୨ୟ ବାର୍ଷିକୀ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ -------------------------------------------- ବାରିପଦା - ତା :- ୦୯/୦୩/୨୦୨୬ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଏଫ ସି ୭-୨ ଗୋଲରେ ଏମ ଏସ ସି ବି ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି I କିସାନ ବ୍ରଦର୍ସ ଦଳର ଛଟୁ ମୁର୍ମୁ ୩ଟି ଏବଂ ନୀତେଶ ବାରି, ଛୋଟଲାଲ ମହାନ୍ତ, ରାଜ ପୂର୍ତ୍ତି ଓ ବସ୍ତା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଏମ ଏସ ସି ବି ଦଳର ସୁଶାନ୍ତ ମାଝୀ ଓ ସାଗେନ ବାସ୍କେ ଗୋଟିଏ ଲେଖାଏଁ ଗୋଲ କରିଥିଲେ I ସନ୍ତୋଷ କୁମାର ରାଉତ, ଦିଲ୍ଲୀପ କୁମାର ପ୍ରଧାନ, ଦୀପକ ଖୁଣ୍ଟିଆ ଓ ରାଜୀବ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଖବର ମିଳିବା ସୁଦ୍ଧା ୨ୟ ମ୍ୟାଚ ଷ୍ଟେସନ ବଜାର ଏଫ ସି ଓ ବାବା ପିଲଚୁ ୟୁଥ କ୍ଲବ ମଧ୍ୟରେ ଚାଲିଥିଲା I ଅତିଥି ଭାବେ ମୟୁରଭଞ୍ଜ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ଉପ ଜିଲ୍ଲପାଳ ଡଃ ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଓ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ବରିଷ୍ଠ ସଦସ୍ୟ କୈଳାଶ ବେହେରା, ବିଜୟ କୁମାର ଦାସ, କୁମାର ରଞ୍ଜନ ପଣ୍ଡା, ପ୍ରଦୀପ ମିସ୍ତ୍ରୀ, ବିଶ୍ୱଜିତ ନାୟକ, ବନବିହାରୀ ମତ୍ତଗଜ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I
୨ୟ ବାର୍ଷିକୀ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ -------------------------------------------- ବାରିପଦା - ତା :- ୦୯/୦୩/୨୦୨୬ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଏଫ ସି ୭-୨ ଗୋଲରେ ଏମ ଏସ ସି ବି ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି I କିସାନ ବ୍ରଦର୍ସ ଦଳର ଛଟୁ ମୁର୍ମୁ ୩ଟି ଏବଂ ନୀତେଶ ବାରି, ଛୋଟଲାଲ ମହାନ୍ତ, ରାଜ ପୂର୍ତ୍ତି ଓ ବସ୍ତା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଏମ ଏସ ସି ବି ଦଳର ସୁଶାନ୍ତ ମାଝୀ ଓ ସାଗେନ ବାସ୍କେ ଗୋଟିଏ ଲେଖାଏଁ ଗୋଲ କରିଥିଲେ I ସନ୍ତୋଷ କୁମାର ରାଉତ, ଦିଲ୍ଲୀପ କୁମାର ପ୍ରଧାନ, ଦୀପକ ଖୁଣ୍ଟିଆ ଓ ରାଜୀବ ହେମ୍ବ୍ରମ
ଖେଳ ପରିଚାଳନା କରିଥିଲେ I ଖବର ମିଳିବା ସୁଦ୍ଧା ୨ୟ ମ୍ୟାଚ ଷ୍ଟେସନ ବଜାର ଏଫ ସି ଓ ବାବା ପିଲଚୁ ୟୁଥ କ୍ଲବ ମଧ୍ୟରେ ଚାଲିଥିଲା I ଅତିଥି ଭାବେ ମୟୁରଭଞ୍ଜ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ଉପ ଜିଲ୍ଲପାଳ ଡଃ ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଓ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ବରିଷ୍ଠ ସଦସ୍ୟ କୈଳାଶ ବେହେରା, ବିଜୟ କୁମାର ଦାସ, କୁମାର ରଞ୍ଜନ ପଣ୍ଡା, ପ୍ରଦୀପ ମିସ୍ତ୍ରୀ, ବିଶ୍ୱଜିତ ନାୟକ, ବନବିହାରୀ ମତ୍ତଗଜ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I
- *ପ୍ରେସ ବିଜ୍ଞପ୍ତି* ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବାରିପଦା, ୧୦/୦୩/୨୦୨୬: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିପିଏଚଓ (ଏଫ୍ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ1
- କଥା କୁହା ସରକାର ଚାଷୀ ଙ୍କୁ କେବଳ ଦେଉଛନ୍ତି ଧୋକା ଭାଷଣ ଦେଇ ଗପ ମାରୀ ଚାଲିଚି ସରକାର ବୋଲି କହିଲେ ସାଧାରଣ ଜନତା1
- Post by Ranjit baskey1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -08.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- #ସ୍ତ୍ରୀକୁ_ଗୁଳି_ମାରିଦେଲା_ସ୍ବାମୀ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ବାମୀ। ଫୁଲବାଣୀ ଗୋଚ୍ଛାପଡ଼ା ଥାନା କଟାପଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏପରିକି ଗାଁର ଆଉ ଜଣଙ୍କୁ ମଧ୍ୟ ରାସ୍ତାରେ ଯିବା ବେଳେ ହତ୍ୟା ଉଦ୍ୟମ କରିଛନ୍ତି।1
- ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ! ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଲେ, ମୃତ ଭିଣୋଇ ହେଉଛନ୍ତି ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ସେପଟେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମରେ... #jaleswarnews #mahimatv #balasore #sisterinlaw #trainaccident #breakingnews1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ କାମରେ ଆସୁନାହିଁ ଭତ୍ତା ବିଭାଗ, ବାରମ୍ବାର ଆସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। କବାଟରେ ଝୁଲୁଛି ତାଲା। ତାଲା ଖୋଲିବା ପାଇଁ ନାହାଁନ୍ତି ଅଧିକାରୀ।2
- ହେଉନି ଯୋଗ୍ୟ ତାଲିକା ରେ କାମ ଶିକ୍ଷା ବିଭାଗରେ ଏବେ ବି ହେଉଛି ଦୁର୍ନୀତି1