logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ବସଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀଶ୍ରୀ ଶଙ୍କଟ ମୋଚନ ହନୁମାନଙ୍କ ୧୮ତମ ବାର୍ଷିକ ଉତ୍ସବ ପାଳିତ ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ପାଳିତ ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା। ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥୁଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ଯଜ୍ଞ ପୂଜକ ଅମରେନ୍ଦ୍ର ମିଶ୍ର ଓ ସନ୍ତୋଷ ଭାଇନା, କର୍ତା ରୁଦ୍ର ନାରାୟଣ ତ୍ରିପାଠୀ ସମସ୍ତ ପୂଜାକ ତୁଲାଇଥିବାବେଳେ ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ପୁଲକ ମିଶ୍ର, ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ, ଦୁର୍ଯ୍ୟୋଧନ ସାଇଁଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ରାତ୍ରରେ ବାଦିଦଣ୍ଡ ପରିବେଷଣ କରାଯାଇଥିଲା ।

3 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
3 hrs ago

ଢେଙ୍କାନାଳ ବସଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀଶ୍ରୀ ଶଙ୍କଟ ମୋଚନ ହନୁମାନଙ୍କ ୧୮ତମ ବାର୍ଷିକ ଉତ୍ସବ ପାଳିତ ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ପାଳିତ ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା। ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥୁଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ଯଜ୍ଞ ପୂଜକ ଅମରେନ୍ଦ୍ର ମିଶ୍ର ଓ ସନ୍ତୋଷ ଭାଇନା, କର୍ତା ରୁଦ୍ର ନାରାୟଣ ତ୍ରିପାଠୀ ସମସ୍ତ ପୂଜାକ ତୁଲାଇଥିବାବେଳେ ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ପୁଲକ ମିଶ୍ର, ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ, ଦୁର୍ଯ୍ୟୋଧନ ସାଇଁଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ରାତ୍ରରେ ବାଦିଦଣ୍ଡ ପରିବେଷଣ କରାଯାଇଥିଲା ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ବିରୋଧ ରେ ସରକାରଙ୍କୁ ଚିଠି ଲେଖିଲେ ଓଡିଶା ପୋଲିସ ହାବିଲଦାର କନେଷ୍ଟେବଳ ସଂଘ ଟଙ୍କା ନେଇ ବଦଳି କରୁଥିବାରୁ ଏବଂ 3 ବର୍ଷ ରୁ ଅଧିକ ସମୟ ଥିବା ପୋଲିସ ମାନଙ୍କୁ ପଇସା ନେଇ ଟ୍ରାନ୍ସଫର କରୁ ନଥିବାରୁ l ଏ ବିଷୟରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟି ଜିଲ୍ଳାସଭାପତି ପୃଥ୍ୱୀରାଜ ଜଗଦଳା l
    1
    ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ନାରାୟଣ ନାୟକ ବିରୋଧ ରେ ସରକାରଙ୍କୁ ଚିଠି ଲେଖିଲେ ଓଡିଶା ପୋଲିସ ହାବିଲଦାର କନେଷ୍ଟେବଳ ସଂଘ     ଟଙ୍କା ନେଇ ବଦଳି କରୁଥିବାରୁ ଏବଂ 3 ବର୍ଷ ରୁ ଅଧିକ ସମୟ ଥିବା ପୋଲିସ ମାନଙ୍କୁ ପଇସା ନେଇ ଟ୍ରାନ୍ସଫର କରୁ ନଥିବାରୁ l ଏ ବିଷୟରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟି  ଜିଲ୍ଳାସଭାପତି ପୃଥ୍ୱୀରାଜ ଜଗଦଳା l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • SC/ST ଫଣ୍ଡ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଟେଣ୍ଡର ପ୍ରକ୍ରିୟା ଦାବିରେ ଗ୍ରାମବାସୀଙ୍କ ଧାରଣା ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବାଲିପୋଷି ପଞ୍ଚାୟତର କାଳିଆଦମା ଆଶ୍ରମ ବିଦ୍ୟାଳୟରେ ସରକାରୀ SC/ST Development Fund ର କାର୍ଯ୍ୟରେ ଗୁରୁତର ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଦ୍ୟାଳୟର School Management Committee (S.M.C) ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀ ଖୋଲାମେଲା ଭାବରେ ଆପତ୍ତି ଜଣାଇଛନ୍ତି।
    1
    SC/ST ଫଣ୍ଡ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ଟେଣ୍ଡର ପ୍ରକ୍ରିୟା ଦାବିରେ ଗ୍ରାମବାସୀଙ୍କ ଧାରଣା
ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବାଲିପୋଷି ପଞ୍ଚାୟତର କାଳିଆଦମା ଆଶ୍ରମ ବିଦ୍ୟାଳୟରେ ସରକାରୀ SC/ST Development Fund ର କାର୍ଯ୍ୟରେ ଗୁରୁତର ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଦ୍ୟାଳୟର School Management Committee (S.M.C) ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀ ଖୋଲାମେଲା ଭାବରେ ଆପତ୍ତି ଜଣାଇଛନ୍ତି।
    user_Basant Kumar Nayak
    Basant Kumar Nayak
    Local News Reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    5 hrs ago
  • ମୋର ଗାଁ ତବଲାକଟା
    1
    ମୋର ଗାଁ ତବଲାକଟା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    5 hrs ago
  • ସମ୍ବଲପୁର-ଦେବଗଡ ଏନ୍ଏଚ୍ ୫୩ ଉପରେ ବଡ଼ରମା ଘାଟି ମଝିରେ ଏକ ପିଚୁ ବୋଝେଇ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନ୍ଏଚ୍ ୫୩ ଉପରେ ପଇଁତରା ମାରୁଥିବା ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଉଭୟ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣା ସ୍ଥଳ ଠାରୁ ବିପଦ ସଂକେତ ଦେଖାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଛାଡୁଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତରଳ ପିଚୁ ରାସ୍ତା ଉପରେ ମାଡ଼ି ଚାଲି ଥିବାରୁ ଅନ୍ୟ ଗାଡ଼ି ଗୁଡ଼ିକ ସେହି ସ୍ଥାନରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।
    4
    ସମ୍ବଲପୁର-ଦେବଗଡ ଏନ୍ଏଚ୍ ୫୩ ଉପରେ ବଡ଼ରମା ଘାଟି ମଝିରେ ଏକ ପିଚୁ ବୋଝେଇ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନ୍ଏଚ୍ ୫୩ ଉପରେ ପଇଁତରା ମାରୁଥିବା ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଉଭୟ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣା ସ୍ଥଳ ଠାରୁ ବିପଦ ସଂକେତ ଦେଖାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଛାଡୁଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତରଳ ପିଚୁ ରାସ୍ତା ଉପରେ ମାଡ଼ି ଚାଲି ଥିବାରୁ ଅନ୍ୟ ଗାଡ଼ି ଗୁଡ଼ିକ ସେହି ସ୍ଥାନରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    8 hrs ago
  • ସନ୍ଧ୍ୟା ହେଲେ ସତର୍କ ରୁହନ୍ତୁ
    1
    ସନ୍ଧ୍ୟା ହେଲେ ସତର୍କ ରୁହନ୍ତୁ
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist G.Udayagiri, Kandhamal•
    13 hrs ago
  • କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ପକ୍ଷରୁ ଯୁବ ପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାକ ଟିମ୍ ଦ୍ବାରା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ସ୍ୱାକ ପରାମର୍ଶଦାତା ସମୀର କୁମାର ପାଢ଼ୀ, ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଧାରାଣୀ ପାତ୍ର, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶୀର୍ଷକ “ଆମର ଶକ୍ତି, ଆମର ଗ୍ରହ” ଅନୁସାରେ ଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା। ଜଳ ସଙ୍କଟ ରୋକିବା ପାଇଁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବନୀକରଣ, ବନାଗ୍ନୀ ନିରାକରଣ, ବର୍ଷାଜଳ ସଂରକ୍ଷଣ, ବିଶ୍ୱ ତାପମାନ ହ୍ରାସ, ବିଦ୍ୟୁତ ସଞ୍ଚୟ, ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ପ୍ରୟାସ ଓ ଏକକ ପ୍ଲାଷ୍ଟିକ ବ୍ୟବହାର କମାଇବା ପ୍ରସଙ୍ଗରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ସହିତ ଆଗାମୀ ଦିନରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ ପୃଥିବୀର ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ହେଉଛି ସର୍ବୋତ୍ତମ ଉପାୟ, ଯାହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ପକ୍ଷରୁ ଯୁବ ପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାକ ଟିମ୍ ଦ୍ବାରା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ସ୍ୱାକ ପରାମର୍ଶଦାତା ସମୀର କୁମାର ପାଢ଼ୀ, ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଧାରାଣୀ ପାତ୍ର, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶୀର୍ଷକ “ଆମର ଶକ୍ତି, ଆମର ଗ୍ରହ” ଅନୁସାରେ ଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା। ଜଳ ସଙ୍କଟ ରୋକିବା ପାଇଁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବନୀକରଣ, ବନାଗ୍ନୀ ନିରାକରଣ, ବର୍ଷାଜଳ ସଂରକ୍ଷଣ, ବିଶ୍ୱ ତାପମାନ ହ୍ରାସ, ବିଦ୍ୟୁତ ସଞ୍ଚୟ, ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ପ୍ରୟାସ ଓ ଏକକ ପ୍ଲାଷ୍ଟିକ ବ୍ୟବହାର କମାଇବା ପ୍ରସଙ୍ଗରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ସହିତ ଆଗାମୀ ଦିନରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ ପୃଥିବୀର ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ହେଉଛି ସର୍ବୋତ୍ତମ ଉପାୟ, ଯାହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟକ ହେବ।
କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    19 hrs ago
  • ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
    1
    ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
    user_Basant Kumar Nayak
    Basant Kumar Nayak
    Local News Reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    10 hrs ago
  • ଯାତରା
    1
    ଯାତରା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.