logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି। ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।

1 hr ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
1 hr ago

ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ

କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି। ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ

ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି

ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।

More news from ଓଡ଼ିଶା and nearby areas
  • ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି। ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।
    4
    ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି।

ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ।

ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ କାଳିଆ ରଜାଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କାଳିଆ ରଜାଙ୍କ ଆଗମନ ସମୟ ଅତି ନିକଟତର ହେଉଥିବାରୁ ଚାରିଆଡ଼େ ଘଣ୍ଟ, ଶଙ୍ଖ ଏବଂ ମୃଦଙ୍ଗ ବଜାଇ ଭକ୍ତିପୂତ ପରିବେଶରେ ତାଙ୍କୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ସାରା ଅଞ୍ଚଳ ଏବେ ଏହି ଆଧ୍ୟାତ୍ମିକ ତଥା ମଙ୍ଗଳମୟ ଧ୍ୱନିରେ କମ୍ପିଉଠିବା ପାଇଁ ଅପେକ୍ଷା କରି ରହିଛି।
    1
    ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ କାଳିଆ ରଜାଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କାଳିଆ ରଜାଙ୍କ ଆଗମନ ସମୟ ଅତି ନିକଟତର ହେଉଥିବାରୁ ଚାରିଆଡ଼େ ଘଣ୍ଟ, ଶଙ୍ଖ ଏବଂ ମୃଦଙ୍ଗ ବଜାଇ ଭକ୍ତିପୂତ ପରିବେଶରେ ତାଙ୍କୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ସାରା ଅଞ୍ଚଳ ଏବେ ଏହି ଆଧ୍ୟାତ୍ମିକ ତଥା ମଙ୍ଗଳମୟ ଧ୍ୱନିରେ କମ୍ପିଉଠିବା ପାଇଁ ଅପେକ୍ଷା କରି ରହିଛି।
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    6 hrs ago
  • ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
    2
    ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    57 min ago
  • କଟକ ଜିଲ୍ଲା ସିଠାଳ ବାଲିଘାଟରେ ଚୋରା ବେଆଇନ ଘାଟ ଚାଲୁଥିବା ଖବର ପାଇ କଟକ ଜିଲ୍ଲା ମାଇନିଂର ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସିଠାଳ ବାଲିଘାଟରେ ବେଆଇନ ଚୋରା ବାଲିଘାଟ ଚାଲିଥିବା ସୂଚନା ମିଳିବା ପରେ ସ୍ପେସିଆଲ ଫୋର୍ସ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।
    1
    କଟକ ଜିଲ୍ଲା ସିଠାଳ ବାଲିଘାଟରେ ଚୋରା ବେଆଇନ ଘାଟ ଚାଲୁଥିବା ଖବର ପାଇ କଟକ ଜିଲ୍ଲା ମାଇନିଂର ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସିଠାଳ ବାଲିଘାଟରେ ବେଆଇନ ଚୋରା ବାଲିଘାଟ ଚାଲିଥିବା ସୂଚନା ମିଳିବା ପରେ ସ୍ପେସିଆଲ ଫୋର୍ସ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    4 hrs ago
  • ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବିଜେଡି ଉପସଭାପତି ଅନନ୍ତ ଶତପଥୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ନିଜର ଆନ୍ତରିକ ଶୁଭକାମନା ଜ୍ଞାପନ କରିଛନ୍ତି।
    1
    ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବିଜେଡି ଉପସଭାପତି ଅନନ୍ତ ଶତପଥୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ନିଜର ଆନ୍ତରିକ ଶୁଭକାମନା ଜ୍ଞାପନ କରିଛନ୍ତି।
    user_NEWS ODISHA
    NEWS ODISHA
    ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
    1
    ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    53 min ago
  • ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    Bhubaneswar (M.Corp.), Khordha•
    3 hrs ago
  • ପୁରୀ ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଓ ଶୋଷଣର ଅଭିଯୋଗ ଆଣି ଆକ୍ରୋଶ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ବିଭିନ୍ନ ସରକାରୀ ଯୋଜନା ଯଥା ପୁଷ୍ଟିଫଳକ, ପୋଷଣ ପକ୍ଷ ବ୍ୟାନର ଏବଂ ଖେଳନା କିଟ୍ କ୍ରୟ ବାବଦ ଅର୍ଥରେ ଅଧିକାରିଣୀ ଜଣକ ବ୍ୟାପକ ବେପାର ଚଳାଇଛନ୍ତି। ସରକାରୀ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରି ନିଜ ପସନ୍ଦର ଡିଲରଙ୍କ ଜରିଆରେ ସାମଗ୍ରୀ କିଣିବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାଧ୍ୟ କରାଯାଉଛି। ଏହାବ୍ୟତୀତ ଅନେକ ପ୍ରୋଜେକ୍ଟରେ କର୍ମୀଙ୍କ ପାଉଣା ଓ ପ୍ରସୂତୀକାଳୀନ ଭତ୍ତା ଦୀର୍ଘ ଦିନ ଧରି ବନ୍ଦ ରହିଛି। ଯଦି କେହି ଏହାର ବିରୋଧ କରୁଛନ୍ତି, ତେବେ ତାଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରାଯିବା ସହ ସୁପରଭାଇଜରଙ୍କ ଜରିଆରେ ହଇରାଣ ହରକତ କରାଯାଉଛି। କେବଳ ସେତିକି ନୁହେଁ, ଅଯଥା ଅଭିଯୋଗ ଆଧାରରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଚାକିରିରୁ ନିଲମ୍ବିତ କିମ୍ବା ସ୍ଥାନାନ୍ତର ମଧ୍ୟ କରାଯାଉଛି। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗାମୀ ଦିନରେ ଯଦି ଅଧିକାରିଣୀଙ୍କ ବଦଳି କରାନଯାଏ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ସଂଘ ପକ୍ଷରୁ 'କଲମ ଛାଡ଼ ଆନ୍ଦୋଳନ' କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ସ୍ପଷ୍ଟ ଭାବେ ଚେତାଇ ଦେଇଛି।
    4
    ପୁରୀ ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଓ ଶୋଷଣର ଅଭିଯୋଗ ଆଣି ଆକ୍ରୋଶ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରାଯାଇଛି।

