logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପରେ କୁମାରସ ମ୍ୟୁଜିକ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ମୁଖ୍ୟ ସୁକୁମାର ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସଙ୍ଗୀତ ଓ ନାଟକ ଏକାଡେମୀର ସଦସ୍ୟ ଦେବଦାସ ମହାକୁଡ଼, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଗାୟକ ସୁରେଶ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ସାମନ୍ତରାୟ, ସମାଜସେବୀ ନଗେନ୍ଦ୍ର ପଟ୍ଟନାୟକ, ଗାୟକ ବାବୁ ପାତ୍ର ଓ ନିରୁପ୍ ରାଜ ସୁଗୁଦୁଲାରି ଏବଂ ସଙ୍ଗୀତ ଗୁରୁ ବାଲାଜୀ ରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସମସ୍ତ ଧର୍ମର ପ୍ରତୀକକୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶ୍ରୀ ମହାକୁଡ଼ ଗୁରୁଙ୍କୁ ମାନି ଶିକ୍ଷା ଗ୍ରହଣ କଲେ ତାହା ସଫଳ ହୁଏ ବୋଲି ମତ ଦେଇଥିଲେ। ସେହିପରି, ସଙ୍ଗୀତ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ସଙ୍ଗୀତ ରେକର୍ଡିଂରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସହଜତା ବିଷୟରେ କହିବା ସହ ନୂତନ ପିଢ଼ିକୁ ସଙ୍ଗୀତ ସମ୍ପର୍କରେ ଅଧିକ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥିମାନେ ମଧ୍ୟ ସଙ୍ଗୀତ ଉପରେ ଆଲୋକପାତ କରିଥିଲେ। ଏହା ପରେ କୁମାରସ ମ୍ୟୁଜିକର ୧୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ସାଙ୍ଗରେ ସଙ୍ଗୀତ ପରିବେଷଣ କରିଥିଲେ, ଯାହାକୁ ଏକ ବିରଳ ରେକର୍ଡ ବୋଲି କୁହାଯାଇଛି। ପ୍ରିତିକାନ୍ତ ସାଧୁ ଏବଂ ଗ୍ଲୋରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଗାୟକ କପିଲ ମହାରଣା, ଟି. ନିବେଦିତା ଜୟଶ୍ରୀ ମହାରଣା, ନିବେଦିତା ପଟ୍ଟନାୟକ, ବେବି ରାଣୀ, ମମତା ବେହେରା, ସଂଯୁକ୍ତା ରାଣୀ ନାଗ, ସମର ଢାଲି, ଶିବ ମହାପାତ୍ର, ଅଶୋକ ଦୀପ ପ୍ରମୁଖ ସୁନ୍ଦର ଗୀତ ପରିବେଷଣ କରିଥିଲେ। ମୁନା ମହେନ୍ଦ୍ର, ତରୁଣ ପାଣି, କ୍ରିରାର୍ଥ, ଆଲିଶାନ ଏବଂ ଶ୍ରେୟାଞ୍ଜଏ ପ୍ରମୁଖ ବାଦ୍ୟଯନ୍ତ୍ର ବଜାଇବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱର୍ଗତ ହ୍ୟୁମାନ ସାଗର, ଲତା ମଙ୍ଗେସକର, ସୁମନ କଲ୍ୟାଣପୂର, କିଶୋର କୁମାର, ମହମ୍ମଦ ରଫି ଏବଂ ଶାନ୍ତିରାଜ ଖୋସଲା ପ୍ରମୁଖଙ୍କୁ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମାଜସେବୀ ମୁନା ଶତପଥୀ ଓ ବୁଲୁ ପାଢ଼ୀ, ଗାୟକ ସୀମା ପାଣିଗ୍ରାହୀ, ସଙ୍ଗୀତ ନିର୍ଦ୍ଦେଶକ ସୁରେଶ ମହାନ୍ତିଙ୍କ ସମେତ ଅନେକ ସଙ୍ଗୀତ ପ୍ରେମୀ, ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସଙ୍ଗୀତ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

7 hrs ago
user_ଉତ୍କଳ ସମାଜ
ଉତ୍କଳ ସମାଜ
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
7 hrs ago
4fd6f79d-e48e-49f9-a8f1-b0f27e08f446

More news from ଓଡ଼ିଶା and nearby areas
  • କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
    1
    କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    14 hrs ago
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ, ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଥିଲା ଏବଂ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଶପଥ ପାଠ କରାଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
    1
    ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ, ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଥିଲା ଏବଂ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଶପଥ ପାଠ କରାଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ।

ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • ଖୋର୍ଦ୍ଧା ଅଞ୍ଚଳରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲେ ଅନେକ କିଛି ଉନ୍ନତି ହେବ ବୋଲି ଜଣେ ବିଧାୟକ ମତ ପ୍ରକାଶ କରିଛନ୍ତି।
    1
    ଖୋର୍ଦ୍ଧା ଅଞ୍ଚଳରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲେ ଅନେକ କିଛି ଉନ୍ନତି ହେବ ବୋଲି ଜଣେ ବିଧାୟକ ମତ ପ୍ରକାଶ କରିଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    8 hrs ago
  • କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ପାଟଖଣ୍ଡା ମନ୍ଦିର ନିକଟରେ ଏକ ବାହାଘର ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
    2
    କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ପାଟଖଣ୍ଡା ମନ୍ଦିର ନିକଟରେ ଏକ ବାହାଘର ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
    user_Alphans
    Alphans
    Farmer ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    19 hrs ago
  • କଣ୍ଟାମାଳ ଅଞ୍ଚଳରେ ନିର୍ମାଣାଧୀନ ଚେକ୍ ଡେମ୍ ଗୁଡ଼ିକର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ସାଧାରଣତଃ ଲୋକଙ୍କ ଗାଧୋଇବା ଉଦ୍ଦେଶ୍ୟରେ ନାଳମାନଙ୍କରେ ଚେକ୍ ଡେମ୍ ନିର୍ମାଣ କରାଯାଇଥାଏ। ଏହିପରି କଣ୍ଟାମାଳ ଅଞ୍ଚଳର ବିଭିନ୍ନ ନାଳରେ ବହୁସଂଖ୍ୟକ ଚେକ୍ ଡେମ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ, ଏହି କାମ ନିମ୍ନମାନର ହେଉଛି ବୋଲି ଅଭିଯୋଗ କରାଯାଉଛି।
    1
    କଣ୍ଟାମାଳ ଅଞ୍ଚଳରେ ନିର୍ମାଣାଧୀନ ଚେକ୍ ଡେମ୍ ଗୁଡ଼ିକର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ସାଧାରଣତଃ ଲୋକଙ୍କ ଗାଧୋଇବା ଉଦ୍ଦେଶ୍ୟରେ ନାଳମାନଙ୍କରେ ଚେକ୍ ଡେମ୍ ନିର୍ମାଣ କରାଯାଇଥାଏ। ଏହିପରି କଣ୍ଟାମାଳ ଅଞ୍ଚଳର ବିଭିନ୍ନ ନାଳରେ ବହୁସଂଖ୍ୟକ ଚେକ୍ ଡେମ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ, ଏହି କାମ ନିମ୍ନମାନର ହେଉଛି ବୋଲି ଅଭିଯୋଗ କରାଯାଉଛି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    8 hrs ago
  • କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁନ୍ଦୁରା ବ୍ଲକର ଘୁମର ଠାରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କୋଟପାଡ଼ ଓ କୁନ୍ଦୁରା ଅଞ୍ଚଳରେ ଦଳ ପ୍ରସ୍ତୁତ ହେଉଥିବା ଏହି କାର୍ଯ୍ୟକ୍ରମରୁ ସୂଚନା ମିଳିଛି।
    2
    କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁନ୍ଦୁରା ବ୍ଲକର ଘୁମର ଠାରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କୋଟପାଡ଼ ଓ କୁନ୍ଦୁରା ଅଞ୍ଚଳରେ ଦଳ ପ୍ରସ୍ତୁତ ହେଉଥିବା ଏହି କାର୍ଯ୍ୟକ୍ରମରୁ ସୂଚନା ମିଳିଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    17 hrs ago
  • କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ଯେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।
    1
    କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ଯେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ହଳଦୀ ପଞ୍ଚାୟତର ଚାଷୀମାନେ ସାର ଏବଂ ବିହନକୁ ନେଇ ଗଭୀର ଚିନ୍ତାରେ ଥିବା ଜଣାପଡ଼ିଛି। ରାଇଘରରୁ ମାମନି ଚକ୍ରବର୍ତ୍ତୀଙ୍କ ଏହି ରିପୋର୍ଟ ମାଧ୍ୟମରେ ଏହି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି।
    1
    ହଳଦୀ ପଞ୍ଚାୟତର ଚାଷୀମାନେ ସାର ଏବଂ ବିହନକୁ ନେଇ ଗଭୀର ଚିନ୍ତାରେ ଥିବା ଜଣାପଡ଼ିଛି। ରାଇଘରରୁ ମାମନି ଚକ୍ରବର୍ତ୍ତୀଙ୍କ ଏହି ରିପୋର୍ଟ ମାଧ୍ୟମରେ ଏହି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.