Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି ପୋଲ ଉପରେ ତିନି ଫୁଟ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି l ଯେଉଁଥି ପାଇଁ ଜୁଲୁଣ୍ଡା ଗ୍ରାମ ରୁ ଶିଆଳି ଛକକୁ ଯାତାୟତ ଠପ ହୋଇଯାଇଛି l ଯେଉଁ ମାନଙ୍କ ଜରୁରୀ କାମ ରହିଛି ସେହିମାନେ 15 କିଲୋମିଟର ବୁଲିକି ଯିବାଆସିବା କରୁଛନ୍ତି l ଏହି ଛୋଟ ପୋଲ ଉପରେ ତିନି ଗୋଟି ପଞ୍ଚାୟତ ଲୋକେ ଯିବା ଆସିବା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଆଣିଦେଇଛି ଦୁଃଖ l ସାଧାରଣତଃ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ଅନେକ ବାଟ ଅତିକ୍ରମ କରିବାକୁ ହେବ l ତୁରନ୍ତ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି l ଜିଲ୍ଲାରେ ଏବେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଯାଇଥିବା ଦେଖାଦେଇଛି l
BINKA KHABAR

More news from Sonepur and nearby areas
- ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।3
- ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।1
- ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ1
- #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ1
- ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l : ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି। ଗୋ ସମ୍ମାନ ଆହ୍ୱାନ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରୁ ଭାସୁଥିବା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର ଗାଧୋଇବାକୁ ଆସି କେନାଲ ପାଣିରେ ବୁଡି ଯୁବକ ମୃତ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରେ ଜଣେ ବ୍ୟକ୍ତି ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲି l ପରେ ବିନିକା ପୋଲିସକୁ ଖବର ଦେବାପରେ ଗନିଆ ଫାଣ୍ଡି ପୋଲିଅ ଘଟଣା ସ୍ଥଳରେ ପହଞ୍ଚିଥିଲା l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗନିଆ ଗ୍ରାମର କୈବଳ ଭୁଏ ବୋଲି ଜଣାପଡିଥିଲା l କୈବଲ ଗତକାଲି ସନ୍ଧ୍ୟା ସମୟରେ କେନାଲକୁ ଗାଧୋଇ ଆସିବା ପରେ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ଆଖ ପାଖ ଅଞ୍ଚଲରେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ l ଆଜି ସାହାଯବାହାଲ କେନାଲ ପାଣିରେ ଭାସୁଥିବା ପରିବାର ଲୋକେ ଜାଣିବା ପରେ ମୃତ ଦେହଟିକୁ ଆସି ଚି଼ହ୍ନଟ କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି l1