logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲି। ଏହି ଯୋଜନା ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ଅନୁଭୂତି ଏବଂ ଆଗାମୀ ପିଢ଼ି ପାଇଁ ଦେଖିଥିବା ଏକ ବଡ଼ ସ୍ୱପ୍ନର ସାକାର ରୂପ। ଆମ ସରକାର ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା ଆମ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବ। ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା। "ନିପୁଣ ଓଡ଼ିଶା" ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ ର ସଫଳ ରୂପାୟନ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତାରେ ନିପୁଣ କରିବାକୁ ସଂକଳ୍ପବଦ୍ଧ। ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ ସହ ଶିକ୍ଷକମାନଙ୍କ ନିଯୁକ୍ତି ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ମୋର ବିଶ୍ୱାସ, ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ୨୦୩୬ ସୁଦ୍ଧା ଏକ 'ସମୃଦ୍ଧ ଓଡ଼ିଶା' ଗଠନ କରିବାରେ ମୁଖ୍ୟ ସ୍ତମ୍ଭ ସାଜିବେ। ଆମର କୋମଳମତି ଛାତ୍ରଛାତ୍ରୀମାନେ ପଢ଼ିବେ, ବଢ଼ିବେ ଏବଂ ବିକଶିତ ଓଡ଼ିଶାର ଯଥାର୍ଥ କର୍ଣ୍ଣଧାର ହେବେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

1 day ago
user_GANESH PANlGRAHl
GANESH PANlGRAHl
Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
1 day ago
2aeeb277-7663-4378-ac8f-d2bfa1d0a3b1

ଆଜି ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲି। ଏହି ଯୋଜନା ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ଅନୁଭୂତି ଏବଂ ଆଗାମୀ ପିଢ଼ି ପାଇଁ ଦେଖିଥିବା

10ccf094-93c7-4634-a6dc-2feae266cb8a

ଏକ ବଡ଼ ସ୍ୱପ୍ନର ସାକାର ରୂପ। ଆମ ସରକାର ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା ଆମ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବ। ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା।

07216802-fc10-4397-8699-bf61d253eec9

"ନିପୁଣ ଓଡ଼ିଶା" ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ ର ସଫଳ ରୂପାୟନ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତାରେ ନିପୁଣ କରିବାକୁ ସଂକଳ୍ପବଦ୍ଧ। ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ ସହ ଶିକ୍ଷକମାନଙ୍କ ନିଯୁକ୍ତି ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ।

