Shuru
Apke Nagar Ki App…
ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ । :ହାତୀ ଚଳପ୍ରଚଳ ଉପରେ ନଜର ରଖିବା ସହ ପାଟ୍ରୋଲିଂ ଓ ସଚେତନତା ବଢ଼ାଇବାକୁ ଦାବି ।
Samanta Sekhar Nayak
ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ । :ହାତୀ ଚଳପ୍ରଚଳ ଉପରେ ନଜର ରଖିବା ସହ ପାଟ୍ରୋଲିଂ ଓ ସଚେତନତା ବଢ଼ାଇବାକୁ ଦାବି ।
More news from ଓଡ଼ିଶା and nearby areas
- ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ । :ହାତୀ ଚଳପ୍ରଚଳ ଉପରେ ନଜର ରଖିବା ସହ ପାଟ୍ରୋଲିଂ ଓ ସଚେତନତା ବଢ଼ାଇବାକୁ ଦାବି ।1
- #ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ... 'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ #OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV1
- ଆସିକା : ବେଆଇନ ବାଲି ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ନଅ ବାଲି ବୋଝେଇ ହାଇବା ଥାନାରେ ଅଟକ ଗଞ୍ଜାମ ଜିଲ୍ଲା ଆସିକା କାଳଷଣ୍ଢପୁର ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା 9 ବାଲି ବୋଝେଇ ହାଇୱା ଜବତ କଲା ଆସିକା ପୋଲିସ l ବାଲି ଘାଟରୁ ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଖବରପାଇ କାଳଷଣ୍ଢ ପୁର ଛକ ଠାରେ ମାଡି ବସିଲା ପୋଲିସ l ନଅଟି ବାଲି ବୋଝେଇ ହାଇବାକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ଆସିକା ପୋଲିସ l ରାତି ତମାମ ଏହି ରାସ୍ତା ଦେଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ନଜରକୁ ଆସିଥିବା ବେଳେ ଆସିକା ଏସ.ଡି.ସି.ପି ସୌରଭ ରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ମିଶି ବାଲି ବୋଝେଇ ହାଇବା ଗୁଡିକୁ ଧରିବାରେ ସଫଳ ହୋଇଛନ୍ତି l1
- 75% ଭିନ୍ନକ୍ଷମ ଛାତ୍ରୀ ଭତ୍ତା ପାଇବାରୁ ବଞ୍ଚିତ ତଥାପି ବିଦ୍ୟାଳୟ ଯାଉଛି ଖେଳ କୁଦ କରି ଘର କୁ ଫେରୁଛି ଭତ୍ତା ଅପେକ୍ଷାରେ ପରିବାର ଏଭଳି ଦୂର୍ଷ୍ୟ ଦେଖା ଦିଅଛି ମୋହନା ବ୍ଲକ ମାଣିକପୁର ପଂଚାୟତ ର ଗୁବୁରିଗୁଡା ଗ୍ରାମ ରେ1
- କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ (ହାମସ) ଦ୍ୱାରା ଆୟୋଜିତ ଆଜି ତା ୨୯-୦୭-୨୦୨୬ କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରଯୁକ୍ତ ଡ. ସୁଶାନ୍ତ କୁମାର ସ୍ୱାଇଁ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ତାଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ମହିପୁର ଡ. ଦେବୀପ୍ରସାଦ ପ୍ରଧାନ, ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭେଷଜ ବିଶେଷଜ୍ଞ ଡ. ବିଶ୍ୱରଞ୍ଜନ ତ୍ରିପାଠୀ, ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରି ଡ. ରଶ୍ମିରଞ୍ଜନ ସାମନ୍ତ ସିଂହାର ଓ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ନୂଆଗାଁ ବ୍ଲକ ର ଆଖ-ପାଖ ରୁ ପ୍ରାୟ ୨୦୦ ଚାଷୀ ଆସି ସେମାନଙ୍କ ନାମ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତର ମାନଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ଯଥା-: ଉଚ ରକ୍ତଚାପ, ଡେଙ୍ଗୁ, ମ୍ୟାଲେରିଆ, ମଧୁମେହ ଏବଂ ଇ.ସି.