ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l : ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି। ଗୋ ସମ୍ମାନ ଆହ୍ୱାନ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l : ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି। ଗୋ ସମ୍ମାନ ଆହ୍ୱାନ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
- ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar ଙ୍କୁ ବହୁତ ବହୁତ ଧନ୍ୟବାଦ।1
- ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।2
- ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍ଏସି ନ ୮୦୯୩୮୦୨୪୫୪, ତହସିଲ କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫ ଓ କଣ୍ଟାମାଳ ନ ୭୯୯୧୦୦୫୮୪୪ ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।2
- ନୀଳାଦ୍ରିବିଜେ ସମ୍ପର୍ଣ୍ଣ1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି ପୋଲ ଉପରେ ତିନି ଫୁଟ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ଏବେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି l ଯେଉଁଥି ପାଇଁ ଜୁଲୁଣ୍ଡା ଗ୍ରାମ ରୁ ଶିଆଳି ଛକକୁ ଯାତାୟତ ଠପ ହୋଇଯାଇଛି l ଯେଉଁ ମାନଙ୍କ ଜରୁରୀ କାମ ରହିଛି ସେହିମାନେ 15 କିଲୋମିଟର ବୁଲିକି ଯିବାଆସିବା କରୁଛନ୍ତି l ଏହି ଛୋଟ ପୋଲ ଉପରେ ତିନି ଗୋଟି ପଞ୍ଚାୟତ ଲୋକେ ଯିବା ଆସିବା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଆଣିଦେଇଛି ଦୁଃଖ l ସାଧାରଣତଃ ସାମାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ଅନେକ ବାଟ ଅତିକ୍ରମ କରିବାକୁ ହେବ l ତୁରନ୍ତ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି l ଜିଲ୍ଲାରେ ଏବେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଯାଇଥିବା ଦେଖାଦେଇଛି l2
- କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା - ଯାତାୟାତ ଦୁର୍ବିଷହ -ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି -ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି - ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ। ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡି ବସିଲା ପୋଲିସ। ଗଞ୍ଜେଇ ସହ ଅନ୍ତରାଜ୍ୟ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆଜି ଲଛିପୁର ଥାନା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଚୌରସିଆପୁର ଛକ ନିକଟରେ ସଂନ୍ଧେହ ରେ ଏକ ବାଇକ ରେ ସିଲିଣ୍ଡର ନେଇ ଯାଉଥିବା ୨ ବ୍ୟକ୍ତି ଙ୍କୁ ପୋଲିସ ଅଟକାଇ ଥିଲା। ପରେ ସିଲିଣ୍ଡର ଖୋଲି ଯାଞ୍ଚ କଲାବେଳେ ସିଲିଣ୍ଡର ତଳପଟେ ଓଲଣ୍ଡିଙ୍ଗ୍ ହେବାର ଦେଖି ପୋଲିସ ର ସଂନ୍ଧେହ ବଢ଼ିଥିଲା। ସିଲିଣ୍ଡର ଭାଙ୍ଗି ଦେଖିଲା ପରେ ତା ଭିତରେ ଗଞ୍ଜେଇ ଥିବା ଦେଖିଥିଲା ପୋଲିସ । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ସବୁ ଓଜନ କଲାପରେ ତା ଭିତରୁ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା। ଗଞ୍ଜେଇ ନେଇ ଯାଉଥିବା ଛତିଶଗଡ଼ ରାଜ୍ୟର ବିକାଶ ବର୍ମା ଓ ଦିଲ୍ଲିପ ଦାଶ ଙ୍କୁ ପୋଲିସ ଗିରଫ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।1