କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା - ଯାତାୟାତ ଦୁର୍ବିଷହ -ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି -ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି - ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ। ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।

- ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।2
- ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।3
- ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।1
- ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ1
- #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l1
- ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।1
- ଲଗାଣ ବର୍ଷାରେ ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର। ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକ ।1