ମୁକୁଳା ଗାତ ନେଲା ଶିଶୁର ଜୀବନ, ମେଗା ପାନୀୟଜଳ ପ୍ରକଳ୍ପରେ ଠିକା ସଂସ୍ଥାର ଅବହେଳା ଅଭିଯୋଗ, NHRCର ଦ୍ୱାରସ୍ଥ ହେଲେ ଆଇନଜୀବୀ ଆନନ୍ଦପୁର : ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ ଖୋଳାଯାଇଥିବା ଗାତ ଜଣେ ଦୁଇ ବର୍ଷର ନିଷ୍ପାପ ଶିଶୁର ଜୀବନ ନେଇଛି l କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଅନ୍ତର୍ଗତ ଝଣଝଣା କଲୋନୀ ସାହିରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ଏବେ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ ଦାଖଲ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରିୟବ୍ରତ ବିଶ୍ବାଳ ଏହି ଅଭିଯୋଗ ଦାଖଲ କରିଛନ୍ତି, ଯାହାର ଡାଏରି ନମ୍ବର ହେଉଛି ୨୧୪୭୨/ଇନ/୨୦୨୬ | ଅଭିଯୋଗ ଅନୁଯାୟୀ, ଗତ ମେ ୨୪ ତାରିଖ ଅପରାହ୍ନରେ ଝଣଝଣା କଲୋନୀ ସାହିର ନିଜ ଘର ପାଖରେ ଖେଳୁଥିବା ସମୟରେ ଅନିଲ ଖଣ୍ଡେଇ ନାମକ ଦୁଇ ବର୍ଷର ଶିଶୁ ଏକ ଗଭୀର, ପାଣିଭର୍ତ୍ତି ଖୋଳା ଗାତରେ ଖସିପଡ଼ିଥିଲେ। ପାଇପ୍ଲାଇନର ମରାମତି ପାଇଁ ଠିକା ସଂସ୍ଥା ପକ୍ଷରୁ ଗାତଟି ଖୋଳାଯାଇଥିବା ଅଭିଯୋଗ ହୋଇଛି। ଶିଶୁଟି ନିଖୋଜ ହେବା ପରେ ପରିବାର ଓ ଗ୍ରାମବାସୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ଶେଷରେ ସନ୍ଧ୍ୟାରେ ଗାତ ଭିତରୁ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା। ପରେ ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ସୂଚନା ଅନୁଯାଇ ପାଇପ୍ଲାଇନରେ ଲିକେଜ୍ ସମସ୍ୟାକୁ ନେଇ ପ୍ରାୟ ୫ ବର୍ଷ ତଳେ ଗ୍ରାମ ରାସ୍ତା ମଝିରେ ଗଭୀର ଗାତ ଖୋଳାଯାଇଥିଲା। ହେଲେ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଏହାକୁ ପୋତାଯାଇନଥିଲା କିମ୍ବା ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟାରିକେଡ୍ କରାଯାଇନଥିଲା। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଜଣାଇଥିଲେ ମଧ୍ୟ ଠିକା ସଂସ୍ଥା ଖୋଳିଥିବା ଗଭୀର ଗାତକୁ ପୋତି ନଥିଲା | ଘଟଣାକୁ ଗୁରୁତର ମାନବାଧିକାର ଉଲଂଘନ ଦର୍ଶାଇ ଶ୍ରୀ ବିଶ୍ୱାଳ କମିଶନଙ୍କ ନିକଟରେ ମୃତ ଶିଶୁର ପରିବାରକୁ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଦାବି କରିଛନ୍ତି l ଏଥି ସହ ଉକ୍ତ ଘଟଣା ପାଇଁ ଦାୟୀ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ ଉପଯୁକ୍ତ ଅପରାଧିକ ମାମଲା ରୁଜୁ, ତଦନ୍ତ ର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ଏବଂ ଦାୟୀ ଠିକା ସଂସ୍ଥାକୁ କଳାତାଳିକାଭୁକ୍ତ କରିବା ପାଇଁ ମଧ୍ୟ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମେଗା ପାନୀୟଜଳ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ବିପଜ୍ଜନକ ଖୋଳା ଗାତକୁ ତୁରନ୍ତ ପୋତିବା ଓ ସୁରକ୍ଷିତ ରଖିବାକୁ ମଧ୍ଯ ଦାବି ହୋଇଛି l ଏହି ଘଟଣା ସରକାରୀ ପ୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥା, ଠିକା ସଂସ୍ଥାର ଦାୟିତ୍ଵ ଏବଂ ସରକାରୀ ନିରୀକ୍ଷଣ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଏବେ ଏହି ଅଭିଯୋଗ ଉପରେ କମିଶନ ଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି।

- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼1
- 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹1
- *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*1
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1