ସଂଘର ଅଭିଯୋଗ ଅନୁଯାୟୀ, ବିଭିନ୍ନ ସରକାରୀ ଯୋଜନା ଯଥା ପୁଷ୍ଟିଫଳକ, ପୋଷଣ ପକ୍ଷ ବ୍ୟାନର ଏବଂ ଖେଳନା କିଟ୍ କ୍ରୟ ବାବଦ ଅର୍ଥରେ ଅଧିକାରିଣୀ ଜଣକ ବ୍ୟାପକ ବେପାର ଚଳାଇଛନ୍ତି। ସରକାରୀ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରି ନିଜ ପସନ୍ଦର ଡିଲରଙ୍କ ଜରିଆରେ ସାମଗ୍ରୀ କିଣିବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାଧ୍ୟ କରାଯାଉଛି। ଏହାବ୍ୟତୀତ ଅନେକ ପ୍ରୋଜେକ୍ଟରେ କର୍ମୀଙ୍କ ପାଉଣା ଓ ପ୍ରସୂତୀକାଳୀନ ଭତ୍ତା ଦୀର୍ଘ ଦିନ ଧରି ବନ୍ଦ ରହିଛି। ଯଦି କେହି ଏହାର ବିରୋଧ କରୁଛନ୍ତି, ତେବେ ତାଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରାଯିବା ସହ ସୁପରଭାଇଜରଙ୍କ ଜରିଆରେ ହଇରାଣ ହରକତ କରାଯାଉଛି। କେବଳ ସେତିକି ନୁହେଁ, ଅଯଥା ଅଭିଯୋଗ ଆଧାରରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଚାକିରିରୁ ନିଲମ୍ବିତ କିମ୍ବା ସ୍ଥାନାନ୍ତର ମଧ୍ୟ କରାଯାଉଛି।

ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗାମୀ ଦିନରେ ଯଦି ଅଧିକାରିଣୀଙ୍କ ବଦଳି କରାନଯାଏ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ସଂଘ ପକ୍ଷରୁ 'କଲମ ଛାଡ଼ ଆନ୍ଦୋଳନ' କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ସ୍ପଷ୍ଟ ଭାବେ ଚେତାଇ ଦେଇଛି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.