Shuru
Apke Nagar Ki App…
ଉପାନ୍ତରେ ନାହିଁ ପୋଲିସ ପହରା -ବଢୁଛି ଅସାମାଜିକ କାର୍ଯ୍ୟକଳାପ -ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି - ବୀରମହାରାଜପର, ସୁବଳୟା ଥାନା
Pitambar Sahu
ଉପାନ୍ତରେ ନାହିଁ ପୋଲିସ ପହରା -ବଢୁଛି ଅସାମାଜିକ କାର୍ଯ୍ୟକଳାପ -ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି - ବୀରମହାରାଜପର, ସୁବଳୟା ଥାନା
More news from ଓଡ଼ିଶା and nearby areas
- ଉପାନ୍ତରେ ନାହିଁ ପୋଲିସ ପହରା -ବଢୁଛି ଅସାମାଜିକ କାର୍ଯ୍ୟକଳାପ -ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି - ବୀରମହାରାଜପର, ସୁବଳୟା ଥାନା1
- ଚେରୀମୁଲି ଭରସା - କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି - ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର1
- ସୁବର୍ଣ୍ଣପୁର ଅବସର ପରେ ଆଜି 2 ସେପ୍ଟେମ୍ବର ର ପ୍ରାତଃ ବୈଠକ ହୋଇଯାଇଛି l ଅବସର ପରେ ଆଜି 2 ସେପ୍ଟେମ୍ବର ର ପ୍ରାତଃ ବୈଠକ.। ଏକ ସଂକ୍ଷିପ୍ତ ବାର୍ତା, କମ ସମୟ ଜିଲ୍ଲାପାଳ ଦାଇତ୍ୱ ପାଳନରେ ଜିଲ୍ଲା ବିକାଶ ର ପରିକଳ୍ପନା ପୂର୍ଣ୍ଣାଙ୍ଗ ରୂପ ଦେବା ସମ୍ଭବ ହେଲାନି, ଜିଲ୍ଲାକୁ ବିକଶିତ କରିବାରେ ସମସ୍ତେ ଭାଗିଦାରୀ ହୁଅନ୍ତୁ, ମାଇକରେ ଭାଷଣ କେବଳ ସାଉଣ୍ଡ ବକ୍ସ ରେ ପ୍ରତିଧ୍ୱନିତ ହୁଏ, ଜିଲ୍ଲାବାସୀଙ୍କ ଆବଶ୍ୟକତା ଗ୍ରାମବାସୀଙ୍କ ଛାତି ଭିତରେ ଛଟ ପଟ ହେଉଛି, ତାହା ପ୍ରକାଶ ହେବାର ସୁଯୋଗ ସୃଷ୍ଟି ହେଉ.। ଜିଲ୍ଲାବାସୀଙ୍କ ଠାରୁ ଯେତେ ସନମାନ, ଶ୍ରଦ୍ଧା, ଆନ୍ତରିକତା ପାଇଛି ତାହା ସ୍ମୃତି ହୋଇ ରହିଲା। ଜିଲ୍ଲା ବିକାଶର ମଙ୍ଗୁଆଳ ହୁଅନ୍ତୁ, ଛୋଟ ଆବେଦନ ବିଶାଳ ଦାଇତ୍ୱ.।1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l1
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2
- ବୌଦ୍ଧ ରେ ମହାସମାରୋହ ରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବୌଦ୍ଧ ବିଧାୟକ1
- ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।1
- ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ1