logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡିଶାର ଗଣପର୍ବ ରଜ ମହୋତ୍ସବରେ ମହିଳାମାନଙ୍କ ଦ୍ୱାରା ଏକ ଝୁଟୀ ପ୍ରତିଯୋଗିତା ଆୟୋଜିତ ହୋଇଛି।

2 days ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
2 days ago

ଓଡିଶାର ଗଣପର୍ବ ରଜ ମହୋତ୍ସବରେ ମହିଳାମାନଙ୍କ ଦ୍ୱାରା ଏକ ଝୁଟୀ ପ୍ରତିଯୋଗିତା ଆୟୋଜିତ ହୋଇଛି।

More news from Odisha and nearby areas
  • ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।
    1
    ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    22 hrs ago
  • ପୁରୀରୁ ଜଗନ୍ନାଥ ଦର୍ଶନକୁ ନେଇ ବ୍ୟାପକ ଅଭିଯୋଗ ଆସିଛି, ଯେଉଁଥିରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ସାଧାରଣ ଭକ୍ତଙ୍କୁ ଅବହେଳାର ସାମ୍ନା କରିବାକୁ ପଡ଼ିଛି। ଜୁନ ୧୭, ୨୦୨୬ ରେ ଆସିଥିବା ଏହି ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗରୁ ଆସିଥିବା ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକ ଭକ୍ତଙ୍କୁ ସିଂହଦ୍ୱାର ପାଖରେ ସୁରକ୍ଷା କର୍ମୀ ଧକ୍କା ଦେଇଥିଲେ, ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକଙ୍କ କହିବାନୁସାରେ କେହି ସାହାଯ୍ୟ କରିନଥିଲେ ଏବଂ ସେମାନେ ଦର୍ଶନ ନକରି ଫେରିଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ SJTA ତଦନ୍ତ ନିର୍ଦ୍ଦେଶ ଦେଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥିବା ୧୦ଟି ହ୍ୱିଲ୍ ଚେୟାର ମଧ୍ୟରୁ ୮ଟି ଭଙ୍ଗା ଅବସ୍ଥାରେ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକରୁ ଆସିଥିବା ଜଣେ ଦିବ୍ୟାଙ୍ଗ ଭକ୍ତ ଦୁଇ ଘଣ୍ଟା ଅପେକ୍ଷା କରି ମଧ୍ୟ ଦର୍ଶନ ନ କରି ଫେରିଥିଲେ। ଭକ୍ତମାନେ ପ୍ରଶ୍ନ କରିଛନ୍ତି ଯେ, କୋଟି କୋଟି ଟଙ୍କା ଦାନ ଆସୁଥିବା ସତ୍ତ୍ୱେ ହ୍ୱିଲ୍ ଚେୟାର ଯୋଗାଇ ଦିଆଯାଉ ନାହିଁ କାହିଁକି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମନ୍ଦିର ପରିସରରେ ମାଗଣା ପାଣି କେନ୍ଦ୍ର ବନ୍ଦ ରହିଛି। ଫଳରେ ଘରୋଇ ଷ୍ଟଲରେ ୨୦ ଟଙ୍କା ମୂଲ୍ୟର ପାଣି ବୋତଲ ୫୦ ଟଙ୍କାରେ ବିକ୍ରି ହେଉଛି। ଏହି ଅଭିଯୋଗ ପରେ ଜିଲ୍ଲାପାଳ ଚଢ଼ାଉ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, VIP ଦର୍ଶନ ନାଁରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଧାଡ଼ିକୁ ତିନି ଘଣ୍ଟା ବନ୍ଦ ରଖାଯାଇଥିଲା, ଯେଉଁଥିପାଇଁ ଖରାରେ ହଜାର ହଜାର ଭକ୍ତ ଛିଡ଼ା ହୋଇ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଦୁଇ ଜଣ ମହିଳା ଭକ୍ତ ଚେତାଶୂନ୍ୟ ହୋଇଥିଲେ। ତେବେ, SJTA ପକ୍ଷରୁ କୁହାଯାଇଛି ଯେ, ମାତ୍ର ୩୦ ମିନିଟ୍ ପାଇଁ ଧାଡ଼ି ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଭିଯୋଗର ତଦନ୍ତ କରାଯିବ ଏବଂ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ରଶାସନ ରଥଯାତ୍ରା ପୂର୍ବରୁ ସମସ୍ତ ବ୍ୟବସ୍ଥା ଠିକ୍ କରିବାକୁ ପ୍ରତିଶ୍ରୁତି ଦେଇଛି। ରଥଯାତ୍ରାକୁ ଆଉ ମାତ୍ର ୧୩ ଦିନ ବାକି ଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଏହି ଅବ୍ୟବସ୍ଥାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
    1
    ପୁରୀରୁ ଜଗନ୍ନାଥ ଦର୍ଶନକୁ ନେଇ ବ୍ୟାପକ ଅଭିଯୋଗ ଆସିଛି, ଯେଉଁଥିରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ସାଧାରଣ ଭକ୍ତଙ୍କୁ ଅବହେଳାର ସାମ୍ନା କରିବାକୁ ପଡ଼ିଛି। ଜୁନ ୧୭, ୨୦୨୬ ରେ ଆସିଥିବା ଏହି ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗରୁ ଆସିଥିବା ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକ ଭକ୍ତଙ୍କୁ ସିଂହଦ୍ୱାର ପାଖରେ ସୁରକ୍ଷା କର୍ମୀ ଧକ୍କା ଦେଇଥିଲେ, ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକଙ୍କ କହିବାନୁସାରେ କେହି ସାହାଯ୍ୟ କରିନଥିଲେ ଏବଂ ସେମାନେ ଦର୍ଶନ ନକରି ଫେରିଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ SJTA ତଦନ୍ତ ନିର୍ଦ୍ଦେଶ ଦେଇଛି।

ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥିବା ୧୦ଟି ହ୍ୱିଲ୍ ଚେୟାର ମଧ୍ୟରୁ ୮ଟି ଭଙ୍ଗା ଅବସ୍ଥାରେ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକରୁ ଆସିଥିବା ଜଣେ ଦିବ୍ୟାଙ୍ଗ ଭକ୍ତ ଦୁଇ ଘଣ୍ଟା ଅପେକ୍ଷା କରି ମଧ୍ୟ ଦର୍ଶନ ନ କରି ଫେରିଥିଲେ। ଭକ୍ତମାନେ ପ୍ରଶ୍ନ କରିଛନ୍ତି ଯେ, କୋଟି କୋଟି ଟଙ୍କା ଦାନ ଆସୁଥିବା ସତ୍ତ୍ୱେ ହ୍ୱିଲ୍ ଚେୟାର ଯୋଗାଇ ଦିଆଯାଉ ନାହିଁ କାହିଁକି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମନ୍ଦିର ପରିସରରେ ମାଗଣା ପାଣି କେନ୍ଦ୍ର ବନ୍ଦ ରହିଛି। ଫଳରେ ଘରୋଇ ଷ୍ଟଲରେ ୨୦ ଟଙ୍କା ମୂଲ୍ୟର ପାଣି ବୋତଲ ୫୦ ଟଙ୍କାରେ ବିକ୍ରି ହେଉଛି। ଏହି ଅଭିଯୋଗ ପରେ ଜିଲ୍ଲାପାଳ ଚଢ଼ାଉ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ, VIP ଦର୍ଶନ ନାଁରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଧାଡ଼ିକୁ ତିନି ଘଣ୍ଟା ବନ୍ଦ ରଖାଯାଇଥିଲା, ଯେଉଁଥିପାଇଁ ଖରାରେ ହଜାର ହଜାର ଭକ୍ତ ଛିଡ଼ା ହୋଇ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଦୁଇ ଜଣ ମହିଳା ଭକ୍ତ ଚେତାଶୂନ୍ୟ ହୋଇଥିଲେ। ତେବେ, SJTA ପକ୍ଷରୁ କୁହାଯାଇଛି ଯେ, ମାତ୍ର ୩୦ ମିନିଟ୍ ପାଇଁ ଧାଡ଼ି ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଭିଯୋଗର ତଦନ୍ତ କରାଯିବ ଏବଂ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ରଶାସନ ରଥଯାତ୍ରା ପୂର୍ବରୁ ସମସ୍ତ ବ୍ୟବସ୍ଥା ଠିକ୍ କରିବାକୁ ପ୍ରତିଶ୍ରୁତି ଦେଇଛି।

