ଚରଣ ପଣ୍ଡା ଉଚ୍ଚ ନ୍ୟାୟାଳୟରେ ରିଟ୍ ଆବେଦନ କରି ଦର୍ଶାଇଥିଲେ ଯେ, ତାଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ସହ ଆବଶ୍ୟକ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇନାହିଁ। ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନ୍ସିଲର ଏବଂ ରାଜ୍ୟ ସରକାର ଦାବି କରିଛନ୍ତି ଯେ, ନୋଟିସ ଓ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ନୋଟିସ ପ୍ରଦାନ କରିବାକୁ ଯାଇଥିବା ପ୍ରକ୍ରିୟା ସେବକ ଏହାକୁ ଆବେଦକଙ୍କ ପରିବାର ସଦସ୍ୟଙ୍କୁ ଦେବାକୁ ଚେଷ୍ଟା କରିଥିଲେ। ସେମାନେ ଗ୍ରହଣ କରିବାକୁ ମନା କରିବା ପରେ ନୋଟିସକୁ ଘରେ ଲଗାଇ ଦିଆଯାଇଥିଲା। ଏହି ଦାବିକୁ ଆବେଦକଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୩୦ ତାରିଖରେ ହେବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଜୁନ ୨୫ ତାରିଖ ସୁଦ୍ଧା ସପଥପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ରହିତାଦେଶ ବଳବତ୍ତର ରହିବ।1
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।4
- କତାରରେ ହୋଇଥିବା ଗ୍ୟାସ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୨ ଭାରତୀୟଙ୍କ ମୃତଦେହକୁ ଖୁବ୍ ଶୀଘ୍ର ଭାରତ ଫେରାଇ ଅଣାଯିବ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କତାରର ଅଧିକାରୀଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ ଏହି ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି।1
- ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ, ନିର୍ମାଣ କାମ ଅଧାପନ୍ତରିଆ ରହିଛି। ଏଭଳି ସ୍ଥିତିରେ ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଜମନକିରା ବ୍ଲକର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି, ଯାହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଛି। ଟିକିବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ମାତ୍ର ୩ଟି ଶ୍ରେଣୀଗୃହ ଥିବାରୁ ଶିକ୍ଷକମାନେ ପାଠଦାନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ୨୦୨୩-୨୪ ମସିହାରେ ଜମନକିରାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଲିଖିତ ଆବେଦନ କରିଥିଲେ ଏବଂ ଏଥିପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ଆରମ୍ଭ ହେବାର ବହୁ ସମୟ ବିତିଯାଇଥିଲେ ମଧ୍ୟ ଶ୍ରେଣୀଗୃହଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏନେଇ ପଚାରିବାରୁ ସମ୍ପୃକ୍ତ ଠିକାଦାର କହିଛନ୍ତି ଯେ ଉକ୍ତ କାମ ପାଇଁ ଆଉ ଅର୍ଥ ନାହିଁ ଏବଂ କାମ ସମ୍ପୂର୍ଣ୍ଣ କଲେ ମଧ୍ୟ ବିଲ୍ ମିଳିବ ନାହିଁ। ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଚଳିତ ଶିକ୍ଷାବର୍ଷରେ ଯଦି ଏହି ଶ୍ରେଣୀଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ନହୁଏ, ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଭିନ୍ନ ଅସୁବିଧା ଦେଖାଦେବ। ତେଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ ପଟେଲ ପ୍ରଶାସନଙ୍କୁ ଏହି ଅସମ୍ପୂର୍ଣ୍ଣ ଶ୍ରେଣୀଗୃହକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଦୃଢ଼ ଦାବି ଜଣାଇଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ କେବେ ଏହି ଅସମ୍ପୂର୍ଣ୍ଣ ଶ୍ରେଣୀଗୃହକୁ ସମ୍ପୂର୍ଣ୍ଣ କରୁଛି ଏବଂ ପ୍ରଶାସନ କାହିଁକି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିରବ ଦ୍ରଷ୍ଟା ସାଜିଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।1
- ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପାଇଁ କାଉନସିଲରମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୌରପରିଷଦ ସଭାଗୃହରେ ପହଞ୍ଚିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭୋଟକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଜୋର ଧରିଛି।1
- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ୨୩/୦୬/୨୬ ରେ ଏକ ଜିଲ୍ଲାସ୍ତରୀୟ ମାସିକ ପାନୀୟ ଜଳ ଓ ପରିମଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାରେ ଚାଲୁ ରହିଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଆଗାମୀ ମୌସୁମୀ ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି, ଜଳାଭାବ ଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଏବଂ ‘ବସୁଧା’ ଯୋଜନା ଅଧୀନରେ ଆସିଥିବା ଅଭିଯୋଗଗୁଡ଼ିକର ସମାଧାନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗୀୟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ନୂତନ ନଳକୂପ ସ୍ଥାପନ ଏବଂ ବର୍ଷା ଦିନ ପୂର୍ବରୁ ସମସ୍ତ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଶୋଧନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି, ଯାହା ଦ୍ୱାରା ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏହି ବୈଠକରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ରାସ୍ତା କାମ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଇପ୍ଲାଇନ୍ଗୁଡ଼ିକର ସମସ୍ୟା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ସମସ୍ୟାର ସମାଧାନ କରି ଆଗାମୀ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ବଜାୟ ରଖିବାକୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି।4
- ତାଇକୋଣ୍ଡୋ ଖେଳରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନ୍ୱେଷ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୀରମହାରାଜପୁରରେ ଆୟୋଜିତ 'ବିକଶିତ ଓଡ଼ିଶା ସଶକ୍ତ ଏମ୍ଏସଏମଇ' କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଏବିଡିଓ ପୁରୁଷୋତ୍ତମ ଧରୁଆଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ।2