ବର୍ଷା ସତ୍ତ୍ୱେ ଜାରି ରହିଲା ସଚେତନତା ଯାତ୍ରା: ଷଷ୍ଠ ଦିନରେ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା ଦାବି ଜୋରଦାର। ପୁରୀ: ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଦାବି କରି ଚାଲିଥିବା ସଚେତନତା ଯାତ୍ରାର ଷଷ୍ଠ ଦିନ ଆଜି ବର୍ଷା ସତ୍ତ୍ୱେ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟରେ ଶେଷ ହୋଇଥିଲା। ବର୍ଷାକୁ ଅବହେଳା କରି ଅନେକ ସାମାଜିକ କର୍ମୀ ଓ ସହରବାସୀ ଏହି ଯାତ୍ରାରେ ସାମିଲ ହୋଇ ନିଜ ଦାବିକୁ ଜୋରଦାର କରିଥିଲେ। ଆଜିର ଯାତ୍ରାରେ ସାମ୍ବାଦିକା ନାରାୟଣ ଦାସ, ଚକ୍ରଧର ମହାପାତ୍ର, ରାମ କୃଷ୍ଣ ମହାନ୍ତି, ବିଦୁଲତା ଆଚାର୍ଯ୍ୟ, ସୁକାନ୍ତ ପଣ୍ଡା, ସୂର୍ଯ୍ୟ ରଥ, ବନିତା ଦିକ୍ସିତ, ବିଶ୍ୱନାଥ ମିଶ୍ର, ସନ୍ତୋଷ ସେନାପତି, ସଦାଶିବ ପଣ୍ଡା, ଅମୂଲ୍ୟ ଦାସ, ବିକାଶ ଦତ୍ତ ଓ ସ୍ୱାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଅଭିଭାଷକମାନେ ପୁରୀବାସୀଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନରେ ପୂର୍ବବତ୍ ବ୍ୟବସ୍ଥା ପୁନଃସ୍ଥାପନ କରିବାକୁ ଦାବି କରିଥିଲେ।

- Post by SOUMYA RANJAN1
- Post by Manoj kumar baliyarsingh1
- Post by Rajesh Samantaray1
- Post by NEWS MANORANJAN1
- Post by Sibanava Panda1
- ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,, ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,1
- Post by Gagan Bhoi1
- Post by SOUMYA RANJAN4