Shuru
Apke Nagar Ki App…
Free Mega Camp ବଲାଙ୍ଗିର ରେ ହେବା କେ ଯାଉଛେ ଆସବାର ରବିବାର ଦିନ Dr Sitansu Raut Neurologist ବଲାଙ୍ଗୀର ଆସୁଛନ ପୁରା video ଦେଖୁନ
SB Balangiria
Free Mega Camp ବଲାଙ୍ଗିର ରେ ହେବା କେ ଯାଉଛେ ଆସବାର ରବିବାର ଦିନ Dr Sitansu Raut Neurologist ବଲାଙ୍ଗୀର ଆସୁଛନ ପୁରା video ଦେଖୁନ
More news from ଓଡ଼ିଶା and nearby areas
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୨/୦୪/୨୦୨୬ ଗୁରୁଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️1
- କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l1
- ମହିଳା ସଂରକ୍ଷଣ ବିଲ୍କୁ ନେଇ କଂଗ୍ରେସ ଓ ବିଜେଡ଼ି କରୁଥିବା ଭ୍ରାନ୍ତ ପ୍ରଚାରର କଡ଼ା ଜବାବ ଦେଇଛି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି। ଦଳର ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପାରିତ ହୋଇଥିବା 'ନାରୀଶକ୍ତି ବନ୍ଦନ ଅଧିନିୟମ'କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।1
- ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ପାଳିତ ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା। ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥୁଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ଯଜ୍ଞ ପୂଜକ ଅମରେନ୍ଦ୍ର ମିଶ୍ର ଓ ସନ୍ତୋଷ ଭାଇନା, କର୍ତା ରୁଦ୍ର ନାରାୟଣ ତ୍ରିପାଠୀ ସମସ୍ତ ପୂଜାକ ତୁଲାଇଥିବାବେଳେ ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ପୁଲକ ମିଶ୍ର, ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ, ଦୁର୍ଯ୍ୟୋଧନ ସାଇଁଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ରାତ୍ରରେ ବାଦିଦଣ୍ଡ ପରିବେଷଣ କରାଯାଇଥିଲା ।1
- ତା.22/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ବିଶ୍ବ ବିଦ୍ୟାଳୟ ର କୁଳପତି ପ୍ରଫେସର ଡ ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତକବି ଜୟଦେବ ଆମ ଜାତିର ଚିର ନମସ୍ୟ ବୋଲି କହିଥିଲେ।ତାଙ୍କ ରଚିତ ମଧୁର କୋମଳ କାନ୍ତ ପଦାବଳୀ ଗୀତଗୋବିନ୍ଦ ର ପଟାନ୍ତର ନାହିଁ।ଯେଉଁ ଗୀତ ମହାପ୍ରଭୁଙ୍କ ର ପ୍ରିୟ ଓ ଯାହାକୁ ଶୁଣିଲେ ମହାପ୍ରଭୁ ନିଦ୍ରା ଯାଆନ୍ତି ତା ସମ ଆଉ ସୃଷ୍ଟି ନାହିଁ ବୋଲି କହିବା ସହ ଜୟଦେବ ଙ୍କ ପାଇଁ ଆମେ ସବୁ ଧନ୍ୟ ବୋଲି କହିଥିଲେ।ଶ୍ରୀଜୟଦେବ ଫାଉଣ୍ଡେସନ, ଓଡ଼ିଶାର ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସରକାର ୧୯୯୧ ମସିହା ଠାରୁ ଜୟଦେବ ଜୟନ୍ତୀ ପାଳନ କରିବା ସହ ଜୟଦେବ ଙ୍କ ନାମରେ ଏକ ନିର୍ବାଚନ ମଣ୍ଡଳୀ ମଧ୍ୟ କରାଯାଇଛି।