Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ କଙ୍କିଆ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟର ୪୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
Live Odisha NewsUpdate Distric
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ କଙ୍କିଆ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟର ୪୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତିର ସାଗର ଉଛୁଳୁଛି ଏବଂ ଆଉ ମାତ୍ର କିଛି ଦିନର ଅପେକ୍ଷା ରହିଛି। ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରା ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏହି ଅବସରରେ ଦଇତାପତି ସେବକମାନେ କାହାଳି ଓ ଛତି ଧରି ଶ୍ରୀ ନଅର ଅଭିମୁଖେ ବାହାରି ଗଜପତି ମହାରାଜାଙ୍କୁ ରୂପା ଥାଳିରେ ନିମନ୍ତ୍ରଣ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ବାର୍ତ୍ତା ପ୍ରଦାନ କରିବେ ବୋଲି ପୁରୀରୁ ଡଃ ମନୋଜ କୁମାର ବଳିଆରସିଂ ସୂଚନା ଦେଇଛନ୍ତି। ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ବେଳେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ରଥରେ ୨ଟି ଲେଖାଏଁ ବ୍ରେକ୍ ପୁଲିଙ୍ଗ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରିଫୁଲ, ଲେସ ଓ ଡାଳିଲତାର ସାଜସଜ୍ଜା ଜାରି ରହିଛି। ଆସନ୍ତାକାଲି ଦରଜି ସେବକମାନଙ୍କ ଦ୍ୱାରା ରଥରେ କନା ଲଗା କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ, ଗୁଣ୍ଡିଚା ମନ୍ଦିର ଏବଂ ମାଉସୀମା’ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତମାନଙ୍କ ଗହଳି ଭିତରେ ଗୁଣ୍ଡିଚା ମନ୍ଦିରକୁ ସୁସଜ୍ଜିତ କରାଯାଇଛି ଏବଂ ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ପିଠା ଅର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରୀଜିଉଙ୍କ ପହଣ୍ଡି ପାଇଁ କୁସୁମୀ ଚାରିପଟିଆ, ଛଗୋଟି, ବାର ହାତିଆ ଧଳା ଗଡ଼ା ଓ ଷୋଳ ହାତିଆ କପଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ହଂସ ପଟା, ରତ୍ନ ସିଂହାସନର ପଘା କାର୍ଯ୍ୟ ଚାଲିଥିବା ବେଳେ ଓଲଟ ସୁଆ ଏବଂ କଳସ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ସିଂହଦ୍ୱାର ଓ ନାକଚଣା ଦ୍ୱାର ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଛନ୍ତି।4
- ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ କାଳିଆ ରଜାଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। କାଳିଆ ରଜାଙ୍କ ଆଗମନ ସମୟ ଅତି ନିକଟତର ହେଉଥିବାରୁ ଚାରିଆଡ଼େ ଘଣ୍ଟ, ଶଙ୍ଖ ଏବଂ ମୃଦଙ୍ଗ ବଜାଇ ଭକ୍ତିପୂତ ପରିବେଶରେ ତାଙ୍କୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ସାରା ଅଞ୍ଚଳ ଏବେ ଏହି ଆଧ୍ୟାତ୍ମିକ ତଥା ମଙ୍ଗଳମୟ ଧ୍ୱନିରେ କମ୍ପିଉଠିବା ପାଇଁ ଅପେକ୍ଷା କରି ରହିଛି।1
- ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବିଜେଡି ଉପସଭାପତି ଅନନ୍ତ ଶତପଥୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ନିଜର ଆନ୍ତରିକ ଶୁଭକାମନା ଜ୍ଞାପନ କରିଛନ୍ତି।1
