logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ : ପ୍ରଶାସନ ପକ୍ଷରୁ ରିଲିଫ, ସ୍ୱାସ୍ଥ୍ୟସେବା ଓ ସତର୍କତାମୂଳକ ପଦକ୍ଷେପ ଜାରି.. କେନ୍ଦ୍ରାପଡ଼ା, ୩୧ ଜୁଲାଇ: ୩୧ ଜୁଲାଇ ୨୦୨୬ ସକାଳ ୧୦.୦୦ଟା ସୁଦ୍ଧା ପ୍ରାପ୍ତ ସ୍ଥିତି ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ ୭ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ଏହାସହ ୩୮ଟି ଗ୍ରାମ ପଞ୍ଚାୟତ, ୭୫ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ ହୋଇଛି। ବନ୍ୟା ପ୍ରଭାବରେ ୧୫,୬୫୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ୧ଟି ଆଶ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ଏବଂ ବର୍ତ୍ତମାନ ସେଠାରେ ୩୦୦ ଜଣ ଆଶ୍ରୟ ନେଇଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ୧ଟି ମାଗଣା ରନ୍ଧାଖାଦ୍ୟ (ଫ୍ରି କିଚେନ୍) କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ର ମାଧ୍ୟମରେ ୩୦୦ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଆବଶ୍ୟକୀୟ ରିଲିଫ ସାମଗ୍ରୀ ଭାବେ ଆଜି ୧୬ କ୍ୱିଣ୍ଟାଲ ଚୁଡ଼ା, ୧.୫ କ୍ୱିଣ୍ଟାଲ ଗୁଡ଼, ୫ଟି ପଲିଥିନ୍ ରୋଲ୍, ୭ କାର୍ଟନ୍ ବିସ୍କୁଟ, ୧ କାର୍ଟନ୍ ମହମବତୀ ଏବଂ ୧ କାର୍ଟନ୍ ଦିଆସିଲି ବଣ୍ଟନ କରାଯାଇଛି। ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ୮ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ସେଥିମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୨ଟି ଏବଂ ମାର୍ଶାଘାଇରେ ୧ଟି ମେଡିକାଲ ଟିମ୍ କାର୍ଯ୍ୟରତ ରହିଛି। ରିପୋର୍ଟ ଅନୁଯାୟୀ କୌଣସି ଜନହାନି କିମ୍ବା ପଶୁଙ୍କହାନି ଘଟିନାହିଁ। ୨,୦୩୦ଟି ପଶୁ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ୧,୭୨୪ଟି ବଡ଼ ପଶୁ ଏବଂ ୩୦୬ଟି ଛୋଟ ପଶୁ ରହିଛନ୍ତି। ଫସଲ କ୍ଷୟକ୍ଷତିର ଆକଳନ ବନ୍ୟାଜଳ କମିବା ପରେ କରାଯିବ। ପ୍ରାଥମିକ ଆକଳନ ଅନୁଯାୟୀ ୫ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୨ଟି ରାସ୍ତା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ବିଦ୍ୟୁତ ସରବରାହରେ କୌଣସି ବାଧା, ଗଛ ଉପୁଡ଼ିବା କିମ୍ବା ଅନ୍ୟ କୌଣସି ବଡ଼ ଧରଣର ଭିତ୍ତିଭୂମି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ପ୍ରଭାବିତ ଅଞ୍ଚଳରେ ସମସ୍ତ ଲାଇନ୍ ବିଭାଗ ସହ ସମନ୍ୱୟ ରକ୍ଷା କରି ରିଲିଫ, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକୀୟ ସହାୟତା କାର୍ଯ୍ୟ ଜାରି ରହିଛି। ଜନସାଧାରଣଙ୍କୁ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ପାଳନ କରିବା ଏବଂ ଆବଶ୍ୟକ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

7 hrs ago
user_Bebina Malla
Bebina Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।
    1
    ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି
ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    1
    ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
    1
    ଦେବୀ  ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    15 hrs ago
  • ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    1
    ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll
    1
    ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll 
ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.