ମୟୂରଭଞ୍ଜ ଜିଲ୍ଲାରେ ପୋଲିସର ବ୍ୟାପକ ନାକା ଚେକିଂ: ୧ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଆଦାୟ, ବିପୁଳ ମଦ ଜବତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ନାକା ଚେକିଂ ଓ ବ୍ଲକିଂ କରାଯାଇଛି। ଗତକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମିଳିତ ଚେକିଂ ଅଭିଯାନ ଚାଲିଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରିବା, ଗୋରୁ ଚାଲାଣ ଏବଂ ବେଆଇନ ଖଣିଜ ଦ୍ରବ୍ୟ ପରିବହନ ରୋକିବା ସହ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ଚେକିଂର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ପେଶାଲ ଡ୍ରାଇଭ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ ୯୪ଟି ଗାଡ଼ି ଯାଞ୍ଚ କରାଯାଇଥିଲା। ଚେକିଂ ବେଳେ ମୋଟର ସାଇକେଲ ଚାଳକଙ୍କ ଠାରୁ ୧,୪୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୦୬ ଜଣ ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ, ଚେକିଂ ସମୟରେ ୦୨ଟି ଅବକାରୀ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏହି ଚଢ଼ାଉରେ ୧୨ ଲିଟର ଦେଶୀ ମଦ ଏବଂ ୧୦.୫୫୦ ଲିଟର ବିଦେଶୀ ମଦ ଜବତ କରିଛି। ଆଗକୁ ମଧ୍ୟ ଏଭଳି ଚେକିଂ ପ୍ରକ୍ରିୟା ଜାରି ରହିବ ବୋଲି ପୋଲିସ ପକ୍ଷରୁ ମଙ୍ଗଳବାର ସକାଳ ପ୍ରାୟ ୯.୩୦ ଟାରେ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।
ମୟୂରଭଞ୍ଜ ଜିଲ୍ଲାରେ ପୋଲିସର ବ୍ୟାପକ ନାକା ଚେକିଂ: ୧ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଆଦାୟ, ବିପୁଳ ମଦ ଜବତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ନାକା ଚେକିଂ ଓ ବ୍ଲକିଂ କରାଯାଇଛି। ଗତକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି
ମିଳିତ ଚେକିଂ ଅଭିଯାନ ଚାଲିଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରିବା, ଗୋରୁ ଚାଲାଣ ଏବଂ ବେଆଇନ ଖଣିଜ ଦ୍ରବ୍ୟ ପରିବହନ ରୋକିବା ସହ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ଚେକିଂର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ପେଶାଲ ଡ୍ରାଇଭ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ
୯୪ଟି ଗାଡ଼ି ଯାଞ୍ଚ କରାଯାଇଥିଲା। ଚେକିଂ ବେଳେ ମୋଟର ସାଇକେଲ ଚାଳକଙ୍କ ଠାରୁ ୧,୪୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୦୬ ଜଣ ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ, ଚେକିଂ ସମୟରେ ୦୨ଟି ଅବକାରୀ ମାମଲା ମଧ୍ୟ ରୁଜୁ ହୋଇଛି।
ପୋଲିସ ଏହି ଚଢ଼ାଉରେ ୧୨ ଲିଟର ଦେଶୀ ମଦ ଏବଂ ୧୦.୫୫୦ ଲିଟର ବିଦେଶୀ ମଦ ଜବତ କରିଛି। ଆଗକୁ ମଧ୍ୟ ଏଭଳି ଚେକିଂ ପ୍ରକ୍ରିୟା ଜାରି ରହିବ ବୋଲି ପୋଲିସ ପକ୍ଷରୁ ମଙ୍ଗଳବାର ସକାଳ ପ୍ରାୟ ୯.୩୦ ଟାରେ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।
- #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ1
- ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।2
- ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ1
- ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ1
- ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews1
- ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l1
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- #ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।1