ରଥଯାତ୍ରାକୁ ଆଉ ମାତ୍ର ୧୩ ଦିନ ବାକି ଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଏହି ଅବ୍ୟବସ୍ଥାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
    user_Top Headlines News Today
    Top Headlines News Today
    Software Developer Puri (M), Odisha•
    6 hrs ago
  • ପୁରୀର କୁମ୍ଭାରପଡ଼ା ସ୍ଥିତ ଜାଇଗଡ ଜାଗା ପରିସରରେ ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ଆୟୋଜିତ ୨୪ତମ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାପ୍ତ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ପୂର୍ବତନ ନଗରପାଳ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଜମ୍ବେଶ୍ୱର ମହାନ୍ତି, ଶିବ ଜେନା, ବସନ୍ତ ପ୍ରଧାନ, ରାଧେଶ୍ୟାମ ସାହୁ, ନମିତା ମଞ୍ଜରୀ ଶତପଥୀ, ଅମୀୟ କୁମାର ମହାପାତ୍ର, ଲକ୍ଷ୍ମୀପ୍ରିୟା ଦେ, ଜାଇଗଡ ଜାଗା ସଭାପତି ହରିହର ପାଢ଼ୀ, ଏକାଡେମୀର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏବଂ ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ଛୋଟ ପିଲାମାନଙ୍କୁ ନେଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ସଭା ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ନୀଳାଦ୍ରି ୟୁଥ୍ କଲ୍ଚରାଲ ଏକାଡେମୀ, ସରସ୍ୱତୀ କଲ୍ଚରାଲ ଏକାଡେମୀ, ମହାବୀର ଡ୍ୟାନ୍ସ ଗ୍ରୁପ୍ ଏବଂ ମନୀଷା କଳା ନିକେତନର କଳାକାରମାନଙ୍କ ଦ୍ୱାରା ଅନେକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରମୋଦ କୁମାର ଜେନା (ନାଲିଆ)ଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ "ସିନ୍ଦୂର ସାଜିଲା ସଉତୁଣୀ"। ଏହି ନାଟକରେ ବିଜୟ ନୃସିଂହ ଦାସ ସହ-ନିର୍ଦ୍ଦେଶନା ଦେଇଥିବା ବେଳେ ପୂପୁ ସ୍ୱାଇଁ ସଙ୍ଗୀତ ସଂଯୋଜନା କରିଥିଲେ। ନାଟକର ମନଛୁଆଁ ଅଭିନୟରେ ଦର୍ଶକମାନେ ଏତେ ବିମୋହିତ ହୋଇଥିଲେ ଯେ ସେମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚ ନିକଟରେ ବସି ରହିଥିଲେ।
    4
    ପୁରୀର କୁମ୍ଭାରପଡ଼ା ସ୍ଥିତ ଜାଇଗଡ ଜାଗା ପରିସରରେ ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ଆୟୋଜିତ ୨୪ତମ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାପ୍ତ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ପୂର୍ବତନ ନଗରପାଳ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ଏହି ଅବସରରେ ଜମ୍ବେଶ୍ୱର ମହାନ୍ତି, ଶିବ ଜେନା, ବସନ୍ତ ପ୍ରଧାନ, ରାଧେଶ୍ୟାମ ସାହୁ, ନମିତା ମଞ୍ଜରୀ ଶତପଥୀ, ଅମୀୟ କୁମାର ମହାପାତ୍ର, ଲକ୍ଷ୍ମୀପ୍ରିୟା ଦେ, ଜାଇଗଡ ଜାଗା ସଭାପତି ହରିହର ପାଢ଼ୀ, ଏକାଡେମୀର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏବଂ ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ଛୋଟ ପିଲାମାନଙ୍କୁ ନେଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ସଭା ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ନୀଳାଦ୍ରି ୟୁଥ୍ କଲ୍ଚରାଲ ଏକାଡେମୀ, ସରସ୍ୱତୀ କଲ୍ଚରାଲ ଏକାଡେମୀ, ମହାବୀର ଡ୍ୟାନ୍ସ ଗ୍ରୁପ୍ ଏବଂ ମନୀଷା କଳା ନିକେତନର କଳାକାରମାନଙ୍କ ଦ୍ୱାରା ଅନେକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରମୋଦ କୁମାର ଜେନା (ନାଲିଆ)ଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ "ସିନ୍ଦୂର ସାଜିଲା ସଉତୁଣୀ"। ଏହି ନାଟକରେ ବିଜୟ ନୃସିଂହ ଦାସ ସହ-ନିର୍ଦ୍ଦେଶନା ଦେଇଥିବା ବେଳେ ପୂପୁ ସ୍ୱାଇଁ ସଙ୍ଗୀତ ସଂଯୋଜନା କରିଥିଲେ। ନାଟକର ମନଛୁଆଁ ଅଭିନୟରେ ଦର୍ଶକମାନେ ଏତେ ବିମୋହିତ ହୋଇଥିଲେ ଯେ ସେମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚ ନିକଟରେ ବସି ରହିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଚନ୍ଦା ଗ୍ରାମର କୃତୀ ଛାତ୍ରୀ ସାଇ ଆରିୟା ଅନୁଷ୍କା ନାୟକ ଚଳିତ ବର୍ଷର OJEE (ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା)ରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଅସାଧାରଣ ସଫଳତା ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା ଥିଲେ ନିଶ୍ଚିତ ଭାବେ ସଫଳତା ମିଳେ ବୋଲି ପ୍ରମାଣିତ କରିଛି। ଇଞ୍ଜିନିୟର ବିଶ୍ୱଜିତ ନାୟକ ଓ ଉଷାରାଣୀ ନାୟକଙ୍କ ସୁକନ୍ୟା ଅନୁଷ୍କା ଛୋଟବେଳୁ ହିଁ ମେଧାବୀ, ଅନୁଶାସିତ ଏବଂ ଅଧ୍ୟବସାୟୀ ଛାତ୍ରୀ ଭାବେ ପରିଚିତ ଥିଲେ। ପରିବାରର ପ୍ରେରଣା, ଜେଜେବାପା ବିଷ୍ଣୁ ପ୍ରସାଦ ନାୟକଙ୍କ ସ୍ନେହ ଏବଂ ତାଙ୍କ ନିଜର କଠିନ ପରିଶ୍ରମ ବଳରେ ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି। ଚଳିତ ବର୍ଷ OJEE ପରୀକ୍ଷାରେ ପ୍ରାୟ ୧ ଲକ୍ଷ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ମଧ୍ୟ, ସେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି କୃତିତ୍ୱ କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଜଗତସିଂହପୁର ଜିଲ୍ଲା ଏବଂ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ଫଳ ପ୍ରକାଶ ପାଇବା ପରେ ଅନୁଷ୍କାଙ୍କ ବାସଭବନରେ ଶୁଭେଚ୍ଛୁ, ଶିକ୍ଷାବିତ୍ ଏବଂ ଅଞ୍ଚଳବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କ ଘରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅନୁଷ୍କାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେ ମତ ରଖିଥିଲେ ଯେ ଅନୁଷ୍କାଙ୍କ ଏହି ସଫଳତା ସମଗ୍ର ପଞ୍ଚାୟତ ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗୌରବ ଆଣିଛି। ଏହି ଅବସରରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ, ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଅନୁଷ୍କାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସେ ଅନୁଷ୍କାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସେ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଯିବେ। ସାଇ ଆରିୟା ଅନୁଷ୍କା ନାୟକଙ୍କର ଏହି ଐତିହାସିକ ସଫଳତା ଆଜି ଜଗତସିଂହପୁର ଜିଲ୍ଲା ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ତାଙ୍କର ଏହି କୃତିତ୍ୱ ଆଗାମୀ ପିଢ଼ୀର ଛାତ୍ରଛାତ୍ରୀଙ୍କ ମନରେ ନୂଆ ସ୍ୱପ୍ନ, ଆତ୍ମବିଶ୍ୱାସ ଏବଂ ସଫଳତା ହାସଲ କରିବାର ଅଦମ୍ୟ ଆକାଂକ୍ଷା ସୃଷ୍ଟି କରିଛି।
    2
    ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଚନ୍ଦା ଗ୍ରାମର କୃତୀ ଛାତ୍ରୀ ସାଇ ଆରିୟା ଅନୁଷ୍କା ନାୟକ ଚଳିତ ବର୍ଷର OJEE (ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା)ରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଅସାଧାରଣ ସଫଳତା ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା ଥିଲେ ନିଶ୍ଚିତ ଭାବେ ସଫଳତା ମିଳେ ବୋଲି ପ୍ରମାଣିତ କରିଛି।

