ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡ଼ାପଦର ଗ୍ରାମରେ ଏକ ଜଙ୍ଗଲୀ ବାରହା ଆତଙ୍କ ଖେଳାଇ ଆଠରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଗୁରୁତର ଆହତ କରିଛି। ଆଜି ସକାଳୁ ସକାଳୁ କୁମ୍ଭାରୀ ଓ ହରିଡ଼ାପଦର ଅଞ୍ଚଳରେ ଏହି ଜଙ୍ଗଲୀ ବାରହା ଘରୁ ଶୌଚ ହେବାକୁ ବାହାରିଥିବା ଏବଂ ଜମିକୁ ଯାଉଥିବା ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ବାରହା ଆକ୍ରମଣରେ ଦଣ୍ଡପାଣି ସାହୁ, ସଜନୀ ଗୌଡ଼, ସୂର୍ଯ୍ୟ କାଜି, ସୁରେନ୍ଦ୍ର ରଣା ଓ ମିଟୁ ଗୌଡ଼ଙ୍କ ସମେତ ଆଠରୁ ଉର୍ଦ୍ଧ ଗ୍ରାମବାସୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ, ସଜନୀ ଗୌଡ଼ ଓ ଦଣ୍ଡପାଣି ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବନ ବିଭାଗ ତରଫରୁ ଏହି ଘଟଣାର ତଦନ୍ତ ଜାରି ରହିଛି।

- ରଜ ସଂକ୍ରାନ୍ତି ଅବସରରେ ଜଗଦଳପୁର ଗ୍ରାମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ।1
- ଚାମେଲି ମାମଲାରେ ଚାଲିଥିବା ତଦନ୍ତ ପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି। ଏହି ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି।1
- କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।1
- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।3
- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଦୁର୍ନୀତିର ଆଉ ଏକ ନମୁନା ସାମ୍ନାକୁ ଆସିଛି, ଯେଉଁଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ମଟର ସାଇକେଲ ଷ୍ଟାଣ୍ଡର କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ଏହାର ପୁରା ବିଲ୍ ଉଠାଇ ନିଆଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି। ଏହି ମଟର ସାଇକେଲ ଷ୍ଟାଣ୍ଡରେ ଟିଣ ସମ୍ପୂର୍ଣ୍ଣ ଭାବେ ପକାଯାଇ ନାହିଁ। ଏଥିସହ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଥିବାରୁ ଟିଣଗୁଡ଼ିକ ବଙ୍କା ହୋଇଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ତଥା ସମଗ୍ର ଗୁମ୍ମା ବ୍ଲକର ଅଧିକାରୀଙ୍କ ଆଖି ଆଗରେ ଏପରି ଦୁର୍ନୀତି ଚାଲିଥିବା ବେଳେ, ଅନ୍ୟ ଉପାନ୍ତ ଅଞ୍ଚଳରେ କେତେ ଦୁର୍ନୀତି ହେଉଥିବ ତାହା ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଗୁମ୍ମା ବିଡ଼ିଓ, ଏଇଇ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନାହାନ୍ତି।1
- ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଞ୍ଜିଆ ଗ୍ରାମ ପଞ୍ଚାୟତରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଲୋକମାନେ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ନିଜର ସମସ୍ୟା ଓ ଅଭିଯୋଗ ଜଣାଇବାର ସୁଯୋଗ ପାଇଥିଲେ।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ସମ୍ମୁଖରେ ଏକ ଚଳନ୍ତା ସ୍କୁଟିରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ସ୍କୁଟିର ଇଞ୍ଜିନ ଅତ୍ୟଧିକ ଗରମ ହେବା କାରଣରୁ ଏହି ଘଟଣା ଘଟିଥିବା ଜଣାପଡିଛି। ନିଆଁ ଲାଗିବା ଆରମ୍ଭ ହେବା ମାତ୍ରେ ସ୍କୁଟି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଓହ୍ଲାଇ ଯାଇଥିଲେ। ଏହି କ୍ଷିପ୍ର କାର୍ଯ୍ୟ ଯୋଗୁଁ ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡିଥିବା ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।1