56504e17-ff4f-4ae6-9feb-aced127d708a

ମୋର ବିଶ୍ୱାସ, ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ୨୦୩୬ ସୁଦ୍ଧା ଏକ 'ସମୃଦ୍ଧ ଓଡ଼ିଶା' ଗଠନ କରିବାରେ ମୁଖ୍ୟ ସ୍ତମ୍ଭ ସାଜିବେ। ଆମର କୋମଳମତି ଛାତ୍ରଛାତ୍ରୀମାନେ ପଢ଼ିବେ, ବଢ଼ିବେ ଏବଂ ବିକଶିତ ଓଡ଼ିଶାର ଯଥାର୍ଥ କର୍ଣ୍ଣଧାର ହେବେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from Ganjam and nearby areas
  • #ANM_ଦିଦିଙ୍କ_ଔଦ୍ଧତ୍ୟ_ସାମ୍ବାଦିକଙ୍କୁ_ଦୁର୍ବ୍ୟବହାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । #Ganjam #ANM #Journalist #Misbehaviour #Odisha
    1
    #ANM_ଦିଦିଙ୍କ_ଔଦ୍ଧତ୍ୟ_ସାମ୍ବାଦିକଙ୍କୁ_ଦୁର୍ବ୍ୟବହାର
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ  ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । 
#Ganjam #ANM #Journalist #Misbehaviour #Odisha
    user_Ganjam Khabar
    Ganjam Khabar
    Journalist Purusottampur, Ganjam•
    9 hrs ago
  • କଳିଙ୍ଗା ଘାଟିର ବଗିଚାରେ ବାଘ
    1
    କଳିଙ୍ଗା ଘାଟିର ବଗିଚାରେ ବାଘ
    user_Samanta Sekhar Nayak
    Samanta Sekhar Nayak
    Journalist G.Udayagiri, Kandhamal•
    12 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    4 hrs ago
  • ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ
    1
    ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ---
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି।  ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    1
    କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    16 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
  • ବିଧାୟକ ଏବଂ ଅଧକ୍ଷ ଙ୍କ କାର୍ଯ୍ୟକୁ ବିରୋଧ କରି ବ୍ଲକ ଘେରାଉକଲା ବିଜେଡି, କାଉଣ୍ଟର କଲା ବିଜେପି, ପୂର୍ବତନ ବିଧାୟିକା ଙ୍କ ପରିବାର ପୂର୍ବରୁ ଦୁର୍ନୀତୁ କରୁଥିଲେ ଏବଂ ବିକାଶ ଦେଖି ବିରୋଧି ସାହିପାରୁନଥିବା କହିଲେ ଅଧକ୍ଷ କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି l ବନଦେବୀ ମନ୍ଦିର ଠାରୁ ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ହାତରେ ଫ୍ଲାଗ କାର୍ଡ ଧରି ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ l ସାର ସମସ୍ୟା ଭଳି ଏଗାର ଦଫା ଦାବୀ ନେଇ ଦଳ ବ୍ଲକ କାର୍ଯ୍ୟାଳୟ ଘେରିଥିବା ବେଳେ ବିଶେଷ କରି ବ୍ଲକ ଅଧକ୍ଷ ଏବଂ ଆସିକା ବିଧାୟକ ଙ୍କ ବିରୋଧ ବିଷୋଦଗାର କରିଛି ଦଳ l ଉଭୟ ପିସି କାରବାର ରେ ଲିପ୍ତ ରହିବା ସହ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ଅଭିଯୋଗ କରି ଏକ ଦାବିପତ୍ର ବିଡିଓ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ବିଡିଓ ଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ଅନ୍ୟପଟେ ବିଜେଡି ପ୍ରତିବାଦ କୁ କାଉଣ୍ଟର କରିଛି ବିଜେପି l ଭାରପ୍ରାପ୍ତ ଅଧକ୍ଷ ବୀରେନ୍ଦ୍ର ଖଟେଇ ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ ଆଳରେ ଜନସମାଗମ ଆୟୋଜନ କରାଯାଇଥିଲା l ଏହି ସଭା ରେ ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନଙ୍କ କଳା କାରନାମା ର ଖୁଲାସା କରିଥିଲେ ଅଧକ୍ଷ l ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନେ ପୂର୍ବରୁ ବହୁ ଦୁର୍ନୀତି ରେ ଲିପ୍ତ ଥିଲେ l ବାଲି,ପଥର, ମଦ ବ୍ୟବସାୟ ରେ ସଶ୍ଳିଷ୍ଟ ରହି ଦୁର୍ନୀତି କରୁଥିଲେ l ବର୍ତମାନ ର ବିଜେପି ସରକାର ର ବିକାଶ କାର୍ଯ୍ୟ ଦେଖି ସେମାନେ ସାହିପାରୁନଥିବା କହିଛନ୍ତି ଅଧକ୍ଷ l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବିଧାୟକ ଏବଂ ଅଧକ୍ଷ ଙ୍କ କାର୍ଯ୍ୟକୁ ବିରୋଧ କରି ବ୍ଲକ ଘେରାଉକଲା ବିଜେଡି, କାଉଣ୍ଟର କଲା ବିଜେପି, ପୂର୍ବତନ ବିଧାୟିକା ଙ୍କ ପରିବାର ପୂର୍ବରୁ ଦୁର୍ନୀତୁ କରୁଥିଲେ ଏବଂ ବିକାଶ ଦେଖି ବିରୋଧି ସାହିପାରୁନଥିବା କହିଲେ ଅଧକ୍ଷ 
କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି l ବନଦେବୀ ମନ୍ଦିର ଠାରୁ ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ହାତରେ ଫ୍ଲାଗ କାର୍ଡ ଧରି ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ l ସାର ସମସ୍ୟା ଭଳି ଏଗାର ଦଫା ଦାବୀ ନେଇ ଦଳ ବ୍ଲକ କାର୍ଯ୍ୟାଳୟ ଘେରିଥିବା ବେଳେ ବିଶେଷ କରି ବ୍ଲକ ଅଧକ୍ଷ ଏବଂ ଆସିକା ବିଧାୟକ ଙ୍କ ବିରୋଧ ବିଷୋଦଗାର କରିଛି ଦଳ l ଉଭୟ ପିସି କାରବାର ରେ ଲିପ୍ତ ରହିବା ସହ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ଅଭିଯୋଗ କରି ଏକ ଦାବିପତ୍ର ବିଡିଓ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ବିଡିଓ ଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ଅନ୍ୟପଟେ ବିଜେଡି ପ୍ରତିବାଦ କୁ କାଉଣ୍ଟର କରିଛି ବିଜେପି l ଭାରପ୍ରାପ୍ତ ଅଧକ୍ଷ ବୀରେନ୍ଦ୍ର ଖଟେଇ ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ ଆଳରେ ଜନସମାଗମ ଆୟୋଜନ କରାଯାଇଥିଲା l ଏହି ସଭା ରେ ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନଙ୍କ କଳା କାରନାମା ର ଖୁଲାସା କରିଥିଲେ ଅଧକ୍ଷ l ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନେ ପୂର୍ବରୁ ବହୁ ଦୁର୍ନୀତି ରେ ଲିପ୍ତ ଥିଲେ l ବାଲି,ପଥର, ମଦ ବ୍ୟବସାୟ ରେ ସଶ୍ଳିଷ୍ଟ ରହି ଦୁର୍ନୀତି କରୁଥିଲେ l ବର୍ତମାନ ର ବିଜେପି ସରକାର ର ବିକାଶ କାର୍ଯ୍ୟ ଦେଖି ସେମାନେ ସାହିପାରୁନଥିବା କହିଛନ୍ତି ଅଧକ୍ଷ l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    20 hrs ago
  • ବେଗୁନିଆପଡା ବ୍ଲକରେ ପ୍ରତାପ ନାୟକଙ୍କ ମାରାଥନ ଗସ୍ତ। ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ଓ କୋଦଳାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସିଧାସଳଖ ଯୋଗାଯୋଗ ଓ ସହଯୋଗର ଆଶ୍ୱାସନ।
    1
    ବେଗୁନିଆପଡା ବ୍ଲକରେ ପ୍ରତାପ ନାୟକଙ୍କ ମାରାଥନ ଗସ୍ତ।
ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ଓ କୋଦଳାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ।
ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସିଧାସଳଖ ଯୋଗାଯୋଗ ଓ ସହଯୋଗର ଆଶ୍ୱାସନ।
    user_Ganjam Khabar
    Ganjam Khabar
    Journalist Kodala, Ganjam•
    18 hrs ago
  • କଳିଙ୍ଗା ଘାଟିରେ ବାଘ ଦେଖିବାକୁ ମିଳିଛି ।
    1
    କଳିଙ୍ଗା ଘାଟିରେ ବାଘ ଦେଖିବାକୁ ମିଳିଛି ।
    user_Samanta Sekhar Nayak
    Samanta Sekhar Nayak
    Journalist G.Udayagiri, Kandhamal•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.