logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବର୍ଷା ଦିନ ଆସିଲେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ପଞ୍ଚାୟତର ୪ନଂ ୱାର୍ଡ଼ରେ ଥିବା ପ୍ରଧାନ ସାହି ବାସିନ୍ଦାଙ୍କ ଦୁର୍ଦ୍ଦିନ ଆରମ୍ଭ ହୋଇଯାଏ। ଏହି ଗ୍ରାମର ମହେନ୍ଦ୍ର ଜେନାଙ୍କ ଘର ଠାରୁ ଗ୍ରାମ ଦାଣ୍ଡରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଜମି ରହିଥାଏ, ଯାହା ଫଳରେ ଗ୍ରାମବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର ବୃଦ୍ଧବୃଦ୍ଧା, ରୋଗୀ ଓ ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ଏହି ପାଣି ଭିତରେ ପଶି ମୁଖ୍ୟ ରାସ୍ତାକୁ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମରେ ବର୍ଷା ଜଳବନ୍ଦୀ ସମସ୍ୟା ଏଭଳି ରୂପ ନେଇଛି ଯେ ମାତ୍ର ଦିନକର ଅସରାଏ ବର୍ଷା ହେଲେ ଗ୍ରାମ ଦାଣ୍ଡରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ପାଣି ଜମି ରହିଥାଏ। ଲଗାଣ ବର୍ଷା ହେଲେ ଏହି ପାଣି ମାସ ମାସ ଧରି ଜମି ରହେ ଏବଂ ଖରା ହେଲେ ଯାଇ ଶୁଖେ। ପାଣି ଶୁଖିବା ପରେ ଗ୍ରାମର ରାସ୍ତା କାଦୁଅ ପଚପଚ ହୋଇଯାଏ। ଏହି ଜମି ରହୁଥିବା ବର୍ଷା ପାଣି ଯୋଗୁଁ ଘର ଭିତରକୁ ବିଭିନ୍ନ ବିଷାକ୍ତ ଶରୀସୃପ ଜୀବ ପ୍ରବେଶ କରୁଛନ୍ତି, ଯାହା ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ପଞ୍ଚାୟତର ସରପଞ୍ଚଙ୍କ ସମେତ ନิମାପଡ଼ାର ମାନ୍ୟବର ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ଏକ ଅନୁରୋଧ ପତ୍ର ପ୍ରଦାନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

1 hr ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
1 hr ago

ବର୍ଷା ଦିନ ଆସିଲେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ପଞ୍ଚାୟତର ୪ନଂ ୱାର୍ଡ଼ରେ ଥିବା ପ୍ରଧାନ ସାହି ବାସିନ୍ଦାଙ୍କ ଦୁର୍ଦ୍ଦିନ ଆରମ୍ଭ ହୋଇଯାଏ। ଏହି ଗ୍ରାମର ମହେନ୍ଦ୍ର ଜେନାଙ୍କ ଘର ଠାରୁ ଗ୍ରାମ ଦାଣ୍ଡରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଜମି ରହିଥାଏ, ଯାହା ଫଳରେ ଗ୍ରାମବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର ବୃଦ୍ଧବୃଦ୍ଧା, ରୋଗୀ ଓ ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ଏହି ପାଣି ଭିତରେ ପଶି ମୁଖ୍ୟ ରାସ୍ତାକୁ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମରେ ବର୍ଷା ଜଳବନ୍ଦୀ ସମସ୍ୟା ଏଭଳି ରୂପ ନେଇଛି ଯେ ମାତ୍ର ଦିନକର ଅସରାଏ ବର୍ଷା ହେଲେ ଗ୍ରାମ ଦାଣ୍ଡରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ପାଣି ଜମି ରହିଥାଏ। ଲଗାଣ ବର୍ଷା ହେଲେ ଏହି ପାଣି ମାସ ମାସ ଧରି ଜମି ରହେ ଏବଂ ଖରା ହେଲେ ଯାଇ ଶୁଖେ। ପାଣି ଶୁଖିବା ପରେ ଗ୍ରାମର ରାସ୍ତା କାଦୁଅ ପଚପଚ ହୋଇଯାଏ। ଏହି ଜମି ରହୁଥିବା ବର୍ଷା ପାଣି ଯୋଗୁଁ ଘର ଭିତରକୁ ବିଭିନ୍ନ ବିଷାକ୍ତ ଶରୀସୃପ ଜୀବ ପ୍ରବେଶ କରୁଛନ୍ତି, ଯାହା ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ପଞ୍ଚାୟତର ସରପଞ୍ଚଙ୍କ ସମେତ ନิମାପଡ଼ାର ମାନ୍ୟବର ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ଏକ ଅନୁରୋଧ ପତ୍ର ପ୍ରଦାନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

