Shuru
Apke Nagar Ki App…
କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ବାଦୁଡିପାହାଡ଼ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ଡିଭିଏଫ୍ ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଇନସାସ ରାଇଫଲ, ୬ଟି ଦେଶୀ ବନ୍ଦୁକ, ୭ଟି ଟିଫିନ୍ ବୋମା, ୧୮ କିଲୋଗ୍ରାମ ଓଜନର ଗୋଟିଏ ମାଓ କ୍ଲେମର ମାଇନ, ମାଓବାଦୀ ସମ୍ପର୍କିତ ପୁସ୍ତକ, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି। ଆଜି ପାହାନ୍ତିଆ ସମୟରେ ଡିଭିଏଫ୍ ଯବାନମାନେ ଚଢ଼ାଉ କରି ଏହି ସମସ୍ତ ସାମଗ୍ରୀ ଜବତ କରିଥିଲେ। କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଏନେଇ ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।
Santosh kumar
କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ବାଦୁଡିପାହାଡ଼ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ଡିଭିଏଫ୍ ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଇନସାସ ରାଇଫଲ, ୬ଟି ଦେଶୀ ବନ୍ଦୁକ, ୭ଟି ଟିଫିନ୍ ବୋମା, ୧୮ କିଲୋଗ୍ରାମ ଓଜନର ଗୋଟିଏ ମାଓ କ୍ଲେମର ମାଇନ, ମାଓବାଦୀ ସମ୍ପର୍କିତ ପୁସ୍ତକ, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି। ଆଜି ପାହାନ୍ତିଆ ସମୟରେ ଡିଭିଏଫ୍ ଯବାନମାନେ ଚଢ଼ାଉ କରି ଏହି ସମସ୍ତ ସାମଗ୍ରୀ ଜବତ କରିଥିଲେ। କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଏନେଇ ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।
More news from ଓଡ଼ିଶା and nearby areas
- କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।1
- 🌹🌹🌹🌹🌹🌹🌹🌹🌹🌹1
- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ, ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଥିଲା ଏବଂ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଶପଥ ପାଠ କରାଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ।1
- ଖୋର୍ଦ୍ଧା ଅଞ୍ଚଳରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲେ ଅନେକ କିଛି ଉନ୍ନତି ହେବ ବୋଲି ଜଣେ ବିଧାୟକ ମତ ପ୍ରକାଶ କରିଛନ୍ତି।1
- କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ପାଟଖଣ୍ଡା ମନ୍ଦିର ନିକଟରେ ଏକ ବାହାଘର ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।2
- କଣ୍ଟାମାଳ ଅଞ୍ଚଳରେ ନିର୍ମାଣାଧୀନ ଚେକ୍ ଡେମ୍ ଗୁଡ଼ିକର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ସାଧାରଣତଃ ଲୋକଙ୍କ ଗାଧୋଇବା ଉଦ୍ଦେଶ୍ୟରେ ନାଳମାନଙ୍କରେ ଚେକ୍ ଡେମ୍ ନିର୍ମାଣ କରାଯାଇଥାଏ। ଏହିପରି କଣ୍ଟାମାଳ ଅଞ୍ଚଳର ବିଭିନ୍ନ ନାଳରେ ବହୁସଂଖ୍ୟକ ଚେକ୍ ଡେମ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ, ଏହି କାମ ନିମ୍ନମାନର ହେଉଛି ବୋଲି ଅଭିଯୋଗ କରାଯାଉଛି।1
- କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ଯେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।1
- ହଳଦୀ ପଞ୍ଚାୟତର ଚାଷୀମାନେ ସାର ଏବଂ ବିହନକୁ ନେଇ ଗଭୀର ଚିନ୍ତାରେ ଥିବା ଜଣାପଡ଼ିଛି। ରାଇଘରରୁ ମାମନି ଚକ୍ରବର୍ତ୍ତୀଙ୍କ ଏହି ରିପୋର୍ଟ ମାଧ୍ୟମରେ ଏହି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି।1
- କୋରାପୁଟ ପୋଲିସ ବୈପାରୀଗୁଡା ଥାନା ଅଧୀନସ୍ଥ ବଦଲିପାହାଡ଼ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମାଓବାଦୀ ଗତିବିଧିକୁ ପ୍ରତିହତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।1