Shuru
Apke Nagar Ki App…
my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
Tulasi Pramod Alatia
my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
More news from ଓଡ଼ିଶା and nearby areas
- ପାଟି ଫିଟାଇ କଥା କହିପାରୁନଥିବା ଏ ମାଙ୍କଡ଼ ଗୁଡ଼ାକ ଏମିତି କାହିଁ କେତେ କଥା କହି ମଣିଷଙ୍କୁ ଅଭିଶାପ ଦେଉଥିବେ । କାରଣ ଖଣି ଖୋଳାଯାଏ ବିକାଶ ପାଇଁ । କିନ୍ତୁ ଏମାନଙ୍କର ବିନାଶ ହୋଇଯାଇଛି । aheartbreaking wildlife situation has emerged from the Tensa–Barsua Ghat area under the Koida mining circle in Odisha. A mother monkey carrying her young one is seen struggling for food and shelter after forests and hills were cleared for mining and development. Wildlife is reportedly being forced towards human settlements in search of food and habitat1
- ଆଦର୍ଶ ବିଦ୍ୟାଳୟ କୋଚିଂ ନୂଆଗାଁ ଗଣେଶ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ ABC, Nuagaon1
- ପୁରୁଣା ଗଞ୍ଜେଇ ମାମଲା ରେ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ମୋହନା ପୋଲିସ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ରେ ପୂର୍ବରୁ ରହିଥିବା ଦୁଇଟି ଗଞ୍ଜେଇ କେଶ ମାମଲା ରେ ଆଜି ମୋହନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ଦୁଇ ଜଣ ହେଲେ ସିଙ୍ଗୁପୁର ଗ୍ରାମ ଓ ଗଜପତି ଜିଲ୍ଲା ସୁନ୍ଦରଡାଙ୍ଗ ର3
- କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।2
- ବେଡାପଡା ଗାଁରେ ସୋଲାର ତାର ବିଦ୍ୟୁତ ତାର ସାଂଯୋଗ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଲଥିଲା. ଆଜି ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗାଁରେ ଗତକାଲି ସୋଲାର ତାର ସହ ବିଦ୍ୟୁତ ସାଂଯୋଗ ଫଳରେ ଗାଁର ଉପମା ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା. ଆଜି ରାସୋଳ ପୋଲିସ ଏହି ଘଟଣାରେ ଗୌରାଙ୍ଗ ଗଡ଼ନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ପୁରୀର ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ କଂଗ୍ରେସର ଅସନ୍ତୋଷ। ପୁରୀ, ୧୬/୦୯: ପୁରୀର ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛି ପୁରୀ ଜିଲ୍ଲା କଂଗ୍ରେସ କମିଟି। ପୁରୀ କେବଳ ଏକ ସହର ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀ ଓ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ। ତେଣୁ ପୁରୀ ନାମରେ ଘୋଷଣା ହେଉଥିବା ବିଭିନ୍ନ ପ୍ରକଳ୍ପର ପ୍ରକୃତ ସୁଫଳ ସାଧାରଣ ପୁରୀବାସୀ କେତେ ପାଉଛନ୍ତି, ସେନେଇ ସରକାର ସ୍ପଷ୍ଟ ଉତ୍ତର ଦେବାକୁ ଦଳ ଦାବି କରିଛି। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଜମି ସେଟଲମେଣ୍ଟ ନୀତିକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ୨୦୨୬ର ନୂଆ ନିୟମ ଲାଗୁ ହେବା ପୂର୍ବରୁ ପୁରୁଣା ନୀତି ଅନୁସାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଆବେଦନଗୁଡ଼ିକର ତାଲିକା, ଆବେଦନ ତାରିଖ, ଫାଇଲ୍ର ସ୍ଥିତି ଓ ବିଳମ୍ବର କାରଣ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଏଥିସହ ପୁରୁଣା ଆବେଦନକାରୀଙ୍କ ପାଇଁ ସେଭିଂ ବା ଟ୍ରାନ୍ଜିସନାଲ ବ୍ୟବସ୍ଥା ରଖିବାକୁ କଂଗ୍ରେସ ଦାବି କରିଛି। ଦଖଲର ବର୍ଷ ନିର୍ଦ୍ଧାରଣ ପାଇଁ କେଉଁ ଦସ୍ତାବିଜକୁ ଆଧାର କରାଯିବ, ଏନେଇ ସ୍ପଷ୍ଟ ଓ ସମାନ ମାପଦଣ୍ଡ ପ୍ରକାଶ କରିବାକୁ ମଧ୍ୟ ଦାବି ହୋଇଛି। ଦୀର୍ଘଦିନ ଧରି ସ୍ୱଳ୍ପ ଜମିରେ ବାସଗୃହ କରି ରହୁଥିବା ପ୍ରକୃତ ପରିବାରଙ୍କ ପାଇଁ ୧୦ ଡେସିମାଲ ପର୍ଯ୍ୟନ୍ତ ଏକକାଳୀନ ସେଟଲମେଣ୍ଟ ବା ସର୍ବକ୍ଷମା ବ୍ୟବସ୍ଥା ବିଚାର କରିବାକୁ ଦଳ ପ୍ରସ୍ତାବ ରଖିଛି। ସେହିପରି ପୁରୀର ସରକାରୀ ମେଡିକାଲ କଲେଜକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆବଶ୍ୟକ ଏନଓସି ଓ କ୍ଲିୟରାନ୍ସ, ଫାଇଲ୍ ଗତିବିଧି