More news from ଓଡ଼ିଶା and nearby areas
  • କଟକ ଜିଲ୍ଲା ସିଠାଳ ବାଲିଘାଟରେ ଚୋରା ବେଆଇନ ଘାଟ ଚାଲୁଥିବା ଖବର ପାଇ କଟକ ଜିଲ୍ଲା ମାଇନିଂର ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସିଠାଳ ବାଲିଘାଟରେ ବେଆଇନ ଚୋରା ବାଲିଘାଟ ଚାଲିଥିବା ସୂଚନା ମିଳିବା ପରେ ସ୍ପେସିଆଲ ଫୋର୍ସ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।
    1
    କଟକ ଜିଲ୍ଲା ସିଠାଳ ବାଲିଘାଟରେ ଚୋରା ବେଆଇନ ଘାଟ ଚାଲୁଥିବା ଖବର ପାଇ କଟକ ଜିଲ୍ଲା ମାଇନିଂର ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସିଠାଳ ବାଲିଘାଟରେ ବେଆଇନ ଚୋରା ବାଲିଘାଟ ଚାଲିଥିବା ସୂଚନା ମିଳିବା ପରେ ସ୍ପେସିଆଲ ଫୋର୍ସ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    5 hrs ago
  • ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ କାଳିଆ ରଜାଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କାଳିଆ ରଜାଙ୍କ ଆଗମନ ସମୟ ଅତି ନିକଟତର ହେଉଥିବାରୁ ଚାରିଆଡ଼େ ଘଣ୍ଟ, ଶଙ୍ଖ ଏବଂ ମୃଦଙ୍ଗ ବଜାଇ ଭକ୍ତିପୂତ ପରିବେଶରେ ତାଙ୍କୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ସାରା ଅଞ୍ଚଳ ଏବେ ଏହି ଆଧ୍ୟାତ୍ମିକ ତଥା ମଙ୍ଗଳମୟ ଧ୍ୱନିରେ କମ୍ପିଉଠିବା ପାଇଁ ଅପେକ୍ଷା କରି ରହିଛି।
    1
    ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ କାଳିଆ ରଜାଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କାଳିଆ ରଜାଙ୍କ ଆଗମନ ସମୟ ଅତି ନିକଟତର ହେଉଥିବାରୁ ଚାରିଆଡ଼େ ଘଣ୍ଟ, ଶଙ୍ଖ ଏବଂ ମୃଦଙ୍ଗ ବଜାଇ ଭକ୍ତିପୂତ ପରିବେଶରେ ତାଙ୍କୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ସାରା ଅଞ୍ଚଳ ଏବେ ଏହି ଆଧ୍ୟାତ୍ମିକ ତଥା ମଙ୍ଗଳମୟ ଧ୍ୱନିରେ କମ୍ପିଉଠିବା ପାଇଁ ଅପେକ୍ଷା କରି ରହିଛି।
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    7 hrs ago
  • ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
    1
    ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି। ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।
    4
    ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି।

ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ।

ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    Bhubaneswar (M.Corp.), Khordha•
    5 hrs ago
  • ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବିଜେଡି ଉପସଭାପତି ଅନନ୍ତ ଶତପଥୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ନିଜର ଆନ୍ତରିକ ଶୁଭକାମନା ଜ୍ଞାପନ କରିଛନ୍ତି।
    1
    ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବିଜେଡି ଉପସଭାପତି ଅନନ୍ତ ଶତପଥୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ନିଜର ଆନ୍ତରିକ ଶୁଭକାମନା ଜ୍ଞାପନ କରିଛନ୍ତି।
    user_NEWS ODISHA
    NEWS ODISHA
    ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ପୁରୀର ଟାଉନ ହଲଠାରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୋଲିସ ମାଜିଷ୍ଟ୍ରେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ମହାପ୍ରଭୁଙ୍କ ପ୍ରତି ସେବା, ନିଷ୍ଠା ଓ ସମର୍ପଣ ରହିଲେ ରଥଯାତ୍ରା କାର୍ଯ୍ୟ ସଫଳ ହେବ। ଚଳିତ ବର୍ଷ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁ ଆସିବାର ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଏକ ଗୁରୁ ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ ନାୟକ ରଥଯାତ୍ରା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ସ୍ନାନଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରଥଯାତ୍ରାରେ ମଧ୍ୟ ବ୍ୟାପକ ଜନଗହଳି ହେବାର ଆଶା ରହିଛି, ଯାହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏଥିପାଇଁ ଜାରି ହୋଇଥିବା ଏସଓପିକୁ ନିଷ୍ଠାର ସହ ଅନୁପାଳନ କରିବା ସହ ଅତ୍ୟାବଶ୍ୟକୀୟ ସୁବିଧା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର, ଶୌଚାଳୟ ଏବଂ ପୋଲିସ ସହାୟତା କେନ୍ଦ୍ର ସମ୍ପର୍କରେ ସମ୍ୟକ ଧାରଣା ରଖି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଏସପି ପ୍ରତୀକ ସିଂ ପୂର୍ବ ଅନୁଭବ ଓ ଅଭିଜ୍ଞତା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସୁବିଧା ଯୋଗାଇବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
    1
    ପୁରୀର ଟାଉନ ହଲଠାରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୋଲିସ ମାଜିଷ୍ଟ୍ରେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ମହାପ୍ରଭୁଙ୍କ ପ୍ରତି ସେବା, ନିଷ୍ଠା ଓ ସମର୍ପଣ ରହିଲେ ରଥଯାତ୍ରା କାର୍ଯ୍ୟ ସଫଳ ହେବ। ଚଳିତ ବର୍ଷ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁ ଆସିବାର ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଏକ ଗୁରୁ ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି।

ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ ନାୟକ ରଥଯାତ୍ରା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ସ୍ନାନଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରଥଯାତ୍ରାରେ ମଧ୍ୟ ବ୍ୟାପକ ଜନଗହଳି ହେବାର ଆଶା ରହିଛି, ଯାହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏଥିପାଇଁ ଜାରି ହୋଇଥିବା ଏସଓପିକୁ ନିଷ୍ଠାର ସହ ଅନୁପାଳନ କରିବା ସହ ଅତ୍ୟାବଶ୍ୟକୀୟ ସୁବିଧା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର, ଶୌଚାଳୟ ଏବଂ ପୋଲିସ ସହାୟତା କେନ୍ଦ୍ର ସମ୍ପର୍କରେ ସମ୍ୟକ ଧାରଣା ରଖି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଏସପି ପ୍ରତୀକ ସିଂ ପୂର୍ବ ଅନୁଭବ ଓ ଅଭିଜ୍ଞତା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସୁବିଧା ଯୋଗାଇବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ରାତିଅଧରେ ପଶି ପ୍ରେମଲୀଳା କରୁଥିବା ବେଳେ ରଣପୁର କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ (ASI) ପ୍ରଶାନ୍ତ ପରିଡ଼ାଙ୍କୁ ସ୍ଥାନୀୟ ବାସିନ୍ଦା କାବୁ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ ଉକ୍ତ ପୋଲିସ ବାବୁଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବରୁ ଏଏସଆଇ ପ୍ରଶାନ୍ତ ପରିଡ଼ା (ପ୍ରଶାନୁ) ସମ୍ପୃକ୍ତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ ଏବଂ ସେହି ସମୟରୁ ହିଁ ଉଭୟଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ପୋଲିସ ବାବୁ ଜଣକ ପଛପଟ ଘରବାଡ଼ି ଦେଇ ମହିଳାଙ୍କ ଘରେ ପଶିବାରୁ ସାହି ବାସିନ୍ଦାଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ସାହି ବାସିନ୍ଦା ଧରି ଅଟକ ରଖିଥିଲେ ଏବଂ ମହିଳାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଖବର ପାଇବା ପରେ ସେଠାରେ ପହଞ୍ଚି ପୋଲିସ ବାବୁଙ୍କୁ ନିସ୍ତୁକ ଛେଚିଥିଲେ।
    1
    ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ରାତିଅଧରେ ପଶି ପ୍ରେମଲୀଳା କରୁଥିବା ବେଳେ ରଣପୁର କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ (ASI) ପ୍ରଶାନ୍ତ ପରିଡ଼ାଙ୍କୁ ସ୍ଥାନୀୟ ବାସିନ୍ଦା କାବୁ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ ଉକ୍ତ ପୋଲିସ ବାବୁଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ଏଏସଆଇ ପ୍ରଶାନ୍ତ ପରିଡ଼ା (ପ୍ରଶାନୁ) ସମ୍ପୃକ୍ତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ ଏବଂ ସେହି ସମୟରୁ ହିଁ ଉଭୟଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ପୋଲିସ ବାବୁ ଜଣକ ପଛପଟ ଘରବାଡ଼ି ଦେଇ ମହିଳାଙ୍କ ଘରେ ପଶିବାରୁ ସାହି ବାସିନ୍ଦାଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ସାହି ବାସିନ୍ଦା ଧରି ଅଟକ ରଖିଥିଲେ ଏବଂ ମହିଳାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଖବର ପାଇବା ପରେ ସେଠାରେ ପହଞ୍ଚି ପୋଲିସ ବାବୁଙ୍କୁ ନିସ୍ତୁକ ଛେଚିଥିଲେ।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.