ଅନେକ ପୁସ୍ତକ ପ୍ରକାଶନ ମାଧ୍ୟମରେ ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିଛି ବୋଲି କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ,ପ୍ରାକ୍ତନ ସଂସ୍କୃତି ସହ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର, ଶ୍ରୀ ଜୟଦେବ ଫାଉଣ୍ଡେସନ ପୁରୀ ବ୍ରାଞ୍ଚ୍ ର ସଦସ୍ୟ ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଜୟଦେବ ଙ୍କ ଜୀବନୀ,ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି, ସମର୍ପଣ ଓ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ସଞ୍ଚାଳନ କରିଥିଲେ।ଏହି ଅବସରରେ ଜୟଦେବ ଙ୍କ ଜୟନ୍ତୀ ଠାରୁ ଜୟଦେବ ପୀଠ ରୁ ଆରମ୍ଭ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ସଂସ୍କୃତି ଭବନରେ ପହଞ୍ଚି କଳା ପରିବେଷଣ କରିଥିଲେ। ଏହାପରେ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ବିରୋଧ ରେ ସରକାରଙ୍କୁ ଚିଠି ଲେଖିଲେ ଓଡିଶା ପୋଲିସ ହାବିଲଦାର କନେଷ୍ଟେବଳ ସଂଘ ଟଙ୍କା ନେଇ ବଦଳି କରୁଥିବାରୁ ଏବଂ 3 ବର୍ଷ ରୁ ଅଧିକ ସମୟ ଥିବା ପୋଲିସ ମାନଙ୍କୁ ପଇସା ନେଇ ଟ୍ରାନ୍ସଫର କରୁ ନଥିବାରୁ l ଏ ବିଷୟରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟି ଜିଲ୍ଳାସଭାପତି ପୃଥ୍ୱୀରାଜ ଜଗଦଳା l1
- ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୂତନ ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସାଇ ସେବା ସଦନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ବିଶାଳ ଶୋଭାଯାତ୍ରା ପବିତ୍ର ମହାନଦୀ ଅଭିମୁଖେ ବାହାରିଥିଲା। ୧୦୮ କଳସ ରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ବେଳେ ଏହି ପୂଜା କାର୍ଯ୍ୟରେ ହରଭଙ୍ଗା ସାଇ ସେବା ସଦନର ଆବାହକ ଚିତ୍ତ ରଂଜନ ସିଂ ଓ ତାଙ୍କ ଧର୍ମ ପତ୍ନୀ ସ୍ନେହଲତା ସିଂ କର୍ତ୍ତା ଭାବେ ବସି ସମସ୍ତ ବିଧି ବିଧାନ ସମ୍ପନ୍ନ କରିଥିଲେ। ଆଜି ଅର୍ଥାତ ୨୩/୦୪/୨୦୨୬, ଗୁରୁବାର ଦ୍ୱିତୀୟ ଦିନରେ ସାଇ ବାବାଙ୍କର ଭବ୍ୟ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ସମସ୍ତ ପୂଜା କାର୍ଯ୍ୟ ମୁଖ୍ୟ ପୂଜକ ମନୋରଞ୍ଜନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପୂଜକ ପ୍ରଦୀପ ଦାଶ, ସତ୍ୟପ୍ରକାଶ ତ୍ରିପାଠୀ, ହରିହର ପୁରୋହିତ, ରଣଜିତ ପୁରୋହିତ, ଆଲୋକ ଦାଶ, ଗୋପ ଦାଶ, ପ୍ରତୀକ ନନ୍ଦ, ଦୁର୍ଯ୍ୟୋଧନ ଏବଂ କୁନାଲ ମହାପାତ୍ର। ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଆଧ୍ୟାତ୍ମିକ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଉତ୍ସବରେ ହରଭଙ୍ଗା ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବାବାଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ସାଇ ସେବା ସଦନର ଏହି ମହତ ପ୍ରୟାସ ଅଞ୍ଚଳରେ ଏକ ଧାର୍ମିକ ଜାଗରଣ ସୃଷ୍ଟି କରିଛି।1