Shuru
Apke Nagar Ki App…
ହିନ୍ଦୋଳ କୁନୁଆଁ ପଞ୍ଚାୟତ ଅସନବଣିଆ ଗାଁରେ 15ଦିନ ହେବ ବିଦ୍ୟୁତ ନାହିଁ. ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କୁ ହେଲେ ଫେରାଦ. ହିନ୍ଦୋଳ ଅଞ୍ଚଳ ରେ ବିଦ୍ୟୁତ ସେବା ବ୍ୟାହତ. 15 ଦିନ ହେବ କୁନୁଆଁ ପଂଚାୟତ ଆସନବଣିଆ ଗାଁରେ ଲୋକେ ନାହିଁ ନଥିବା ସମସ୍ୟାର ସନମୁଖୀନ. ହାତୀ ଉପଦ୍ରଵ ସହ ଜଙ୍ଗଲୀ ଜନ୍ତୁ ଭୟରେ ଗ୍ରାମବାସୀ. ଉପଜିଲ୍ଲାପାଳ ଙ୍କୁ ଭେଟି ଗ୍ରାମବାସୀ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ.
BIKRAM SAHU
ହିନ୍ଦୋଳ କୁନୁଆଁ ପଞ୍ଚାୟତ ଅସନବଣିଆ ଗାଁରେ 15ଦିନ ହେବ ବିଦ୍ୟୁତ ନାହିଁ. ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କୁ ହେଲେ ଫେରାଦ. ହିନ୍ଦୋଳ ଅଞ୍ଚଳ ରେ ବିଦ୍ୟୁତ ସେବା ବ୍ୟାହତ. 15 ଦିନ ହେବ କୁନୁଆଁ ପଂଚାୟତ ଆସନବଣିଆ ଗାଁରେ ଲୋକେ ନାହିଁ ନଥିବା ସମସ୍ୟାର ସନମୁଖୀନ. ହାତୀ ଉପଦ୍ରଵ ସହ ଜଙ୍ଗଲୀ ଜନ୍ତୁ ଭୟରେ ଗ୍ରାମବାସୀ. ଉପଜିଲ୍ଲାପାଳ ଙ୍କୁ ଭେଟି ଗ୍ରାମବାସୀ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ.
More news from ଓଡ଼ିଶା and nearby areas
- ହିଞ୍ଜିଳି କାଟୁ ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ୍ ଫେରସ୍ତ ମେଳା ଅନୁଷ୍ଠିତ1
- ତାଳଚେର କଂଗ୍ରେସ ପକ୍ଷରୁ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ତାଳଚେର :-ତାଳଚେର ନିର୍ବାଚନ ମଣ୍ଡଳୀରେ BLA 2 ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ପ୍ରଫୁଲ୍ଲ ଦାସଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ରାଜ୍ୟ ସଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ବିଜୟାନନ୍ଦ ଚାଉଳିଆ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ର ଦାଶରଥୀ ସାହୁ, ଶ୍ରମିକ ନେତା ଦେବାଶିଷ ଘୋଷ, ସମସ୍ତ ଜୋନ ସଭାପତି, ସମସ୍ତ ପଞ୍ଚାୟତ ସଭାପତି ସମସ୍ତ bla 2 ସଭାପତି, ସମ୍ପାଦକ, ନାରୀ ନେତ୍ରୀ, ଛାତ୍ରନେତା, ଯୁବ ନେତା, ଅନ୍ୟାନ୍ୟ ମୋର୍ଚ୍ଚା ସଭାପତି, କଂଗ୍ରେସ୍ କର୍ମକର୍ତ୍ତା ଯୋଗ ଦେଇଥିଲେ l1
- ସରକାରୀ ଯୋଜନାରୁ ବଞ୍ଚିତ ଗୁରୁଜାଙ୍ଗ ଗ୍ରାମର ୪ ଟି ପରିବାର, ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ତାଳଚେର :-ତାଳଚେର ବ୍ଲକ ଗୁରୁଜାଙ୍ଗ ପଞ୍ଚାୟତ ର ଆଠ ନଂ ୱାର୍ଡ ର ମୁଣ୍ଡା ବସ୍ତି ରେ ଦେଖିବାକୁ ମିଳିଛି ବିକାଶ ର ନଗ୍ନ ଚିତ୍ର । ଭଙ୍ଗା ଦଦରା ଗୃହରେ ଦିନ କାଟୁଛନ୍ତି ୪ଗୋଟି ପରିବାର l ସେଥିରେ ଅଛନ୍ତି ପୁଣି ଜଣେ ଦିବ୍ୟାଙ୍ଗ ମହିଳା । ଲଗାଣ ବର୍ଷାରେ ତାଙ୍କ ଅବସ୍ଥା ନକହିବା ଭଲ । ନା ସେମାନଙ୍କ ପାଖରେ ଅଛି ଭୂମି ନା ବାସ ଗୃହ l ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କିଛି ସାହାଯ୍ୟ କରୁନାହାନ୍ତି ବୋଲି ୪ଟି ପରିବାର ଆଣିଛନ୍ତି ଅଭିଯୋଗ l ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l ତେବେ ବାକି ରହିଲା ଦେଖିବାକୁ କେବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l1
- ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।1
- କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ (ହାମସ) ଦ୍ୱାରା ଆୟୋଜିତ ଆଜି ତା ୨୯-୦୭-୨୦୨୬ କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରଯୁକ୍ତ ଡ. ସୁଶାନ୍ତ କୁମାର ସ୍ୱାଇଁ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ତାଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ମହିପୁର ଡ. ଦେବୀପ୍ରସାଦ ପ୍ରଧାନ, ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭେଷଜ ବିଶେଷଜ୍ଞ ଡ. ବିଶ୍ୱରଞ୍ଜନ ତ୍ରିପାଠୀ, ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରି ଡ. ରଶ୍ମିରଞ୍ଜନ ସାମନ୍ତ ସିଂହାର ଓ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ନୂଆଗାଁ ବ୍ଲକ ର ଆଖ-ପାଖ ରୁ ପ୍ରାୟ ୨୦୦ ଚାଷୀ ଆସି ସେମାନଙ୍କ ନାମ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତର ମାନଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ଯଥା-: ଉଚ ରକ୍ତଚାପ, ଡେଙ୍ଗୁ, ମ୍ୟାଲେରିଆ, ମଧୁମେହ ଏବଂ ଇ.ସି.