ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ, ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ କଣ୍ଟାମାଳ, ୧୬/୦୯/୨୬: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

- କଣ୍ଟାମାଳ ୟଙ୍ଗଷ୍ଟାର ଏସୋସିଏସନ ପକ୍ଷରୁ ମେଡିକାଲ ଛକରେ ନୂଆଁଖାଇ ଭେଟଘାଟର ସାଂସ୍କୃତିକ ସଭା,1
- ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।1
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- ନୁଆଁଖାଇ ସାରିଲା ପାରେସାମୁହିକ ଭାବେ ସମସ୍ତଙ୍କୁ ଜୁହାର ଜଣେଇଲେ ରଥପୁର ର ମହିଳା ମାନେ।1
- ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, ହରିନାରାୟଣ ମିଶ୍ର ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, 🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹3
- 🇹🇯🇹🇯🇹🇯🇹🇯♥️🇹🇯♥️♥️1
- ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଳି ପଞ୍ଚାୟତ ଅଧୀନ ଭାଲିଆପଦର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲିଆପଦର ଗ୍ରାମର ଟୁନା ନାଗ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ ରୁ ୫ ଟା ସମୟରେ ଟୁନା ନାଗ ଘରେ ନୂଆଖାଇ ସାରି ସାଇକେଲ ଯୋଗେ ତାଙ୍କ ଶଶୁର ଘରକୁ ଯାଉଥିଲେ। ଶୁଳିଆ ଗ୍ରାମ ନିକଟରେ ତାଙ୍କ ସାଇକେଲର ଚେନ୍ ଖୋଲି ଯିବାରୁ ସେ ରାସ୍ତା କଡ଼ରେ ଠିଆ ହୋଇ ଚେନ୍ ଲଗାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଆପାଚି ବାଇକ୍ ଆସି ତାଙ୍କୁ ଜୋରରେ ଧକ୍କା ଦେଇ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଥିଲେ। ମୃତକ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ବୃଦ୍ଧା ମା, ସ୍ତ୍ରୀ ଓ ଦୁଇ ଛୋଟ ଛୁଆ ଏବେ କାହା ଭରସାରେ ବଞ୍ଚିବେ ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଖବର ପାଇ କଣ୍ଟାମାଳ IIC ମହାନ୍ତି ବାବୁ ଓ ତହସିଲଦାର ସାହୁ ବାବୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଖଲିଆପାଳି ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ବାବଦକୁ ୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କଣ୍ଟାମାଳ ପୁଲିସ ଘଟଣାର ତଦନ୍ତ କରୁଛି।1