- ବନ୍ୟା ପାଣିରେ ଏକ ସାପ ପ୍ରଜନନ ଫାର୍ମ ଭାସିଯିବା ପରେ ୯୦୦ରୁ ଅଧିକ ସାପ ମୁକ୍ତ ହୋଇ ବିଭିନ୍ନ ଅଞ୍ଚଳରେ ବୁଲୁଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ୍ୟାରେ ଚୀନରୁ ଏହି ସାପଗୁଡ଼ିକ ଭାସି ଆସିଥିବା ବେଳେ ଏହାକୁ ନେଇ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ଚୀନର ସରକାରୀ ଗଣମାଧ୍ୟମ ଓ ଅନ୍ୟାନ୍ୟ ରିପୋର୍ଟ ଅନୁସାରେ, ଏହି ସାପମାନଙ୍କ ମଧ୍ୟରେ ଅତ୍ୟନ୍ତ ବିଷଧର କୋବ୍ରା ମଧ୍ୟ ରହିଛନ୍ତି। ବର୍ତ୍ତମାନ ବନ୍ୟା ପାଣିରେ ସାପମାନେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ମନରେ ଭୟକୁ ଆହୁରି ବଢ଼ାଇ ଦେଇଛି। ଏହି ଗମ୍ଭୀର ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ସାପଗୁଡ଼ିକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାକୁ ଲାଗିଛି। ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବର୍ଷୀଙ୍ଗା ଗାଁରେ ଜଙ୍ଗଲୀ ହାତୀ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଛନ୍ତି। ଏହାସହ ବଣୁଆ ହାତୀଟି ଲୋକଙ୍କ ଘରୁ ଧାନ ଓ ଚାଉଳ ମଧ୍ୟ ଖାଇଯାଇଛି।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ଶିକ୍ଷାଦାନ ସହିତ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।1
- ପୁରୀ ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଓ ଶୋଷଣର ଅଭିଯୋଗ ଆଣି ଆକ୍ରୋଶ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ବିଭିନ୍ନ ସରକାରୀ ଯୋଜନା ଯଥା ପୁଷ୍ଟିଫଳକ, ପୋଷଣ ପକ୍ଷ ବ୍ୟାନର ଏବଂ ଖେଳନା କିଟ୍ କ୍ରୟ ବାବଦ ଅର୍ଥରେ ଅଧିକାରିଣୀ ଜଣକ ବ୍ୟାପକ ବେପାର ଚଳାଇଛନ୍ତି। ସରକାରୀ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରି ନିଜ ପସନ୍ଦର ଡିଲରଙ୍କ ଜରିଆରେ ସାମଗ୍ରୀ କିଣିବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାଧ୍ୟ କରାଯାଉଛି। ଏହାବ୍ୟତୀତ ଅନେକ ପ୍ରୋଜେକ୍ଟରେ କର୍ମୀଙ୍କ ପାଉଣା ଓ ପ୍ରସୂତୀକାଳୀନ ଭତ୍ତା ଦୀର୍ଘ ଦିନ ଧରି ବନ୍ଦ ରହିଛି। ଯଦି କେହି ଏହାର ବିରୋଧ କରୁଛନ୍ତି, ତେବେ ତାଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରାଯିବା ସହ ସୁପରଭାଇଜରଙ୍କ ଜରିଆରେ ହଇରାଣ ହରକତ କରାଯାଉଛି। କେବଳ ସେତିକି ନୁହେଁ, ଅଯଥା ଅଭିଯୋଗ ଆଧାରରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଚାକିରିରୁ ନିଲମ୍ବିତ କିମ୍ବା ସ୍ଥାନାନ୍ତର ମଧ୍ୟ କରାଯାଉଛି। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗାମୀ ଦିନରେ ଯଦି ଅଧିକାରିଣୀଙ୍କ ବଦଳି କରାନଯାଏ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ସଂଘ ପକ୍ଷରୁ 'କଲମ ଛାଡ଼ ଆନ୍ଦୋଳନ' କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ସ୍ପଷ୍ଟ ଭାବେ ଚେତାଇ ଦେଇଛି।4
- ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।1
- ଭିଏତନାମରେ ଏକ ଭୟଙ୍କର ବୋଟ୍ ଟ୍ରାଜେଡି ଘଟିଛି, ଯେଉଁଥିରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। କୂଳ ଛୁଇଁବାର ମାତ୍ର ୩୦୦ ମିଟର ପୂର୍ବରୁ ଏହି ବୋଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଭାରତୀୟ ପର୍ଯ୍ୟଟକମାନେ ଅଥଳ ଜଳରେ ବୁଡ଼ି ଯାଇଥିଲେ। ଏହି ବୋଟ୍ଟି ସମୁଦାୟ ୩୨ ଜଣଙ୍କୁ ନେଇ ଫେରୁଥିବା ବେଳେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି।1