Shuru
Apke Nagar Ki App…
ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ, ନିର୍ମାଣ କାମ ଅଧାପନ୍ତରିଆ ରହିଛି। ଏଭଳି ସ୍ଥିତିରେ ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Hemanta bhainsa
ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ, ନିର୍ମାଣ କାମ ଅଧାପନ୍ତରିଆ ରହିଛି। ଏଭଳି ସ୍ଥିତିରେ ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
More news from Jharsuguda and nearby areas
- ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ପଦ୍ମ ପୁରସ୍କାର ପ୍ରସଙ୍ଗରେ, ଗାୟିକା ଅଲକା ୟାଗ୍ନିକ୍ଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିବା ବେଳେ, ୩ ଜଣ ଓଡ଼ିଆ – ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଏବଂ ଚରଣ ହେମ୍ବ୍ରମ – ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ହାଇକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି ଯେ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ସହାୟତା ରାଶି ₹୧୦ ଲକ୍ଷକୁ ବଢ଼ାଯାଇଛି। କୋଲକାତାରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ବଜ୍ରପାତ ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଲ୍ ନିନୋ ଭୟକୁ ପଛରେ ପକାଇ ଚାଷୀମାନେ ବମ୍ପର ଖରିଫ ଚାଷ କରିଛନ୍ତି, ଏପର୍ଯ୍ୟନ୍ତ ୧୨୦ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ସରିଲାଣି। ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ସମଗ୍ର ସହର ସିସିଟିଭି ନଜରରେ ରହିବ। ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହଜ ହେବ, ସେମାନେ ନିଜର ଆଧାର କାର୍ଡ ସ୍କାନ କରି ଲମ୍ୱା ଧାଡ଼ିରେ ନ ଛିଡ଼ା ହୋଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଭୁବନେଶ୍ୱରରେ RI/Amin ପରୀକ୍ଷା ୨୮ ତାରିଖରେ ହେବାକୁ ଥିବା ବେଳେ OTET ଜୁଲାଇ ୫କୁ ଘୁଞ୍ଚିଛି ଏବଂ TET ଉତ୍ତୀର୍ଣ୍ଣ ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି। ନୟାଗଡ଼ର ଉପଜିଲ୍ଲାପାଳ କଡ଼ା ଚେତାବନୀ ଦେଇଛନ୍ତି ଯେ ବାପା-ମାଆଙ୍କ ସେବା ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୈାସୁମି ସାରା ଓଡ଼ିଶା ଛୁଇଁ ସାରିଛି ଏବଂ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା ରହିଛି। ରାଜଧାନୀରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ ଘନଉଛି, ସଂଶୋଧିତ ପୁସ୍ତକରେ ମଧ୍ୟ ଭୁଲ୍ ବାହାରୁଛି। ଭୁବନେଶ୍ୱରରେ ୪ ଦିନ ଧରି ଚାଲିବ ଫିଲ୍ମ ଫେଷ୍ଟିଭାଲ୍। ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ ହୋଇପଡ଼ିଛନ୍ତି, ସେମାନେ ନିଶା ଔଷଧ ଖାଇଥିବା ସନ୍ଦେହ କରାଯାଉଛି। ପାଟକୁରା ରାଜନୀତିରେ ବିଜେଡି ଓ ଅରବିନ୍ଦ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି। 'ରାତ୍ରିଚର ଓ କୁକୁର' ପ୍ରସଙ୍ଗରେ ସ୍ବର୍ଣ୍ଣ ମହଲ ଉପଦେଷ୍ଟାଙ୍କ ବୟାନକୁ ନେଇ ଯାତ୍ରାଜଗତରେ ଝଡ଼ ସୃଷ୍ଟି ହୋଇଛି। ଭଦ୍ରକରେ ଏକ ଲାଟିନ୍ ଭିତରୁ ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର କରାଯାଇଛି। ଜଗତସିଂହପୁରରେ ଜାଲ୍ ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳଙ୍କୁ ବହିଷ୍କୃତ କରାଯାଇଛି। ଏକାଧିକ ଭୋଟର ପରିଚୟ ପତ୍ର ରଖିବା ଅଭିଯୋଗରେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। କୋଲକାତାରେ ମମତା ବାନାର୍ଜୀ ୮ ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଭାଙ୍କ୍ୟୁଭରରେ ଖେଳାଯାଇଥିବା ଫୁଟବଲ ବିଶ୍ୱକପ୍ ଇତିହାସରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ନିଜର ପ୍ରଥମ ବିଜୟ ହାସଲ କରିଛି।1
