logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ ଶେଷ ହୋଇଛି। ପୌରପରିଷଦର ସମସ୍ତ ୧୯ ଜଣ କାଉନସିଲର ଭୋଟଦାନ କରିଥିବା ବେଳେ ଭୋଟିଂ ସରିବା ପରେ ବେଲେଟ ବକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ଟ୍ରେଜେରୀକୁ ନିଆଯାଇଛି। ତେବେ, ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଭୋଟର ଫଳାଫଳ ପ୍ରକାଶ ଉପରେ ରୋକ ଲାଗିଛି। ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନସିଲର ଦାବି କରିଛନ୍ତି ଯେ ସେମାନେ ନଗରପାଳଙ୍କ ବିରୋଧରେ ଭୋଟ ଦେଇଛନ୍ତି। ଅନ୍ୟପକ୍ଷରେ, ନଗରପାଳଙ୍କ ସମର୍ଥକ କାଉନସିଲରମାନେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଜୁନ୍ ୩୦ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପରେ ଏହି ଅନାସ୍ଥା ଭୋଟର ଭବିଷ୍ୟତ ସ୍ପଷ୍ଟ ହେବ।

2 hrs ago
user_The Voice News Odisha
The Voice News Odisha
News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
2 hrs ago

ଆଜି ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ ଶେଷ ହୋଇଛି। ପୌରପରିଷଦର ସମସ୍ତ ୧୯ ଜଣ କାଉନସିଲର ଭୋଟଦାନ କରିଥିବା ବେଳେ ଭୋଟିଂ ସରିବା ପରେ ବେଲେଟ ବକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ଟ୍ରେଜେରୀକୁ ନିଆଯାଇଛି। ତେବେ, ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଭୋଟର ଫଳାଫଳ ପ୍ରକାଶ ଉପରେ ରୋକ ଲାଗିଛି। ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନସିଲର ଦାବି କରିଛନ୍ତି ଯେ ସେମାନେ ନଗରପାଳଙ୍କ ବିରୋଧରେ ଭୋଟ ଦେଇଛନ୍ତି। ଅନ୍ୟପକ୍ଷରେ, ନଗରପାଳଙ୍କ ସମର୍ଥକ କାଉନସିଲରମାନେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଜୁନ୍ ୩୦ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପରେ ଏହି ଅନାସ୍ଥା ଭୋଟର ଭବିଷ୍ୟତ ସ୍ପଷ୍ଟ ହେବ।

More news from Jharsuguda and nearby areas
  • ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବେଲପାହାଡ଼ ନଗରପାଳଙ୍କ ବିରୋଧରେ ଜୁନ ୨୪ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ନ୍ୟାୟମୂର୍ତ୍ତି ଭି. ନରସିଂହଙ୍କ ଖଣ୍ଡପୀଠ ନିର୍ଦ୍ଧାରିତ ସମୟରେ ଅନାସ୍ଥା ଭୋଟ ବୈଠକ ଅନୁଷ୍ଠିତ ହେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏହାର ଫଳାଫଳ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଲପାହାଡ଼ ନଗରପାଳ ନିମାଇ ଚରଣ ପଣ୍ଡା ଉଚ୍ଚ ନ୍ୟାୟାଳୟରେ ରିଟ୍ ଆବେଦନ କରି ଦର୍ଶାଇଥିଲେ ଯେ, ତାଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ସହ ଆବଶ୍ୟକ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇନାହିଁ। ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନ୍ସିଲର ଏବଂ ରାଜ୍ୟ ସରକାର ଦାବି କରିଛନ୍ତି ଯେ, ନୋଟିସ ଓ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ନୋଟିସ ପ୍ରଦାନ କରିବାକୁ ଯାଇଥିବା ପ୍ରକ୍ରିୟା ସେବକ ଏହାକୁ ଆବେଦକଙ୍କ ପରିବାର ସଦସ୍ୟଙ୍କୁ ଦେବାକୁ ଚେଷ୍ଟା କରିଥିଲେ। ସେମାନେ ଗ୍ରହଣ କରିବାକୁ ମନା କରିବା ପରେ ନୋଟିସକୁ ଘରେ ଲଗାଇ ଦିଆଯାଇଥିଲା। ଏହି ଦାବିକୁ ଆବେଦକଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୩୦ ତାରିଖରେ ହେବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଜୁନ ୨୫ ତାରିଖ ସୁଦ୍ଧା ସପଥପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ରହିତାଦେଶ ବଳବତ୍ତର ରହିବ।
    1
    ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବେଲପାହାଡ଼ ନଗରପାଳଙ୍କ ବିରୋଧରେ ଜୁନ ୨୪ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ନ୍ୟାୟମୂର୍ତ୍ତି ଭି. ନରସିଂହଙ୍କ ଖଣ୍ଡପୀଠ ନିର୍ଦ୍ଧାରିତ ସମୟରେ ଅନାସ୍ଥା ଭୋଟ ବୈଠକ ଅନୁଷ୍ଠିତ ହେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏହାର ଫଳାଫଳ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବେଲପାହାଡ଼ ନଗରପାଳ ନିମାଇ ଚରଣ ପଣ୍ଡା ଉଚ୍ଚ ନ୍ୟାୟାଳୟରେ ରିଟ୍ ଆବେଦନ କରି ଦର୍ଶାଇଥିଲେ ଯେ, ତାଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ସହ ଆବଶ୍ୟକ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇନାହିଁ। ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନ୍ସିଲର ଏବଂ ରାଜ୍ୟ ସରକାର ଦାବି କରିଛନ୍ତି ଯେ, ନୋଟିସ ଓ ସଂଲଗ୍ନ ଦଲିଲପତ୍ର ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ନୋଟିସ ପ୍ରଦାନ କରିବାକୁ ଯାଇଥିବା ପ୍ରକ୍ରିୟା ସେବକ ଏହାକୁ ଆବେଦକଙ୍କ ପରିବାର ସଦସ୍ୟଙ୍କୁ ଦେବାକୁ ଚେଷ୍ଟା କରିଥିଲେ। ସେମାନେ ଗ୍ରହଣ କରିବାକୁ ମନା କରିବା ପରେ ନୋଟିସକୁ ଘରେ ଲଗାଇ ଦିଆଯାଇଥିଲା। ଏହି ଦାବିକୁ ଆବେଦକଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।

ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୩୦ ତାରିଖରେ ହେବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଜୁନ ୨୫ ତାରିଖ ସୁଦ୍ଧା ସପଥପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ରହିତାଦେଶ ବଳବତ୍ତର ରହିବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    19 hrs ago
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।
    4
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆଜି, ଜୁନ୍ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ଭୋଟ୍ ଅନୁଷ୍ଠିତ ହୋଇଛି। ତେବେ, ଏହି ଅନାସ୍ଥା ଭୋଟର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି।

ନଗରପାଳ ନିମାଇଁ ଚରଣ ପଣ୍ଡା ନିଜ ସମର୍ଥକ ଗୋଷ୍ଠୀ ସହ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିବାବେଳେ, ବିରୋଧୀ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୪ ଜଣ କାଉନସିଲର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପୌର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ମଧ୍ୟରେ ଯୁଧିଷ୍ଠିର ମୁଖୀ, ସଞ୍ଜୟ ଯାଦବ, ସଞ୍ଜୀବ କିଶାନ, ବିଜୟ କୁମାର ପ୍ରଧାନ, ଦୀପକ ଭଇଁଶାଲ, ଶକୁନ୍ତଳା ମହନ୍ତ, ଅର୍ଜିନା ବେଗମ୍‌, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁନନ୍ଦା ପଶାୟତ, ନିକି କାଲୋ, ଗୀତାରାଣୀ ପାନ, ଆଶା ତ୍ରିପାଠୀ ଏବଂ କିରଣ ମରେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ୧୪ ଜଣ କାଉନସିଲରଙ୍କ ମଧ୍ୟରେ କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଦଳର ସଦସ୍ୟ ରହିଛନ୍ତି। ବେଲପାହାଡ଼ ପୌରପରିଷଦରେ ମୋଟ୍ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ର ଧାରା ୫୪ ଅନୁଯାୟୀ ଜୁନ୍ ୮ ତାରିଖରେ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଜୁନ୍ ୧୮ ତାରିଖରେ ଏନେଇ ଏକ ନୋଟିସ୍ ଜାରି କରିଥିଲା ଏବଂ ଜୁନ୍ ୨୪ ତାରିଖରେ ଏହି ସ୍ୱତନ୍ତ୍ର ବୈଠକ ଓ ଭୋଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ବୈଠକ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ନଗରପାଳ ଶ୍ରୀ ପଣ୍ଡା ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଜୁନ୍ ୨୨ ତାରିଖରେ WP(C) ୨୭୨୪୬/୨୦୨୬, ପଞ୍ଜିକୃତ ନମ୍ବର ୧୮୬୪୩/୨୦୨୬ ଏବଂ CNR ନମ୍ବର ODHC01-୦୪୫୬୪୮-୨୦୨୬ ଆଧାରରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଭି. ନରସିଂହ ଆଜି ମଙ୍ଗଳବାର ଦିନ ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନାସ୍ଥା ଭୋଟ୍ ହେଲେ ମଧ୍ୟ ଏହାର ଫଳାଫଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୩୦ ତାରିଖରେ ହେବ ବୋଲି ଜଣାପଡ଼ିଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    7 hrs ago
  • କତାରରେ ହୋଇଥିବା ଗ୍ୟାସ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୨ ଭାରତୀୟଙ୍କ ମୃତଦେହକୁ ଖୁବ୍ ଶୀଘ୍ର ଭାରତ ଫେରାଇ ଅଣାଯିବ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କତାରର ଅଧିକାରୀଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ ଏହି ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି।
    1
    କତାରରେ ହୋଇଥିବା ଗ୍ୟାସ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୨ ଭାରତୀୟଙ୍କ ମୃତଦେହକୁ ଖୁବ୍ ଶୀଘ୍ର ଭାରତ ଫେରାଇ ଅଣାଯିବ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କତାରର ଅଧିକାରୀଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ ଏହି ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    8 hrs ago
  • ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ, ନିର୍ମାଣ କାମ ଅଧାପନ୍ତରିଆ ରହିଛି। ଏଭଳି ସ୍ଥିତିରେ ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    1
    ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମିର ଡିଣ୍ଡିମ ପିଟୁଥିବା ବେଳେ, ଜମନକିରା ବ୍ଲକରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତର କ୍ରିମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି।

ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ, ନିର୍ମାଣ କାମ ଅଧାପନ୍ତରିଆ ରହିଛି। ଏଭଳି ସ୍ଥିତିରେ ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    11 hrs ago
  • ପଦ୍ମ ପୁରସ୍କାର ପ୍ରସଙ୍ଗରେ, ଗାୟିକା ଅଲକା ୟାଗ୍ନିକ୍‌ଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିବା ବେଳେ, ୩ ଜଣ ଓଡ଼ିଆ – ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଏବଂ ଚରଣ ହେମ୍ବ୍ରମ – ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ହାଇକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି ଯେ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ସହାୟତା ରାଶି ₹୧୦ ଲକ୍ଷକୁ ବଢ଼ାଯାଇଛି। କୋଲକାତାରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ବଜ୍ରପାତ ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଲ୍ ନିନୋ ଭୟକୁ ପଛରେ ପକାଇ ଚାଷୀମାନେ ବମ୍ପର ଖରିଫ ଚାଷ କରିଛନ୍ତି, ଏପର୍ଯ୍ୟନ୍ତ ୧୨୦ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ସରିଲାଣି। ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ସମଗ୍ର ସହର ସିସିଟିଭି ନଜରରେ ରହିବ। ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହଜ ହେବ, ସେମାନେ ନିଜର ଆଧାର କାର୍ଡ ସ୍କାନ କରି ଲମ୍ୱା ଧାଡ଼ିରେ ନ ଛିଡ଼ା ହୋଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଭୁବନେଶ୍ୱରରେ RI/Amin ପରୀକ୍ଷା ୨୮ ତାରିଖରେ ହେବାକୁ ଥିବା ବେଳେ OTET ଜୁଲାଇ ୫କୁ ଘୁଞ୍ଚିଛି ଏବଂ TET ଉତ୍ତୀର୍ଣ୍ଣ ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି। ନୟାଗଡ଼ର ଉପଜିଲ୍ଲାପାଳ କଡ଼ା ଚେତାବନୀ ଦେଇଛନ୍ତି ଯେ ବାପା-ମାଆଙ୍କ ସେବା ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୈାସୁମି ସାରା ଓଡ଼ିଶା ଛୁଇଁ ସାରିଛି ଏବଂ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା ରହିଛି। ରାଜଧାନୀରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ ଘନଉଛି, ସଂଶୋଧିତ ପୁସ୍ତକରେ ମଧ୍ୟ ଭୁଲ୍ ବାହାରୁଛି। ଭୁବନେଶ୍ୱରରେ ୪ ଦିନ ଧରି ଚାଲିବ ଫିଲ୍ମ ଫେଷ୍ଟିଭାଲ୍। ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ ହୋଇପଡ଼ିଛନ୍ତି, ସେମାନେ ନିଶା ଔଷଧ ଖାଇଥିବା ସନ୍ଦେହ କରାଯାଉଛି। ପାଟକୁରା ରାଜନୀତିରେ ବିଜେଡି ଓ ଅରବିନ୍ଦ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି। 'ରାତ୍ରିଚର ଓ କୁକୁର' ପ୍ରସଙ୍ଗରେ ସ୍ବର୍ଣ୍ଣ ମହଲ ଉପଦେଷ୍ଟାଙ୍କ ବୟାନକୁ ନେଇ ଯାତ୍ରାଜଗତରେ ଝଡ଼ ସୃଷ୍ଟି ହୋଇଛି। ଭଦ୍ରକରେ ଏକ ଲାଟିନ୍ ଭିତରୁ ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର କରାଯାଇଛି। ଜଗତସିଂହପୁରରେ ଜାଲ୍ ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳଙ୍କୁ ବହିଷ୍କୃତ କରାଯାଇଛି। ଏକାଧିକ ଭୋଟର ପରିଚୟ ପତ୍ର ରଖିବା ଅଭିଯୋଗରେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। କୋଲକାତାରେ ମମତା ବାନାର୍ଜୀ ୮ ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଭାଙ୍କ୍ୟୁଭରରେ ଖେଳାଯାଇଥିବା ଫୁଟବଲ ବିଶ୍ୱକପ୍ ଇତିହାସରେ ଇଜିପ୍‌ଟ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ନିଜର ପ୍ରଥମ ବିଜୟ ହାସଲ କରିଛି।
    1
    ପଦ୍ମ ପୁରସ୍କାର ପ୍ରସଙ୍ଗରେ, ଗାୟିକା ଅଲକା ୟାଗ୍ନିକ୍‌ଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିବା ବେଳେ, ୩ ଜଣ ଓଡ଼ିଆ – ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଏବଂ ଚରଣ ହେମ୍ବ୍ରମ – ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ହାଇକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି ଯେ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ସହାୟତା ରାଶି ₹୧୦ ଲକ୍ଷକୁ ବଢ଼ାଯାଇଛି। କୋଲକାତାରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ବଜ୍ରପାତ ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଲ୍ ନିନୋ ଭୟକୁ ପଛରେ ପକାଇ ଚାଷୀମାନେ ବମ୍ପର ଖରିଫ ଚାଷ କରିଛନ୍ତି, ଏପର୍ଯ୍ୟନ୍ତ ୧୨୦ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ସରିଲାଣି।

ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ସମଗ୍ର ସହର ସିସିଟିଭି ନଜରରେ ରହିବ। ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହଜ ହେବ, ସେମାନେ ନିଜର ଆଧାର କାର୍ଡ ସ୍କାନ କରି ଲମ୍ୱା ଧାଡ଼ିରେ ନ ଛିଡ଼ା ହୋଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଭୁବନେଶ୍ୱରରେ RI/Amin ପରୀକ୍ଷା ୨୮ ତାରିଖରେ ହେବାକୁ ଥିବା ବେଳେ OTET ଜୁଲାଇ ୫କୁ ଘୁଞ୍ଚିଛି ଏବଂ TET ଉତ୍ତୀର୍ଣ୍ଣ ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି। ନୟାଗଡ଼ର ଉପଜିଲ୍ଲାପାଳ କଡ଼ା ଚେତାବନୀ ଦେଇଛନ୍ତି ଯେ ବାପା-ମାଆଙ୍କ ସେବା ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୈାସୁମି ସାରା ଓଡ଼ିଶା ଛୁଇଁ ସାରିଛି ଏବଂ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା ରହିଛି। ରାଜଧାନୀରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ ଘନଉଛି, ସଂଶୋଧିତ ପୁସ୍ତକରେ ମଧ୍ୟ ଭୁଲ୍ ବାହାରୁଛି। ଭୁବନେଶ୍ୱରରେ ୪ ଦିନ ଧରି ଚାଲିବ ଫିଲ୍ମ ଫେଷ୍ଟିଭାଲ୍।

ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ ହୋଇପଡ଼ିଛନ୍ତି, ସେମାନେ ନିଶା ଔଷଧ ଖାଇଥିବା ସନ୍ଦେହ କରାଯାଉଛି। ପାଟକୁରା ରାଜନୀତିରେ ବିଜେଡି ଓ ଅରବିନ୍ଦ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି। 'ରାତ୍ରିଚର ଓ କୁକୁର' ପ୍ରସଙ୍ଗରେ ସ୍ବର୍ଣ୍ଣ ମହଲ ଉପଦେଷ୍ଟାଙ୍କ ବୟାନକୁ ନେଇ ଯାତ୍ରାଜଗତରେ ଝଡ଼ ସୃଷ୍ଟି ହୋଇଛି। ଭଦ୍ରକରେ ଏକ ଲାଟିନ୍ ଭିତରୁ ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର କରାଯାଇଛି। ଜଗତସିଂହପୁରରେ ଜାଲ୍ ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳଙ୍କୁ ବହିଷ୍କୃତ କରାଯାଇଛି।