ଜି ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ L.T ଗାୟତ୍ରୀ ନାୟକ, MPHW ରଶ୍ମିରଞ୍ଜନ ପ୍ରଧାନ, MPHW ବ୍ରଜମୋହନ ମଲ୍ଲିକ, Attandant ସଞ୍ଜୟ ସାହୁ ମହିପୁର ଏହା ସହ ଆଶାକର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ ଏହା ସହ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜିକା ସୁନିତା ଦାଶଗୁପ୍ତା ଏବଂ ସହକାରୀ ସଂଯୋଜକ ଚିନ୍ମୟ କୁମାର ଦାଶ ଏବଂ କୋଷାଧକ୍ଷ ଶୁଭାଶିଷ ନିଶଙ୍କ ଏବଂ ସମସ୍ତ CRP ଯଥା ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ, ସୁବାସିନୀ ସାହୁ, ସନ୍ତୋଷ କୁମାର ଜାନି ଏବଂ ଅନୁଷ୍ଠାନ ର ସହକର୍ମୀ କିରଣବାଲା ଡାକୁଆ ଏବଂ ମାନସ କୁମାର ରଣା ତାଙ୍କ ସହିତ ଅନୁଷ୍ଠାନ ର ସ୍ୱେ୍ଛାସେବୀ ସଞ୍ଜୟ ସାହୁ, କାହ୍ନା ପରିଡ଼ା, ରାହୁଲ କୁମାର ସାହୁ, ଅମିତ ନାୟକ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟଶିବିର କୁ ଆଗେଇ ନେଇଥିଲେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ଚାଷୀ ମାନଙ୍କ ପାଇଁ ସକାଳର ଜଳଖିଆ ସହ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା1
- ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ। ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ। #Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates1
- ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର: ଆଦିବାସୀ ଛାତ୍ରୀଙ୍କ ହାତରେ ବହି ବଦଳରେ ଇଟା ଓ ମାଟି ଗୋଟିଏ ପଟେ ସରକାର ଆଦିବାସୀ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଅନ୍ୟପଟେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ପଦ୍ମପୁର ସେବାଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଚରମ ଅବହେଳା ଓ ଅମାନବୀୟତାର ଚିତ୍ର। ଆଶ୍ରମ ବିଦ୍ୟାଳୟର ସୁରକ୍ଷିତ ପରିବେଶରେ ପାଠ ପଢ଼ିବା ପରିବର୍ତ୍ତେ, କୋମଳମତି ଛାତ୍ରୀମାନଙ୍କୁ ସ୍କୁଲର ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ବ୍ୟବହାର କରାଯାଉଛି ଏବଂ ସେମାନେ ମୁଣ୍ଡରେ ଇଟା, ମାଟି ବୋହୁଛନ୍ତି। ଏହି ସବୁ ଘଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ବିଶୋୟୀ ଓ ହଷ୍ଟେଲ ୱାର୍ଡେନଙ୍କ ଉପସ୍ଥିତିରେ ଘଟୁଛି।1
- ଲଗାଣ ବର୍ଷା ଯୋଗୁଁ ପିପଳ ଗଛ ଘର ଉପରେ ପଡିବାରୁ ଘରକାନ୍ଥ ଭୁଶୁଡି ୧୦ ଜଣ ଆହତ ବୌଦ୍ଧ:ବୌଦ୍ଧରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି l ଗତକାଲି ରାତି ୧୨ ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ସରସରl ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ପ୍ରବଳ ବର୍ଷା ଓ ପ୍ରଚଣ୍ଡ ପବନ ବହିବା ଫଳରେ ପ୍ରାୟ ୧୫୦ ବର୍ଷର ଏକ ପିପ୍ପଳ ଗଛ ଚେର ସହିତ ଉପୁଡ଼ି ପଡ଼ି ଲବଣୀ ଅମାତ୍ ଙ୍କ ଘର ଉପରେ ପଡିଯିବା ଫଳରେ ଘର ଓ କାନ୍ଥ ଭାଙ୍ଗି ଯାଇଥିଲା ଓ ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ଆଜବେଷ୍ଟସ ଓ କାନ୍ଥ ପଡ଼ି ଯାଇଥିବାରୁ ଘରେ ବାସ କରୁଥିବା ୧୦ ଜଣ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ସଞ୍ଜୀବ ଅମାତ ଓ ତାଙ୍କର ସ୍ରୀ ସୁଜାତା ଅମାତ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ l ରାତିରେ ଗଛ ମାଡ଼ି ବସିଥିବା ଓ ଘର ଭିତରେ ଚାପି ହୋଇ ଯାଇଥିବା ପରିବାରର ୧୦ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଗଛ ମାଡ଼ି ବସିଥିବା ହେତୁ ତାର ଛିଣ୍ଡି ଯାଇଥିବା ବେଳେ ଖବର ପାଇ ଟାଟା ପାୱାରର କର୍ମଚାରୀ ମାନେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବା ଓ ଅଗ୍ନିଶମ ବାହିନୀ ଘର ଉପରେ ପଡି ରହିଥିବା ଗଛ କାଟୁଥିବା ଦେଖିବlକୁ ମିଳିଥିଲା l ତେଣେ ସରସରl ଗ୍ରାମ ପଞ୍ଚାୟତ ତରଫରୁ ପୀଡ଼ିତ ମାନଙ୍କ ପାଇଁ ଶୁଖିଲା ଖାଦ୍ଯ ତଥା ଚାଉଳ ଡାଲି ଇତ୍ଯାଦି ଯୋଗେଇ ଦିଆଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଧିରେନ ବିଶୋଇ ପ୍ରକାଶ କରିଥିଲେ l ଜମିହୀନ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି l4