ଜି ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ L.T ଗାୟତ୍ରୀ ନାୟକ, MPHW ରଶ୍ମିରଞ୍ଜନ ପ୍ରଧାନ, MPHW ବ୍ରଜମୋହନ ମଲ୍ଲିକ, Attandant ସଞ୍ଜୟ ସାହୁ ମହିପୁର ଏହା ସହ ଆଶାକର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ ଏହା ସହ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜିକା ସୁନିତା ଦାଶଗୁପ୍ତା ଏବଂ ସହକାରୀ ସଂଯୋଜକ ଚିନ୍ମୟ କୁମାର ଦାଶ ଏବଂ କୋଷାଧକ୍ଷ ଶୁଭାଶିଷ ନିଶଙ୍କ ଏବଂ ସମସ୍ତ CRP ଯଥା ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ, ସୁବାସିନୀ ସାହୁ, ସନ୍ତୋଷ କୁମାର ଜାନି ଏବଂ ଅନୁଷ୍ଠାନ ର ସହକର୍ମୀ କିରଣବାଲା ଡାକୁଆ ଏବଂ ମାନସ କୁମାର ରଣା ତାଙ୍କ ସହିତ ଅନୁଷ୍ଠାନ ର ସ୍ୱେ୍ଛାସେବୀ ସଞ୍ଜୟ ସାହୁ, କାହ୍ନା ପରିଡ଼ା, ରାହୁଲ କୁମାର ସାହୁ, ଅମିତ ନାୟକ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟଶିବିର କୁ ଆଗେଇ ନେଇଥିଲେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ଚାଷୀ ମାନଙ୍କ ପାଇଁ ସକାଳର ଜଳଖିଆ ସହ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା1
- ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ। ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ। #Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates1
- ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....1
- ବାଲେଶ୍ଵର ରେ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଥରେ କଳଙ୍କର ଦାଗ ଲାହିଛି, ପ୍ରାଥମିକ ବିଦ୍ୟାଳୟର ଜଣେ ୧୦ ବର୍ଷର ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି,ମିଳିଥିବା ସୂଚନା ଅନୁଯାୟୀ,ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତ ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କ ନାମରେ ଏହି ସଙ୍ଗୀନ ଅଭିଯୋଗ ଆସିଛି।ଗତ ୨୩ ତାରିଖରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ପଞ୍ଚମ ଶ୍ରେଣୀର ସମ୍ପୃକ୍ତ ଛାତ୍ରୀଙ୍କୁ କୌଶଳକ୍ରମେ ଅଫିସ କୋଠରୀକୁ ଡାକି ଅସଦାଚରଣ କରିଥିଲେ, ପରେ ଛାତ୍ରୀଜଣକ ଭୟଭୀତ ହୋଇ କାନ୍ଦି କାନ୍ଦି ଘରକୁ ଫେରିବା ପରେ,ପରିବାର ଲୋକେ ପଚାରିବାରୁ ସେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ,କେବଳ ଥରେ କି ଦୁଇ ଥର ନୁହେଁ,ବରଂ ଅଭିଯୁକ୍ତ ପ୍ରଧାନଶିକ୍ଷକ ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଅସଦାଚରଣ କରିଥିବା ନେଇ ପୀଡ଼ିତା ଛାତ୍ରୀ ପ୍ରକାଶ କରିଛନ୍ତି,ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ପ୍ରକାଶ ପାଇଥିଲା।ଗତ କାଲି ଗ୍ରାମରେ ଏକ ବୈଠକ ଡକାଯାଇ ଆଲୋଚନା କରାଯିବା ପରେ ପରିବାର ଲୋକଙ୍କ ପକ୍ଷରୁ ଜଳେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା,ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଗିରଫ କରିଛି।ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଅବଗତ ହେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣା ପଡିଛି।ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଗ୍ରାମବାସୀ ମନାଲି ପାତ୍ର ଓ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ବିଦ୍ୟାଳୟ ହେଉଛି ମନ୍ଦିର ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ,ଯଦି ପ୍ରଧାନ ଶିକ୍ଷକ ହିଁ କୋମଳମତି ଶିଶୁଙ୍କ ପ୍ରତି ଏପରି ନୀଚ କାର୍ଯ୍ୟ କରିବେ,ତେବେ ଅଭିଭାବକ ମାନେ କିପରି ନିଜ ଝିଅଙ୍କୁ ସ୍କୁଲକୁ ପଠାଇବେ? ଆମେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଓ କଠୋର ଆଇନଗତ ଶାସ୍ତି ଦାବି କରୁଛୁ।ଏହି ସଂବେଦନଶୀଳ ଘଟଣା ପରେ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୋଲିସର ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି.. #BreakingNews #OdishaNews #DhenkanalNewsOdisha #BalasoreNews #Jaleswar #SchoolNews #TeacherArrested #JusticeForChildren #ChildSafety #StudentSafety #POCSOAct #OdishaPolice #CrimeNews #EducationNews #HeadmasterArrest #OdishaBreaking1