- ବୌଦ୍ଧରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା TPSODL ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ଦୁର୍ବୃତ୍ତମାନେ ପଶି ନଗଦ ୩୦ ହଜାର ଟଙ୍କା ସହିତ ଦୁଇଟି ମୋବାଇଲ ଫୋନ ଚୋରି କରି ନେଇଛନ୍ତି। ଏହି ସମସ୍ତ ଘଟଣା କେଶବ ସାହୁଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଚୋରି ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍ ମଧ୍ୟ ବୌଦ୍ଧ ପୋଲିସକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।1
- ସୋନପୁରର କଲ୍ୟାଣ ମଣ୍ଡପରେ ପିଏମ ସ୍ୱନିଧି ମହୋତ୍ସବର ୬ ବର୍ଷ ଅନୁଷ୍ଠିତ ହୋଇଛି।1
- ପୁରୀ ସହର ଓ ସଦରବାସୀଙ୍କୁ ଶ୍ରୀମନ୍ଦିରରେ ପୂର୍ବପରି ପ୍ରବେଶ ଏବଂ ଦର୍ଶନ ଅଧିକାର ପ୍ରଦାନ ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୫ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରୁ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି ଯେ, ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ? ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ ଓ ଅନେକ ପରିବାରର ବେଦନା ମିଶିଯାଉଛି, ଯାହା ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷାକୁ ପ୍ରକାଶ କରୁଛି। ଆୟୋଜକମାନେ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି। ତାଙ୍କ ମହାପ୍ରସାଦରେ ଯେପରି ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ। ଭଗବାନଙ୍କ ଦ୍ୱାରରେ ଭିଆଇପି ଓ ସାଧାରଣର ଭେଦଭାବ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ। ତେଣୁ, ଏହି ପଦଯାତ୍ରା କେବଳ ପ୍ରବେଶ ଅଧିକାରର ଦାବି ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ। ସେମାନେ ଜୋର ଦେଇ କହିଛନ୍ତି, “ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।” ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି। ୮୫ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଆଜିର ପଦଯାତ୍ରାରେ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମନୋରଞ୍ଜନ ରଣସିଂହ, ମମତା ସ୍ୱାଇଁ, ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ପ୍ରଣତି ରାୟ, ପବିତ୍ରା ନାୟକ, ବନିତା ଦିକ୍ସିତ, ପ୍ରତିଭା ନାୟକ, ରଞ୍ଜୁଲତା ଲେଙ୍କା, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ରାଜା ମହାନ୍ତି, ନୃସିଂହ ନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ସନ୍ତୋଷ ସେନାପତି, ଜଗନ୍ନାଥ ମହାନ୍ତି, ବିଶ୍ୱନାଥ ମିଶ୍ର, ଶିଶିର କାନ୍ତ ସତପଥୀ, କିଶୋର ଚନ୍ଦ୍ର ଦାସ, ସୁବାସ ପଟ୍ଟନାୟକ, ବୈଶାଳୀ ପ୍ରଧାନ, ରିତିକା ପ୍ରଧାନ, ନେହା ବେହେରା, ଶିମ୍ରନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।1
- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଳାହାଣ୍ଡି ଗସ୍ତ କରି ଜଙ୍ଗଲ ଅଧିକାର ପ୍ରାପ୍ତ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ ଭୂମିହୀନ ଲୋକମାନେ ମଧ୍ୟ ଜାତି ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ପାଇପାରିବେ।1
- ବରଗଡ଼ର ରେଶମ ସାହ୍ଲେପାଳିରେ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ପ୍ରତିଛବି ସଦୃଶ ଏକ ଆକୃତି ଦେଖାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ଅନେକେ ଅଲୌକିକ ଦୃଶ୍ୟ ବୋଲି ବର୍ଣ୍ଣନା କରୁଛନ୍ତି। ଉପଲବ୍ଧ ଭିଡିଓରେ ଘଟଣାସ୍ଥଳର ଦୃଶ୍ୟକୁ ପ୍ରସ୍ତୁତ କରାଯାଇଛି।1
- ବେଲପାହାଡ଼ବାସୀଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି, କାରଣ 14 କାଉନସିଲର ଅଜ୍ଞାତବାସରୁ ଫେରିଛନ୍ତି। ଏହି କାଉନସିଲରମାନେ କଡ଼ା ସୁରକ୍ଷା ବଳୟରେ ସିଧାସଳଖ ମତଦାନ କକ୍ଷକୁ ଯାଇଥିଲେ।1
- ପୁରୀର ବଳିଆପଣ୍ଡା ଅଞ୍ଚଳରେ ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ଚନ୍ଦନ କୁମାର ପଲାରକୁ ଏନକାଉଣ୍ଟରରେ ଆହତ କରିଛି। ଏହି ଘଟଣା ପରେ ଅଭିଯୁକ୍ତ ଚନ୍ଦନ କୁମାର ପଲାରକୁ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଞ୍ଚଳ ଓ ମେଡିକାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।1