ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼
ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
- ପୁରୀର ଟାଉନ ହଲଠାରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୋଲିସ ମାଜିଷ୍ଟ୍ରେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ମହାପ୍ରଭୁଙ୍କ ପ୍ରତି ସେବା, ନିଷ୍ଠା ଓ ସମର୍ପଣ ରହିଲେ ରଥଯାତ୍ରା କାର୍ଯ୍ୟ ସଫଳ ହେବ। ଚଳିତ ବର୍ଷ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁ ଆସିବାର ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଏକ ଗୁରୁ ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ ନାୟକ ରଥଯାତ୍ରା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ସ୍ନାନଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରଥଯାତ୍ରାରେ ମଧ୍ୟ ବ୍ୟାପକ ଜନଗହଳି ହେବାର ଆଶା ରହିଛି, ଯାହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏଥିପାଇଁ ଜାରି ହୋଇଥିବା ଏସଓପିକୁ ନିଷ୍ଠାର ସହ ଅନୁପାଳନ କରିବା ସହ ଅତ୍ୟାବଶ୍ୟକୀୟ ସୁବିଧା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର, ଶୌଚାଳୟ ଏବଂ ପୋଲିସ ସହାୟତା କେନ୍ଦ୍ର ସମ୍ପର୍କରେ ସମ୍ୟକ ଧାରଣା ରଖି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଏସପି ପ୍ରତୀକ ସିଂ ପୂର୍ବ ଅନୁଭବ ଓ ଅଭିଜ୍ଞତା ଆଧାରରେ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସୁବିଧା ଯୋଗାଇବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।1
- ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ବାଲିପାଟଣାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ତାରିଖ ବଦଳାଇ ଏକ୍ସପାୟର ହୋଇଯାଇଥିବା ବିସ୍କୁଟ ବିକ୍ରି କରାଯାଉଥିଲା।1
- କଟକ ଜିଲ୍ଲା ସିଠାଳ ବାଲିଘାଟରେ ଚୋରା ବେଆଇନ ଘାଟ ଚାଲୁଥିବା ଖବର ପାଇ କଟକ ଜିଲ୍ଲା ମାଇନିଂର ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସିଠାଳ ବାଲିଘାଟରେ ବେଆଇନ ଚୋରା ବାଲିଘାଟ ଚାଲିଥିବା ସୂଚନା ମିଳିବା ପରେ ସ୍ପେସିଆଲ ଫୋର୍ସ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।1
- ଢେଙ୍କାନାଳ ଜିଲ୍ଲାର ମହିମା ମହାବିଦ୍ୟାଳୟର ଯୁକ୍ତ ଦୁଇ ନାମଲେଖା ରସିଦ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାରା ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ନାମଲେଖା ଘୋଷଣା କରାଯାଇଥିବା ବେଳେ, ଏହି କଲେଜରେ କାହିଁକି ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା, ସେ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ସମସ୍ତ ଅର୍ଥ ଫେରସ୍ତ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ କଙ୍କିଆ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟର ୪୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।1
- ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିବାକୁ ଯାଉଛି। ଏହି ବିଶେଷ ଦିନରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ କୁକୁଡାଖଣ୍ଡି ବ୍ଲକ ଠିକାଦାର ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟି ସଂଘର ସଭାପତି କାଳୁଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।1
- ବିଜେପିରେ ସାମିଲ ହେବା ପୂର୍ବରୁ ଓଡ଼ିଶାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି, ସେନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଏହି ସମ୍ପର୍କରେ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି ତାହା ଶୁଣିବା ପାଇଁ କୁହାଯାଇଥିବା ବେଳେ ପ୍ରତିନିଧି ଗଣେଶ ପାଣିଗ୍ରାହୀ ଏହି ସମ୍ପୂର୍ଣ୍ଣ ବିଷୟରେ ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।1