ଭୁବନ ଥାନା ମହୁଲପାଳ ଗାଁରେ ଏକ ଭଡ଼ାଘରେ ରହୁଥିବା ୧୨ ଜଣ ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କ ସର୍ବସ୍ୱ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଜଳିଗଲା ୧୨ ଜଣ ଦୃଷ୍ଟିହୀନ ଭାଇଭଉଣୀଙ୍କ ଆଶା ଓ ଭରସା! 💔🔥 ଅତି ଦୁଃଖର ସହ ଜଣାଉଛୁ ଯେ, ଭୁବନ ଥାନା ମହୁଲପାଳ ଗାଁରେ ଏକ ଭଡ଼ାଘରେ ରହୁଥିବା ୧୨ ଜଣ ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କ ସର୍ବସ୍ୱ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଭଜନ ପରିବେଷଣ କରି ଅତି କଷ୍ଟରେ ଜୀବିକା ନିର୍ବାହ କରୁଥିବା ଏହି ଅସହାୟ ଭାଇଭଉଣୀମାନେ ଏବେ ଖୋଲା ଆକାଶ ତଳେ। ଘଟଣାରେ କଣ କଣ କ୍ଷୟକ୍ଷତି ହୋଇଛି? ରାସନ ସାମଗ୍ରୀ ଓ ଆସବାବପତ୍ର ଫ୍ରିଜ୍, ଇନଭର୍ଟର ଓ ପାଣି ମୋଟର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବହାର କରୁଥିବା ବାଦ୍ୟଯନ୍ତ୍ର ଓ ଗାଡ଼ି (ବାଇକ) ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବଡ଼ ପରିତାପର ବିଷୟ ଯେ, ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବା ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ସହାୟତା ମିଳିନାହିଁ। ଆମର ଦାବି: ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ଏବଂ ସେମାନଙ୍କ ରହିବା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରନ୍ତୁ। ମାନବିକତା ଦୃଷ୍ଟିରୁ ଏହି ଖବରକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେପରି ଏହା ପ୍ରଶାସନର କାନରେ ବାଜିବ। ଆସନ୍ତୁ ସମସ୍ତେ ମିଶି ଏହି ଭାଇଭଉଣୀଙ୍କ ସାହାରା ହେବା। 🙏 #JusticeForDivyang #DhenkanalNews #Bhuban #OdishaGovernment #HelpDivyang #HumanityFirst #OdishaPolice #DistrictCollectorDhenkanal #SocialJustice #OdishaNews #GrievanceOdisha #GaonTV #SocialWorker #HelpTheNeedy

- Post by Tapasdas 63727887051
- Post by Devi prasad Das1
- କିଏ ସତ କହୁଛି, ଆଉ କିଏ ମିଛ ! ତଦନ୍ତ ପରେ ଜଣା ପଡ଼ିବ ସବୁ ସତ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ । ଢ଼େଙ୍କାନାଳ, ତା. ୪.୪. ୨୦୨୬- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ। ବିଦ୍ୟା ମହାଧନ ଅଟେ, ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରିଥିଲେ । ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ । ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ, ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ । ଏହି ଅବସରରେ ଏକ ସଚ଼େତନତା ପ୍ରଚାର ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ, ସମୁଦାୟ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।3
- ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ବିବି ହାଇସ୍କୁଲ ଠାରେ ପ୍ରବେଶ ଉତ୍ସବ ଓ ଖଡିଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଏକ ସଚେତନତା ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ପର ଖଡି ଛୁଆ ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରୁଥିବା ଶିଶୁମାନଙ୍କୁ ପୂଜାପାଠ କରି ଶୁଭାରମ୍ବ କରାଯାଇଥିଲା । ମନ୍ତ୍ରୀଙ୍କ ସମେତ ଏହି ଉତ୍ସବରେ ପୌରାଧକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ସଦର ବ୍ଲକ ଚେୟାରମ୍ୟାନ,ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ , ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।1
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ! ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।1
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।1