ବରିଷ୍ଠ ଲାଇନମ୍ୟାନ ସନ୍ୟାସୀ ମୁର୍ମୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରଞ୍ଜିଆ,୧/୮ (ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ବିଦ୍ୟୁତ ବିଭାଗ ସେକ୍ସନ–୨ରେ କାର୍ଯ୍ୟରତ ବରିଷ୍ଠ ଲାଇନମ୍ୟାନ ‘ଏ’ ସନ୍ୟାସୀ ମୁର୍ମୁଙ୍କ ଅବସର ଉପଲକ୍ଷେ ରାଇରଙ୍ଗପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାଦର ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାହୀ ଯନ୍ତ୍ରୀ ଇଂ. ଆଶୁତୋଷ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଡେପୁଟି ମ୍ୟାନେଜର (କମର୍ସ) ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ସହକାରୀ ଯନ୍ତ୍ରୀ ଇଂ. ଏମ୍. ପ୍ରସାଦ ରାଓ, କନିଷ୍ଠ ଯନ୍ତ୍ରୀ ଇଂ. ଅଜିତ କୁମାର ସାମଲଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ବକ୍ତାମାନେ ଶ୍ରୀ ମୁର୍ମୁଙ୍କ ଦୀର୍ଘ କର୍ମଜୀବନ, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ବିଦ୍ୟୁତ ବିଭାଗ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବାଭାବର ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କର କାର୍ଯ୍ୟଶୈଳୀ ଓ ନିଷ୍ଠା ଆଗାମୀ ପିଢ଼ିର କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ। ଶ୍ରୀ ମୁର୍ମୁ ୧୯୮୧ ମସିହାରେ ବିଦ୍ୟୁତ ବିଭାଗରେ ଏନ୍.ଏମ୍.ଆର୍. ଭାବେ ନିଜ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୫ ମସିହାରେ ହେଲ୍ପର ପଦବୀରେ ନିୟମିତ ନିଯୁକ୍ତି ପାଇ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଦୀର୍ଘ ୪୫ ବର୍ଷର ସଫଳ ସେବା ପରେ ସେ ୩୧ ଜୁଲାଇ ୨୦୨୬ ତାରିଖରେ ଲାଇନମ୍ୟାନ ‘ଏ’ ପଦବୀରୁ ଅବସର ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଅବସର ଜୀବନ କାମନା କରିଥିଲେ। ସଭା ଶେଷରେ ସିମନ୍ତ ରଶ୍ମି ପତି ଧନ୍ୟବାଦ ଅର୍ପଣ କରିଥିଲେ।

- ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ସାମ୍ବାଦିକ ପରିଚୟର ଅପବ୍ୟବହାର -ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି -ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି। ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି । ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି। ଏଣୁ, ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।4
- ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l1
- କଉଠିକି ଜୀବ, ଆଜି ଟ୍ରାନ୍ସଫର କରିବି, ସବୁ ପୋଲ ଖୋଲି ତାଗିଦ କଲେ1
- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। #Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict1
- Post by Bhadrak bulletin1
- ବୈତରଣୀ ବନ୍ୟା ଜଳର ପ୍ରଭାବରେ ଖେତୀ ଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଜାଗୃତି ସମାଜ ପକ୍ଷରୁ ରିଲିପ ବଣ୍ଟନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ #News19ଓଡ଼ିଶା #social #work #jagruti #Samajwadi1