ଏବଂ ବିଳମ୍ବର ସମ୍ପୂର୍ଣ୍ଣ କ୍ରମ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ କରି ପ୍ରଶାସନିକ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି। ପୁରୀର ସ୍ୱେରେଜ୍ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି। ବର୍ଷ ବର୍ଷ ଧରି ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ବର୍ଷା ହେଲେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ସମଗ୍ର ବ୍ୟବସ୍ଥାର ଟେକ୍ନିକାଲ, ଫାଇନାନ୍ସିଆଲ ଓ ଥାର୍ଡ ପାର୍ଟି ପରଫର୍ମାନ୍ସ ଅଡିଟ୍ କରି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅବଶିଷ୍ଟ କାମ ଓ ରଘୁନନ୍ଦନ ଲାଇବ୍ରେରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସମୟସୀମା ସହ କାର୍ଯ୍ୟଯୋଜନା ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି। ଏଥିସହ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି, ଦଳ ବିକାଶର ବିରୋଧୀ ନୁହେଁ; କିନ୍ତୁ ଅସମ୍ପୂର୍ଣ୍ଣ ଓ ଉତ୍ତରଦାୟିତ୍ୱହୀନ ବିକାଶର ବିରୋଧୀ। ପୁରୀକୁ କେବଳ ପ୍ରଚାରର ସହର ନକରି ବାସଯୋଗ୍ୟ ସହରରେ ପରିଣତ କରିବାକୁ ଦଳ ଆହ୍ୱାନ ଦେଇଛି। କାର୍ଯ୍ୟକ୍ରମରେ ଭୂସମ୍ପତ୍ତି ସୁରକ୍ଷା ପରିଷଦ ସଭାପତି ତଥା ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ସମେତ ମାନସ ରଞ୍ଜନ ମହାପାତ୍ର, ଜଗନ୍ନାଥ ଦେଓ, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର, ସସ୍ମିତା ଦାସ, ମମତା ସ୍ୱାଇଁ, କାଳୀ ପ୍ରସାଦ ନାୟକ, ସୁକାନ୍ତ କୁମାର ପ୍ରଧାନ, ପ୍ରମୋଦ ପ୍ରଧାନ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଶ୍ୱନାଥ ଦାଶ, ବିଶ୍ୱରଞ୍ଜନ ମହାପାତ୍ର, ବିଶ୍ୱରଞ୍ଜନ ସାମନ୍ତରାୟ, ବୈଦ୍ୟନାଥ ପାଣି, ସ୍ୱାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଅବିନାଶ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ଜ୍ୟୋତି ପ୍ରକାଶ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ସ୍ମୃତିରଞ୍ଜନ ପତି, ଆର୍ତ୍ତତ୍ରାଣ ସାହୁ, ଅମିୟ ମହାପାତ୍ର, ବିପିନ ବିହାରୀ ଦଳେଇ, ଜିବେଶ ରଥ, ନିର୍ମଳ ସାମନ୍ତରାୟ, ଦୁର୍ଗାପ୍ରସାଦ ସାମନ୍ତରାୟ, ରାଧେଶ୍ୟାମ ସାହୁ, ଉମାକାନ୍ତ ବେହେରା, ରଞ୍ଜନ ସାହୁ, କପିଳ ଷଡ଼ଙ୍ଗୀ, ସୌମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।3
- କୋରାପୁଟ ଜିଲ୍ଲା ରୁ ଆସିଛି ବାସ୍ତବ ଦୃଶ୍ୟ,ରାସ୍ତା ନାହିଁ, ଉଛୁଳା ନଈ ପାରି ଶବ ସତ୍କାର। କୋରାପୁଟ : ରାସ୍ତା ନାହିଁ... ତେଣୁ ଉଛୁଳା ନଈ ପାର ହୋଇ ଶବ ସତ୍କାର ପାଇଁ ଯାଉଛନ୍ତି ସମ୍ପର୍କୀୟ। ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଗ୍ରାମବାସୀ। ଏଭଳି ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁରୁ। ଗାଁର ପାତେ ଖରାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଶ୍ମଶାନ ଯିବାକୁ ବାହାରିଥିଲେ ସମ୍ପର୍କୀୟ ଓ ଗ୍ରାମବାସୀ। ହେଲେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଶବକୁ ନେବା ପାଇଁ ବାସୁକି ନଦୀ ପାର ହେବାକୁ ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ବାସୁକି ନଦୀରେ ଏବେ ପ୍ରଖର ସ୍ରୋତ ରହିଛି। ଏଭଳି ସ୍ଥିତିରେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ନଦୀ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ ଗ୍ରାମବାସୀ। ରାସ୍ତା ନଥିବାରୁ ନଦୀ ପାର ହୋଇ ଶବ ସତ୍କାର। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗତ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ବୋଲି ଜଣାପଡ଼ିଛି। ପ୍ରତିବର୍ଷ ବର୍ଷା ଦିନେ ଗ୍ରାମବାସୀଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ ବର୍ଷା ଦିନେ ସମାନ ସମସ୍ୟା ଗାଁକୁ ଭଲ ରାସ୍ତା ଏବଂ ବାସୁକି ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି ଗ୍ରାମବାସୀ। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଦେବଷଣ୍ଢଗୁଡା ଗ୍ରାମବାସୀ।1