logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ତା.22/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ବିଶ୍ବ ବିଦ୍ୟାଳୟ ର କୁଳପତି ପ୍ରଫେସର ଡ ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତକବି ଜୟଦେବ ଆମ ଜାତିର ଚିର ନମସ୍ୟ ବୋଲି କହିଥିଲେ।ତାଙ୍କ ରଚିତ ମଧୁର କୋମଳ କାନ୍ତ ପଦାବଳୀ ଗୀତଗୋବିନ୍ଦ ର ପଟାନ୍ତର ନାହିଁ।ଯେଉଁ ଗୀତ ମହାପ୍ରଭୁଙ୍କ ର ପ୍ରିୟ ଓ ଯାହାକୁ ଶୁଣିଲେ ମହାପ୍ରଭୁ ନିଦ୍ରା ଯାଆନ୍ତି ତା ସମ ଆଉ ସୃଷ୍ଟି ନାହିଁ ବୋଲି କହିବା ସହ ଜୟଦେବ ଙ୍କ ପାଇଁ ଆମେ ସବୁ ଧନ୍ୟ ବୋଲି କହିଥିଲେ।ଶ୍ରୀଜୟଦେବ ଫାଉଣ୍ଡେସନ, ଓଡ଼ିଶାର ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସରକାର ୧୯୯୧ ମସିହା ଠାରୁ ଜୟଦେବ ଜୟନ୍ତୀ ପାଳନ କରିବା ସହ ଜୟଦେବ ଙ୍କ ନାମରେ ଏକ ନିର୍ବାଚନ ମଣ୍ଡଳୀ ମଧ୍ୟ କରାଯାଇଛି।ଅନେକ ପୁସ୍ତକ ପ୍ରକାଶନ ମାଧ୍ୟମରେ ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିଛି ବୋଲି କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ,ପ୍ରାକ୍ତନ ସଂସ୍କୃତି ସହ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର, ଶ୍ରୀ ଜୟଦେବ ଫାଉଣ୍ଡେସନ ପୁରୀ ବ୍ରାଞ୍ଚ୍ ର ସଦସ୍ୟ ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଜୟଦେବ ଙ୍କ ଜୀବନୀ,ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି, ସମର୍ପଣ ଓ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ସଞ୍ଚାଳନ କରିଥିଲେ।ଏହି ଅବସରରେ ଜୟଦେବ ଙ୍କ ଜୟନ୍ତୀ ଠାରୁ ଜୟଦେବ ପୀଠ ରୁ ଆରମ୍ଭ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ସଂସ୍କୃତି ଭବନରେ ପହଞ୍ଚି କଳା ପରିବେଷଣ କରିଥିଲେ। ଏହାପରେ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର

2 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    1
    ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    12 hrs ago
  • Post by Rajes Argus news
    1
    Post by Rajes Argus news
    user_Rajes Argus news
    Rajes Argus news
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    6 hrs ago
  • ସନ୍ଧ୍ୟା ହେଲେ ସତର୍କ ରୁହନ୍ତୁ
    1
    ସନ୍ଧ୍ୟା ହେଲେ ସତର୍କ ରୁହନ୍ତୁ
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist G.Udayagiri, Kandhamal•
    12 hrs ago
  • କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ପକ୍ଷରୁ ଯୁବ ପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାକ ଟିମ୍ ଦ୍ବାରା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ସ୍ୱାକ ପରାମର୍ଶଦାତା ସମୀର କୁମାର ପାଢ଼ୀ, ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଧାରାଣୀ ପାତ୍ର, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶୀର୍ଷକ “ଆମର ଶକ୍ତି, ଆମର ଗ୍ରହ” ଅନୁସାରେ ଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା। ଜଳ ସଙ୍କଟ ରୋକିବା ପାଇଁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବନୀକରଣ, ବନାଗ୍ନୀ ନିରାକରଣ, ବର୍ଷାଜଳ ସଂରକ୍ଷଣ, ବିଶ୍ୱ ତାପମାନ ହ୍ରାସ, ବିଦ୍ୟୁତ ସଞ୍ଚୟ, ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ପ୍ରୟାସ ଓ ଏକକ ପ୍ଲାଷ୍ଟିକ ବ୍ୟବହାର କମାଇବା ପ୍ରସଙ୍ଗରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ସହିତ ଆଗାମୀ ଦିନରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ ପୃଥିବୀର ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ହେଉଛି ସର୍ବୋତ୍ତମ ଉପାୟ, ଯାହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ପକ୍ଷରୁ ଯୁବ ପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାକ ଟିମ୍ ଦ୍ବାରା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ସ୍ୱାକ ପରାମର୍ଶଦାତା ସମୀର କୁମାର ପାଢ଼ୀ, ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଧାରାଣୀ ପାତ୍ର, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶୀର୍ଷକ “ଆମର ଶକ୍ତି, ଆମର ଗ୍ରହ” ଅନୁସାରେ ଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା। ଜଳ ସଙ୍କଟ ରୋକିବା ପାଇଁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବନୀକରଣ, ବନାଗ୍ନୀ ନିରାକରଣ, ବର୍ଷାଜଳ ସଂରକ୍ଷଣ, ବିଶ୍ୱ ତାପମାନ ହ୍ରାସ, ବିଦ୍ୟୁତ ସଞ୍ଚୟ, ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ପ୍ରୟାସ ଓ ଏକକ ପ୍ଲାଷ୍ଟିକ ବ୍ୟବହାର କମାଇବା ପ୍ରସଙ୍ଗରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ସହିତ ଆଗାମୀ ଦିନରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ ପୃଥିବୀର ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ହେଉଛି ସର୍ବୋତ୍ତମ ଉପାୟ, ଯାହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟକ ହେବ।
କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    17 hrs ago
  • ଉପ ଜିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ, ଅଧିକାରୀ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ବିଭାଗୀୟ ସଚିବ ନେବାକୁ ଦାବି । ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ଉପ ଜିଲ୍ଲାପାଳ ପ୍ରତିଟି ଗ୍ରାମ ରେ ବର୍ତ୍ତମାନ ପାନୀୟ ଜଳ ଯେ କୌଣସି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଟ୍ୟାଙ୍କର ଯୋଗେ ବିଭିନ୍ନ ପଞ୍ଚାୟତ କୁ ଯୋଗାଇବା ବ୍ୟବସ୍ଥା କରିଥିବା ପ୍ରକାଶ ପାଇଛି। ବଡ ବଡ ଓଭର ହେଡ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ର ପୁର୍ବ ସରକାର ଙ୍କ ଦ୍ଵାରା ସ୍ଥାପିତ ସତ୍ତ୍ୱେ ସାମାନ୍ୟ ବିଦ୍ୟୁତ ଓ ପାଣି ମୋଟର ଚୋରି ଆଳରେ ନିଜ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧ ରେ ଉଚ୍ଚ ପଦାଧିକାରୀ କାହିଁକି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରହସ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ଉପ ଜିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ, ଅଧିକାରୀ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ବିଭାଗୀୟ ସଚିବ ନେବାକୁ ଦାବି ।
ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ଉପ ଜିଲ୍ଲାପାଳ ପ୍ରତିଟି ଗ୍ରାମ ରେ ବର୍ତ୍ତମାନ ପାନୀୟ ଜଳ ଯେ କୌଣସି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଟ୍ୟାଙ୍କର ଯୋଗେ ବିଭିନ୍ନ ପଞ୍ଚାୟତ କୁ ଯୋଗାଇବା ବ୍ୟବସ୍ଥା କରିଥିବା ପ୍ରକାଶ ପାଇଛି।
ବଡ ବଡ ଓଭର ହେଡ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ର ପୁର୍ବ ସରକାର ଙ୍କ ଦ୍ଵାରା ସ୍ଥାପିତ ସତ୍ତ୍ୱେ ସାମାନ୍ୟ ବିଦ୍ୟୁତ ଓ ପାଣି ମୋଟର ଚୋରି ଆଳରେ ନିଜ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧ ରେ ଉଚ୍ଚ ପଦାଧିକାରୀ କାହିଁକି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରହସ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • Dr Sitansu Raut Neurologist ବଲାଙ୍ଗୀର ଆସୁଛନ ପୁରା video ଦେଖୁନ
    1
    Dr Sitansu Raut Neurologist ବଲାଙ୍ଗୀର ଆସୁଛନ ପୁରା video ଦେଖୁନ
    user_SB Balangiria
    SB Balangiria
    Graphic designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ଅଦ୍ୟ ତା. 22/04/2026 ରିଖ ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    1
    ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ 
ଅଦ୍ୟ ତା. 22/04/2026 ରିଖ 
ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ  ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। 
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    18 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    17 hrs ago
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    6 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.