logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୨୯ଟି ମାମଲାରେ ଜଡିତ ବାବୁନି @ ସୁରେନ୍ଦ୍ର ନାୟକ ଗିରଫ। ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ବୋମାମାଡ଼ ଘଟଣାରେ ପୁଲିସ ଆଜି ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାବୁନି ଅଲିଆସ ସୁରେନ୍ଦ୍ର ନାୟକ (୩୧), ଯିଏ ପୂର୍ବରୁ ୨୯ଟି ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଘଟଣା ଘଟିଥିଲା ଫେବୃଆରୀ ୧୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ। ଅଭିଯୋଗକାରୀ ସିବୁନା ପଲେଇ ହୋଟେଲ ସ୍ୱପ୍ନା ଇନ୍ ସମ୍ମୁଖରେ ଥିବାବେଳେ, ଦୁଇଜଣ ଅଜଣା ବ୍ୟକ୍ତି ସ୍କୁଟିରେ ଆସି ସେମାନଙ୍କ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ଏହି ଆକ୍ରମଣର ଲକ୍ଷ୍ୟ ଥିଲା ହତ୍ୟା ଓ ଦାଦାବଟି ଆଦାୟ। ପୁଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଆଜି ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ସହିତ ମୋଟ ଗିରଫ ସଂଖ୍ୟା ୭କୁ ପହଞ୍ଚିଛି। ଏହି ଘଟଣାରେ ଅସ୍ତ୍ର ଓ ବିସ୍ଫୋରକ ଆଇନ ସହିତ ବିଭିନ୍ନ ଗୁରୁତର ଧାରା ଲାଗୁ କରାଯାଇଛି। ପୁଲିସ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି। ବଳିଆପଣ୍ଡାରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଯାଇଛି। ପୁଲିସ ପକ୍ଷରୁ କଡା ନଜର ରଖାଯାଉଥିବା ବେଳେ, ଏହି ଘଟଣା ନେଇ ଆଗାମୀ ଦିନରେ ଆଉ ବଡ଼ ଖୋଲାସା ହେବାର ସମ୍ଭାବନା ରହିଛି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

୨୯ଟି ମାମଲାରେ ଜଡିତ ବାବୁନି @ ସୁରେନ୍ଦ୍ର ନାୟକ ଗିରଫ। ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ବୋମାମାଡ଼ ଘଟଣାରେ ପୁଲିସ ଆଜି ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାବୁନି ଅଲିଆସ ସୁରେନ୍ଦ୍ର ନାୟକ (୩୧), ଯିଏ ପୂର୍ବରୁ ୨୯ଟି ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଘଟଣା ଘଟିଥିଲା ଫେବୃଆରୀ ୧୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ।

ଅଭିଯୋଗକାରୀ ସିବୁନା ପଲେଇ ହୋଟେଲ ସ୍ୱପ୍ନା ଇନ୍ ସମ୍ମୁଖରେ ଥିବାବେଳେ, ଦୁଇଜଣ ଅଜଣା ବ୍ୟକ୍ତି ସ୍କୁଟିରେ ଆସି ସେମାନଙ୍କ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ଏହି ଆକ୍ରମଣର ଲକ୍ଷ୍ୟ ଥିଲା ହତ୍ୟା ଓ ଦାଦାବଟି ଆଦାୟ। ପୁଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଆଜି ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ସହିତ ମୋଟ ଗିରଫ ସଂଖ୍ୟା ୭କୁ ପହଞ୍ଚିଛି। ଏହି ଘଟଣାରେ ଅସ୍ତ୍ର ଓ

ବିସ୍ଫୋରକ ଆଇନ ସହିତ ବିଭିନ୍ନ ଗୁରୁତର ଧାରା ଲାଗୁ କରାଯାଇଛି। ପୁଲିସ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି। ବଳିଆପଣ୍ଡାରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଯାଇଛି। ପୁଲିସ ପକ୍ଷରୁ କଡା ନଜର ରଖାଯାଉଥିବା ବେଳେ, ଏହି ଘଟଣା ନେଇ ଆଗାମୀ ଦିନରେ ଆଉ ବଡ଼ ଖୋଲାସା ହେବାର ସମ୍ଭାବନା ରହିଛି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ

More news from ଓଡ଼ିଶା and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    14 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ
    1
    ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ
    user_Susanta Kumar Behera
    Susanta Kumar Behera
    ବିରିଡି, ଜଗତସିଂହପୁର, ଓଡ଼ିଶା•
    12 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.