ଇଞ୍ଜିନିୟର ବିଶ୍ୱଜିତ ନାୟକ ଓ ଉଷାରାଣୀ ନାୟକଙ୍କ ସୁକନ୍ୟା ଅନୁଷ୍କା ଛୋଟବେଳୁ ହିଁ ମେଧାବୀ, ଅନୁଶାସିତ ଏବଂ ଅଧ୍ୟବସାୟୀ ଛାତ୍ରୀ ଭାବେ ପରିଚିତ ଥିଲେ। ପରିବାରର ପ୍ରେରଣା, ଜେଜେବାପା ବିଷ୍ଣୁ ପ୍ରସାଦ ନାୟକଙ୍କ ସ୍ନେହ ଏବଂ ତାଙ୍କ ନିଜର କଠିନ ପରିଶ୍ରମ ବଳରେ ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି। ଚଳିତ ବର୍ଷ OJEE ପରୀକ୍ଷାରେ ପ୍ରାୟ ୧ ଲକ୍ଷ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ମଧ୍ୟ, ସେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି କୃତିତ୍ୱ କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଜଗତସିଂହପୁର ଜିଲ୍ଲା ଏବଂ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

ଫଳ ପ୍ରକାଶ ପାଇବା ପରେ ଅନୁଷ୍କାଙ୍କ ବାସଭବନରେ ଶୁଭେଚ୍ଛୁ, ଶିକ୍ଷାବିତ୍ ଏବଂ ଅଞ୍ଚଳବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କ ଘରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅନୁଷ୍କାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେ ମତ ରଖିଥିଲେ ଯେ ଅନୁଷ୍କାଙ୍କ ଏହି ସଫଳତା ସମଗ୍ର ପଞ୍ଚାୟତ ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗୌରବ ଆଣିଛି।

ଏହି ଅବସରରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ, ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଅନୁଷ୍କାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସେ ଅନୁଷ୍କାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସେ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଯିବେ।

ସାଇ ଆରିୟା ଅନୁଷ୍କା ନାୟକଙ୍କର ଏହି ଐତିହାସିକ ସଫଳତା ଆଜି ଜଗତସିଂହପୁର ଜିଲ୍ଲା ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ତାଙ୍କର ଏହି କୃତିତ୍ୱ ଆଗାମୀ ପିଢ଼ୀର ଛାତ୍ରଛାତ୍ରୀଙ୍କ ମନରେ ନୂଆ ସ୍ୱପ୍ନ, ଆତ୍ମବିଶ୍ୱାସ ଏବଂ ସଫଳତା ହାସଲ କରିବାର ଅଦମ୍ୟ ଆକାଂକ୍ଷା ସୃଷ୍ଟି କରିଛି।
    user_ପ୍ରମୋଦ ମଲ୍ଲିକ
    ପ୍ରମୋଦ ମଲ୍ଲିକ
    Photographer କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    52 min ago
  • ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    3
    ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା।

ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ।

ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା BDO ଅଫିସ ଭିତରେ ୧୧ ତାରିଖ ଦିନ ଏକ ଘଟଣା ଦେଖିବାକୁ ମିଳିଛି। ଚାମେଲୀ ଓଝା ନିଜ କାମ ପାଇଁ ଅନୁରୋଧ କରୁଥିବାବେଳେ, କିଛି ବିଜେପି କର୍ମୀ ଏହାକୁ ବିରୋଧ କରି ଷଡଯନ୍ତ୍ର ରଚିଥିଲେ।
    1
    କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା BDO ଅଫିସ ଭିତରେ ୧୧ ତାରିଖ ଦିନ ଏକ ଘଟଣା ଦେଖିବାକୁ ମିଳିଛି। ଚାମେଲୀ ଓଝା ନିଜ କାମ ପାଇଁ ଅନୁରୋଧ କରୁଥିବାବେଳେ, କିଛି ବିଜେପି କର୍ମୀ ଏହାକୁ ବିରୋଧ କରି ଷଡଯନ୍ତ୍ର ରଚିଥିଲେ।
    user_Saroj pani
    Saroj pani
    ମହାକାଳପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    7 hrs ago
  • ବାଚସ୍ପତି ସୁରମା ପାଢ଼ୀ ରଜ ମହୋତ୍ସବ ଅବସରରେ ବିଭିର୍ନ କଳାକାରମାନଙ୍କୁ ନିମନ୍ତ୍ରିତ କରି ସମ୍ମାନିତ କରିଛନ୍ତି।
    1
    ବାଚସ୍ପତି ସୁରମା ପାଢ଼ୀ ରଜ ମହୋତ୍ସବ ଅବସରରେ ବିଭିର୍ନ କଳାକାରମାନଙ୍କୁ ନିମନ୍ତ୍ରିତ କରି ସମ୍ମାନିତ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମାଆ ବାଲିହରଚଣ୍ଡୀଙ୍କ ପୀଠ ରଜ ଉତ୍ସବର ଆନନ୍ଦରେ ମୁଖରିତ ହୋଇଉଠିଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ସାମିଲ ହେବା ପାଇଁ ପୁରୀ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରଜ ପର୍ବକୁ ନେଇ ମନ୍ଦିର ପରିସରରେ ଏକ ମେଳାର ଭ୍ରମ ସୃଷ୍ଟି ହୋଇଛି। ପୀଠ ଚତୁଃପାର୍ଶ୍ୱରେ ଭଳିକି ଭଳି ଖାଦ୍ୟର ପସରା, ପିଲାଙ୍କ ପାଇଁ ରଙ୍ଗବେରଙ୍ଗର ଖେଳଣା ଏବଂ ପୂଜା ସାମଗ୍ରୀର ଦୋକାନଗୁଡ଼ିକ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି। ଭକ୍ତଙ୍କ ସୁରକ୍ଷା ତଥା ପୀଠରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିସ ମୁତୟନ କରାଯିବା ସହ ଗମନାଗମନ ଓ ଭିଡ଼ ନିୟନ୍ତ୍ରଣ ଉପରେ କଡ଼ା ନଜର ରଖାଯାଇଛି। ମାଆଙ୍କ ଦର୍ଶନ ସହିତ ରଜ ପର୍ବର ଏହି ମିଳନ ଓ ମଉଜକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି।
    4
    ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମାଆ ବାଲିହରଚଣ୍ଡୀଙ୍କ ପୀଠ ରଜ ଉତ୍ସବର ଆନନ୍ଦରେ ମୁଖରିତ ହୋଇଉଠିଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ସାମିଲ ହେବା ପାଇଁ ପୁରୀ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ରଜ ପର୍ବକୁ ନେଇ ମନ୍ଦିର ପରିସରରେ ଏକ ମେଳାର ଭ୍ରମ ସୃଷ୍ଟି ହୋଇଛି। ପୀଠ ଚତୁଃପାର୍ଶ୍ୱରେ ଭଳିକି ଭଳି ଖାଦ୍ୟର ପସରା, ପିଲାଙ୍କ ପାଇଁ ରଙ୍ଗବେରଙ୍ଗର ଖେଳଣା ଏବଂ ପୂଜା ସାମଗ୍ରୀର ଦୋକାନଗୁଡ଼ିକ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି।

ଭକ୍ତଙ୍କ ସୁରକ୍ଷା ତଥା ପୀଠରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିସ ମୁତୟନ କରାଯିବା ସହ ଗମନାଗମନ ଓ ଭିଡ଼ ନିୟନ୍ତ୍ରଣ ଉପରେ କଡ଼ା ନଜର ରଖାଯାଇଛି। ମାଆଙ୍କ ଦର୍ଶନ ସହିତ ରଜ ପର୍ବର ଏହି ମିଳନ ଓ ମଉଜକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    18 hrs ago
  • ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    1
    ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା।

ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା।

ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.