କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଏବଂ ତାଙ୍କ ଦଳୀୟ କର୍ମୀମାନେ କୋଷାଗୁମୁଡ଼ା ଲେମ୍ପସରେ ପଶି ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ହୋହଲ୍ଲା କରିଥିବା ଅଭିଯୋଗରେ ଦୁଇ ଦଳ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ବିଧାୟକଙ୍କ କର୍ମୀମାନେ ଲେମ୍ପସ ସଭାପତି ମଦ୍ୟପାନ କରିଥିବା କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ସହ ଏମଡିମାନଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ, ଯାହାକୁ ଦୁଇ ଦଳର କର୍ମୀମାନେ ମିଛ ଓ ଭିତ୍ତିହୀନ ବୋଲି କହି ଦୃଢ଼ ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ବିଧାୟକ କାହିଁକି ଚାଷୀମାନଙ୍କୁ ଦଳୀୟ ଭିତ୍ତିରେ ଭାଗ କରୁଛନ୍ତି? କାହା କପାଳରେ କେଉଁ ଦଳର ନାଁ ଲେଖାଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ବିଧାୟକ ଗୌରୀ ମାଝୀ ସରକାରୀ ନିୟମଠାରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିବା ସହ ଲେମ୍ପସରେ କ୍ୟାସଲେସ ପେମେଣ୍ଟ ନିୟମ ଥିବାବେଳେ ବିଧାୟକ କିପରି ନଗଦ ଟଙ୍କା ଦେବାକୁ ଫୋନ୍ରେ କହିଲେ ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଉଭୟ ଦଳ ଚେତାବନୀ ଦେଇଛନ୍ତି। ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଓ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

- କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଏବଂ ତାଙ୍କ ଦଳୀୟ କର୍ମୀମାନେ କୋଷାଗୁମୁଡ଼ା ଲେମ୍ପସରେ ପଶି ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ହୋହଲ୍ଲା କରିଥିବା ଅଭିଯୋଗରେ ଦୁଇ ଦଳ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ବିଧାୟକଙ୍କ କର୍ମୀମାନେ ଲେମ୍ପସ ସଭାପତି ମଦ୍ୟପାନ କରିଥିବା କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ସହ ଏମଡିମାନଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ, ଯାହାକୁ ଦୁଇ ଦଳର କର୍ମୀମାନେ ମିଛ ଓ ଭିତ୍ତିହୀନ ବୋଲି କହି ଦୃଢ଼ ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ବିଧାୟକ କାହିଁକି ଚାଷୀମାନଙ୍କୁ ଦଳୀୟ ଭିତ୍ତିରେ ଭାଗ କରୁଛନ୍ତି? କାହା କପାଳରେ କେଉଁ ଦଳର ନାଁ ଲେଖାଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ବିଧାୟକ ଗୌରୀ ମାଝୀ ସରକାରୀ ନିୟମଠାରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିବା ସହ ଲେମ୍ପସରେ କ୍ୟାସଲେସ ପେମେଣ୍ଟ ନିୟମ ଥିବାବେଳେ ବିଧାୟକ କିପରି ନଗଦ ଟଙ୍କା ଦେବାକୁ ଫୋନ୍ରେ କହିଲେ ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଉଭୟ ଦଳ ଚେତାବନୀ ଦେଇଛନ୍ତି। ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଓ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।1
- କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସରେ ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଲେମ୍ପସ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହାଲ୍ଲା କରିବା ଘଟଣାକୁ ଏହି ସମ୍ମିଳନୀରେ ତୀବ୍ର ନିନ୍ଦା କରାଯାଇଛି। ଲେମ୍ପସ ସଭାପତି ମଦ ପିଇଛନ୍ତି କହି ପୋଲିସ ଡାକି ଚେକ୍ କରାଇବା, ଲେମ୍ପସ ଏମଡିମାନଙ୍କୁ ଚୋର କହିବା ଏବଂ ବିଜେଡ଼ି ଓ କଂଗ୍ରେସ ଲୋକଙ୍କୁ ପ୍ରଥମେ ସାର ଓ ଧାନ ଟୋକେନ୍ ଦିଆଯାଉଛି ବୋଲି ହୋଇଥିବା ସଙ୍ଗିନ ଅଭିଯୋଗକୁ ଦୁଇ ଦଳର ନେତାମାନେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ ବୋଲି କହିଛନ୍ତି। ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଆଇନଜୀବୀ ବାବୁଲି ବାଘ, ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡ଼ି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ, ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ନେତାଙ୍କଠାରୁ ଏଭଳି ଧମକ, 'ଚୋର' କିମ୍ବା 'ମଦୁଆ' ଗାଳି ଶୁଣି ନାହାନ୍ତି ବୋଲି ସେମାନେ କହିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଲୋକଙ୍କ କପାଳରେ କୌଣସି ଦଳର ନାମ ଲେଖା ନଥାଏ, ତେଣୁ ବିଧାୟକ କାହିଁକି କଂଗ୍ରେସ-ବିଜେଡି ଲୋକଙ୍କୁ ପ୍ରଥମେ ଓ ବିଜେପି ଲୋକଙ୍କୁ ଶେଷରେ ଟୋକେନ ମିଳୁଥିବା କଥା କହିଲେ? ଅନ୍ୟପଟେ ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ପ୍ରଶ୍ନ କରିଛନ୍ତି ଯେ ବିଧାୟକ ଗୌରୀ ମାଝୀ କ’ଣ ସରକାରୀ ଗାଇଡଲାଇନ ପଢ଼ିନାହାନ୍ତି? ସରକାରୀ ନିୟମ ଅନୁସାରେ କ୍ୟୁଆର କୋଡ୍ ଜରିଆରେ କ୍ୟାସଲେସ ପେମେଣ୍ଟ କରିବା ପାଇଁ ନିୟମ ଥିବାବେଳେ ବିଧାୟକ ଫୋନ ଯୋଗେ ଡିଆରସିଏସକୁ କେସ୍ ପେମେଣ୍ଟ ପାଇଁ କିପରି ଅନୁମତି ମାଗିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଦୁଇ ଦଳ ଚେତାବନୀ ଦେବା ସହ ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଦୃଢ଼ ଦାବି କରିଛନ୍ତି।1
- କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଅଞ୍ଚଳରେ ସ୍ୱୀକୃତି ପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ପୁଣିଥରେ ସାରକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କୃଷକମାନଙ୍କୁ ଶୋଷଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ଯାହାକୁ ନେଇ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନ ଉଠିଛି।1
- କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।1
- କଳାହାଣ୍ଡି ଜିଲ୍ଲାରେ ଏକ ତାର ବାଡ଼ରେ ଭାଲୁ ଫଶିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।1
- କୋରାପୁଟ ଜିଲ୍ଲା କୋଟପାଡ଼ରେ ମହିଳାଙ୍କ ଆଗରେ ଶେଷରେ ପ୍ରଶାସନ ହାର ମାନିଛି। ଏହି ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆକ୍ସନ୍ ମୁଡ଼କୁ ଆସିଯାଇଛି।1