Shuru
Apke Nagar Ki App…
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣବଶତଃ ବ୍ୟକ୍ତିଜଣକ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଝୁମ୍ପୁରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ପୋଖରୀ ମଧ୍ୟରୁ ଶବ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମୀର ପାତ୍ର
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣବଶତଃ ବ୍ୟକ୍ତିଜଣକ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଝୁମ୍ପୁରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ପୋଖରୀ ମଧ୍ୟରୁ ଶବ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
More news from ଓଡ଼ିଶା and nearby areas
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।3
- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।2
- ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।1
- AkshYarsila fish .....................................2
- ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।4
- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଯମୁନାପଶି ଓ ଚେମେଣା ପଞ୍ଚାୟତର ୧୨ଟି ଗ୍ରାମରେ ୪୦ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ପାଞ୍ଚ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ମେଘା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଗ୍ରାମସଭା ଆୟୋଜିତ ହୋଇଆସୁଛି। ଏହି କ୍ରମରେ ଶୁକ୍ରବାର ସକାଳ ୯ଟା ସମୟରେ ଚିଲିଦା ଗ୍ରାମରେ ୧୧ତମ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଆଇନ-ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ମୁତୟନ କରାଯାଇଥିବା ବେଳେ, ଗ୍ରାମସଭାକୁ ଲୋକଙ୍କୁ ଛାଡୁ ନଥିବା ନେଇ ପୋଲିସ ବିରୋଧରେ ଆସିଥିବା ଅଭିଯୋଗକୁ ତୁରୁମୁଙ୍ଗା ଥାନା ଅଧିକାରୀ ଶ୍ରୀ ସାହୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଥାନା ଅଧିକାରୀଙ୍କ ଅନୁଯାୟୀ, ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର କିଛି ବିରୋଧୀ ଦଳର ନେତା ଗ୍ରାମସଭାକୁ ବାତିଲ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ମଦ, ମାଂସ ଓ ଟଙ୍କା ଦେଇ ମତାଇବା ସହ ଗଣ୍ଡଗୋଳ ସୃଷ୍ଟି କରିବା, ଆଇନ ହାତକୁ ନେବା ଏବଂ ପ୍ରଶାସନକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହି ନେତାମାନେ ପୋଲିସ ଏବଂ ତୁରୁମୁଙ୍ଗା ଥାନା ଅଧିକାରୀ ଗ୍ରାମସଭାକୁ ଲୋକଙ୍କୁ ଛାଡୁ ନଥିବା ଭଳି ମିଥ୍ୟା ଅଭିଯୋଗ ଆଣି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଗ୍ରାମସଭାରେ ଯୋଗଦେବା ଏବଂ ନିଜର ମତ ପ୍ରକାଶ କରିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ଆଇନଗତ ଅଧିକାର ଅଟେ। ପୋଲିସର ଭୂମିକା କେବଳ ଶାନ୍ତି, ସୁରକ୍ଷା ଓ ଆଇନ-ଶୃଙ୍ଖଳା ରକ୍ଷା କରିବା ପର୍ଯ୍ୟନ୍ତ ସୀମିତ। ପୋଲିସ ପକ୍ଷରୁ ଚିଲିଦା ଗ୍ରାମବାସୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ସଭାରେ ଅଂଶଗ୍ରହଣ କରିବାକୁ ବୁଝାସୁଝା କରାଯିବା ସହ ଆଇନକୁ ସମ୍ମାନ କରିବାକୁ ସଚେତନ କରାଯାଇଥିଲା। ସୋସିଆଲ ମିଡିଆରେ ପୋଲିସର ଭୂମିକାକୁ ନେଇ ଆସୁଥିବା ସମସ୍ତ ବିଭିନ୍ନ ପ୍ରକାର ଅପପ୍ରଚାର ଓ ମତାମତକୁ ଥାନା ଅଧିକାରୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।1
- ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।1