କିଡିଙ୍ଗ ଠାରେ ଜାତୀୟ ଖାଦ୍ୟ ତୈଳ ବିହନ ମିଶନ ଅଧୀନରେ ଚାଷୀଙ୍କ ତାଲିମ ଶିବିର। ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ କଳାହାଣ୍ଡି ପକ୍ଷରୁ ଜାତୀୟ ଖାଦ୍ୟ ତୈଳ ବିହନ ମିଶନ ଅଧୀନରେ ଚାଷୀଙ୍କ ତାଲିମ ଶିବିର ଆଜି ବୁଧବାର ପୂର୍ବାହ୍ନ ନ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଖବର ଅନୁସାରେ ଆଉ ଅଳ୍ପଦିନ ମଧ୍ଯ ରେ ଏକ ତେଲ ମିଲ ସ୍ଥାପିତ ହେବ। ଏହାକୁ ପରିଚାଳନା ପାଇଁ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାନଂକୁ ଏକ ପ୍ରଡ୍ବୁସର କମ୍ପାନୀ ଗଠନ କରାଯାଇଛି।ତେଣୁ ଉକ୍ତ ତେଲ ମିଲର ପରିଚାଳନା,ଖରିଫ ଓ ରବି ଋତୁରେ କିଭଳି ସୂର୍ଯ୍ୟ ମୁଖି ଚାଷ ଅମଲ ହେବ ଓ ସୂର୍ଯ୍ୟ ମୁଖି ମଞ୍ଜି କୁ କିଭଳି ସୁରକ୍ଷିତ ରହିବ ସେ ନେଇ ତାଳିମ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ରୋଡ ସରପଂଚ ମମତା ଶବର,ଓଏଲଏମ DPM ସି.କେ ବେହେରା, ମିଶନ ଶକ୍ତି ଡିପିସି ସୁମନ ଦ୍ବିବେଦୀ,ଓରମାସ ଡେପୁଟି ସିଇଓ ଭକ୍ତି ପଟ୍ଟନାୟକ,ଡିପିଏମ ଓରମାସ ପ୍ରକାଶ ଚନ୍ଦ୍ର ବେହେରା,ଏଡିଓ ନର୍ଲା ଶିଶିର କୁମାର ବିଶି,ବ୍ଲକ କୃଷି ଅଧିକାରୀ ଲାଞ୍ଜିଗଡ଼ ପ୍ରବୀଣ କୁମାର ସାହୁ, ଲାଞ୍ଜିଗଡ଼ ରୋଡ କ୍ଷେତ୍ର ପରିଦର୍ଶକ ଭାସ୍କର ମାଝୀ,ବିପିଏସିଏ ଯୁଗେଶ୍ବର ଶବର ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।କିଡିଙ୍ଗ,କାଉଗୁଡା,ସିକେରକୁପା,ମାଡିବନ୍ଦା ର ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା ଚାଷୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। କୃଷକ ସାଥି ଗଣେଶ ଶବର,ଭୂର୍ତେଶ୍ବର ଶବର ଇଶ୍ଵର ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

- ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।1
- Post by Tuna Behera1
- ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।1
- ବିଶ୍ଵରେ No11
- Post by ଓଡ଼ିଶାର ଆବାଜ୍1
- Post by Sonu Bagh CREATION1
- Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା4
- Post by Gopal Das Mahananda1