ମ ସତ୍ୟବାଦୀରେ ଜାଗର ଅବସରେ ଚାଟ୍ ଖାଇ ୨୫ରୁ ଅଧିକ ଶିଶୁ ଅସୁସ୍ଥ। ନକଲି ସସ୍ ଓ ରଙ୍ଗ ମିଶ୍ରିତ ଖାଦ୍ୟ ଅଭିଯୋଗ, ଡାକ୍ତର ଅଭାବରୁ ପୁରୀକୁ ସ୍ଥାନାନ୍ତର ସତ୍ୟବାଦୀ ବ୍ଲକ୍ ସରଙ୍ଗାଯୋଡ଼ି ପଞ୍ଚାୟତ ଅଧୀନ ଝଜା ମୁଣ୍ଡାଇ ଗ୍ରାମରେ ଗତକାଲି ଜାଗର ଉପଲକ୍ଷେ ଆୟୋଜିତ ଉତ୍ସବ ସମୟରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଶିବ ମନ୍ଦିର ନିକଟରେ ଥିବା ଅସ୍ଥାୟୀ ଦୋକାନରୁ ଚାଟ୍ ଖାଇ ୨୫ରୁ ଅଧିକ ଶିଶୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଚାଟ୍ରେ ନକଲି ସସ୍ ଓ କୃତ୍ରିମ ରଙ୍ଗ ମିଶାଯାଇଥିବାରୁ ଶିଶୁମାନେ ବାନ୍ତି, ପେଟ ବେଦନା ଓ ମୁର୍ଛା ଭଳି ଲକ୍ଷଣରେ ପୀଡ଼ିତ ହୋଇଥିଲେ। ଘଟଣା ପରେ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଅସୁସ୍ଥ ଶିଶୁମାନଙ୍କୁ ତୁରନ୍ତ ସତ୍ୟବାଦୀ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସତ୍ୟବାଦୀ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଡାକ୍ତର ଓ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ କେତେକ ଗୁରୁତର ଅବସ୍ଥାର ଶିଶୁମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନିନ୍ଦା କରି ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ସୁଶୀଲ କୁମାର ସାହୁ କହିଛନ୍ତି ଯେ, ଏପରି ଅବ୍ୟବସ୍ଥା ଓ ଖାଦ୍ୟର ଗୁଣନିୟନ୍ତ୍ରଣ ଅଭାବ ଉପରେ ପ୍ରଶାସନ ତତ୍କ୍ଷଣାତ୍ କଠୋର ପଦକ୍ଷେପ ନେବା ଆବଶ୍ୟକ। ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ଥାନୀୟ ଲୋକମାନେ ଜାଗର ଓ ଅନ୍ୟାନ୍ୟ ଉତ୍ସବ ସମୟରେ ଖାଦ୍ୟ ବିକ୍ରୟରେ କଟକଣା ଓ ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚକୁ ଜୋରଦାର କରିବା ପାଇଁ ଦାବି କରିଛନ୍ତି। ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
ମ ସତ୍ୟବାଦୀରେ ଜାଗର ଅବସରେ ଚାଟ୍ ଖାଇ ୨୫ରୁ ଅଧିକ ଶିଶୁ ଅସୁସ୍ଥ। ନକଲି ସସ୍ ଓ ରଙ୍ଗ ମିଶ୍ରିତ ଖାଦ୍ୟ ଅଭିଯୋଗ, ଡାକ୍ତର ଅଭାବରୁ ପୁରୀକୁ ସ୍ଥାନାନ୍ତର ସତ୍ୟବାଦୀ ବ୍ଲକ୍ ସରଙ୍ଗାଯୋଡ଼ି ପଞ୍ଚାୟତ ଅଧୀନ ଝଜା ମୁଣ୍ଡାଇ ଗ୍ରାମରେ ଗତକାଲି ଜାଗର ଉପଲକ୍ଷେ ଆୟୋଜିତ ଉତ୍ସବ ସମୟରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଶିବ ମନ୍ଦିର ନିକଟରେ ଥିବା ଅସ୍ଥାୟୀ ଦୋକାନରୁ
ଚାଟ୍ ଖାଇ ୨୫ରୁ ଅଧିକ ଶିଶୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଚାଟ୍ରେ ନକଲି ସସ୍ ଓ କୃତ୍ରିମ ରଙ୍ଗ ମିଶାଯାଇଥିବାରୁ ଶିଶୁମାନେ ବାନ୍ତି, ପେଟ ବେଦନା ଓ ମୁର୍ଛା ଭଳି ଲକ୍ଷଣରେ ପୀଡ଼ିତ ହୋଇଥିଲେ। ଘଟଣା ପରେ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଅସୁସ୍ଥ ଶିଶୁମାନଙ୍କୁ ତୁରନ୍ତ ସତ୍ୟବାଦୀ ଡାକ୍ତରଖାନାକୁ
ନିଆଯାଇଥିଲା। କିନ୍ତୁ ସତ୍ୟବାଦୀ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଡାକ୍ତର ଓ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ କେତେକ ଗୁରୁତର ଅବସ୍ଥାର ଶିଶୁମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନିନ୍ଦା କରି ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ସୁଶୀଲ କୁମାର ସାହୁ କହିଛନ୍ତି ଯେ, ଏପରି ଅବ୍ୟବସ୍ଥା ଓ ଖାଦ୍ୟର ଗୁଣନିୟନ୍ତ୍ରଣ ଅଭାବ ଉପରେ ପ୍ରଶାସନ ତତ୍କ୍ଷଣାତ୍ କଠୋର
ପଦକ୍ଷେପ ନେବା ଆବଶ୍ୟକ। ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ଥାନୀୟ ଲୋକମାନେ ଜାଗର ଓ ଅନ୍ୟାନ୍ୟ ଉତ୍ସବ ସମୟରେ ଖାଦ୍ୟ ବିକ୍ରୟରେ କଟକଣା ଓ ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚକୁ ଜୋରଦାର କରିବା ପାଇଁ ଦାବି କରିଛନ୍ତି। ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।(ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)
- Post by Manoj kumar baliyarsingh4
- Jay Jagannath 🙏1
- Post by Chitaranjan mohanty1
- ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।5
- ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ତେଲ ଓ ଗ୍ୟାସ ବଞ୍ଚାଅ ଦେଶର GDP ବଢିବ ବୋଲି ସଚେତନ କଲେ।1
- ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।1
- Post by Thabira Majhi1
- Post by Manoj kumar baliyarsingh1