ଏକାଧିକ ଭୋଟର ପରିଚୟ ପତ୍ର ରଖିବା ଅଭିଯୋଗରେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। କୋଲକାତାରେ ମମତା ବାନାର୍ଜୀ ୮ ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଭାଙ୍କ୍ୟୁଭରରେ ଖେଳାଯାଇଥିବା ଫୁଟବଲ ବିଶ୍ୱକପ୍ ଇତିହାସରେ ଇଜିପ୍‌ଟ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ନିଜର ପ୍ରଥମ ବିଜୟ ହାସଲ କରିଛି।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • ତାଇକୋଣ୍ଡୋ ଖେଳରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନ୍ୱେଷ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୀରମହାରାଜପୁରରେ ଆୟୋଜିତ 'ବିକଶିତ ଓଡ଼ିଶା ସଶକ୍ତ ଏମ୍ଏସଏମଇ' କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଏବିଡିଓ ପୁରୁଷୋତ୍ତମ ଧରୁଆଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ।
    2
    ତାଇକୋଣ୍ଡୋ ଖେଳରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନ୍ୱେଷ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୀରମହାରାଜପୁରରେ ଆୟୋଜିତ 'ବିକଶିତ ଓଡ଼ିଶା ସଶକ୍ତ ଏମ୍ଏସଏମଇ' କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଏବିଡିଓ ପୁରୁଷୋତ୍ତମ ଧରୁଆଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    7 hrs ago
  • ଆଜି ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯାଉଛି। ୧୪ ଜଣ କାଉନସିଲର ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେଉଛି। ତେବେ, ଏହାର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଜୁନ୍ ୩୦ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ ରେ ହେବ।
    1
    ଆଜି ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯାଉଛି। ୧୪ ଜଣ କାଉନସିଲର ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେଉଛି। ତେବେ, ଏହାର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଜୁନ୍ ୩୦ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ ରେ ହେବ।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    6 hrs ago
  • ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ୨୩/୦୬/୨୬ ରେ ଏକ ଜିଲ୍ଲାସ୍ତରୀୟ ମାସିକ ପାନୀୟ ଜଳ ଓ ପରିମଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାରେ ଚାଲୁ ରହିଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଆଗାମୀ ମୌସୁମୀ ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି, ଜଳାଭାବ ଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଏବଂ ‘ବସୁଧା’ ଯୋଜନା ଅଧୀନରେ ଆସିଥିବା ଅଭିଯୋଗଗୁଡ଼ିକର ସମାଧାନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗୀୟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ନୂତନ ନଳକୂପ ସ୍ଥାପନ ଏବଂ ବର୍ଷା ଦିନ ପୂର୍ବରୁ ସମସ୍ତ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଶୋଧନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି, ଯାହା ଦ୍ୱାରା ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏହି ବୈଠକରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ରାସ୍ତା କାମ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଇପ୍‌ଲାଇନ୍‌ଗୁଡ଼ିକର ସମସ୍ୟା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ସମସ୍ୟାର ସମାଧାନ କରି ଆଗାମୀ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ବଜାୟ ରଖିବାକୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି।
    4
    ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ୨୩/୦୬/୨୬ ରେ ଏକ ଜିଲ୍ଲାସ୍ତରୀୟ ମାସିକ ପାନୀୟ ଜଳ ଓ ପରିମଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାରେ ଚାଲୁ ରହିଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଆଗାମୀ ମୌସୁମୀ ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି, ଜଳାଭାବ ଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଏବଂ ‘ବସୁଧା’ ଯୋଜନା ଅଧୀନରେ ଆସିଥିବା ଅଭିଯୋଗଗୁଡ଼ିକର ସମାଧାନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଜିଲ୍ଲାପାଳ ସମସ୍ତ ବିଭାଗୀୟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ନୂତନ ନଳକୂପ ସ୍ଥାପନ ଏବଂ ବର୍ଷା ଦିନ ପୂର୍ବରୁ ସମସ୍ତ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଶୋଧନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି, ଯାହା ଦ୍ୱାରା ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ଏହି ବୈଠକରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ରାସ୍ତା କାମ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଇପ୍‌ଲାଇନ୍‌ଗୁଡ଼ିକର ସମସ୍ୟା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ସମସ୍ୟାର ସମାଧାନ କରି ଆଗାମୀ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ବଜାୟ ରଖିବାକୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.