logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହୋଟେଲରେ ପୋଡ଼ା ଇଞ୍ଜିନ ତେଲଜାଳି ରୋଷେଇ ,ବିଷାକ୍ତ ଧୂଆରେ ପରିବେଶ ବିପଜ୍ଜନକ , ଖାଦ୍ୟ ଖାଇ କ୍ୟାନସର, ଶ୍ୱାସଜନିତ ସମସ୍ୟା ଏବଂ ଚର୍ମ ରୋଗ ହେବାର ଆଶଙ୍କା ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲ ରେ ଖରାପ ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଖରାପ ଇଞ୍ଜିନ ତେଲ ଜଳିଲେ କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା, ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣଙ୍କ ଏସବୁ ଖାତିର ନ କରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏହା ଖାଦ୍ୟରେ କୁ ପ୍ରବାହ ପକେଇବା ସହ ଲୋକଙ୍କ ଦେହ ପ୍ରତି ହାନିକାରକ ବୋଲି ମତ ପ୍ରକାଶ କରିବା ସହ ଏହା ବାବଦରେ ତଦନ୍ତ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଥିଲେ।

20 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
20 hrs ago
620a7665-7a17-41b0-b47e-6d357b3d14c6

ହୋଟେଲରେ ପୋଡ଼ା ଇଞ୍ଜିନ ତେଲଜାଳି ରୋଷେଇ ,ବିଷାକ୍ତ ଧୂଆରେ ପରିବେଶ ବିପଜ୍ଜନକ , ଖାଦ୍ୟ ଖାଇ କ୍ୟାନସର, ଶ୍ୱାସଜନିତ ସମସ୍ୟା ଏବଂ ଚର୍ମ ରୋଗ ହେବାର ଆଶଙ୍କା ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲ ରେ ଖରାପ ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଖରାପ ଇଞ୍ଜିନ ତେଲ ଜଳିଲେ

କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା, ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣଙ୍କ ଏସବୁ ଖାତିର ନ କରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି

। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏହା ଖାଦ୍ୟରେ କୁ ପ୍ରବାହ ପକେଇବା ସହ ଲୋକଙ୍କ ଦେହ ପ୍ରତି ହାନିକାରକ ବୋଲି ମତ ପ୍ରକାଶ କରିବା ସହ ଏହା ବାବଦରେ ତଦନ୍ତ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଥିଲେ।

More news from ଓଡ଼ିଶା and nearby areas
  • ତା. 18/04/2026 ରିଖ ପୂର୍ବାହ୍ନରେ, ୧୦ ଟି ରାଷ୍ଟ୍ର ର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଲୋକକଳା ଗ୍ରାମ ରଘୁରାଜପୁର ଏବଂ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱର ରୁ ଆସିଥିଲେ।ପ୍ରଥମେ ସେମାନେ ରଘୁରାଜପୁର ରେ ପହଞ୍ଚିବା ପରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ।ପରେ ସେମାନେ କଳାଗ୍ରାମ ରଘୁରାଜପୁର ର ପଟ୍ଟଚିତ୍ର କୁ ଘରକୁ ଘର ବୁଲି ଦେଖିଥିଲେ।ପରେ ଅପରାହ୍ନ ରେ କୋଣାର୍କ ରେ ପହଞ୍ଚି ଥିଲେ।ଗାଇଡ ଅନିମେଶ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।ମନ୍ଦିର ର ଐତିହ୍ୟ, ଇତିହାସ ସମ୍ପର୍କରେ ଜାଣିବା ସହ ମନ୍ଦିର ଦେଖି ଓ ମନ୍ଦିର ସମ୍ପର୍କରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ।ପରେ ଆଇଓସିଏଲ ର ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ କୋଣାର୍କ ସମ୍ପର୍କିତ ଡକୁମେଣ୍ଟାରୀ ଫିଲ୍ମ ଦେଖିଥିଲେ।ଏହି ଟିମ ରେ ମିଁୟାମାରରୁ ନୁ ମିଆତ ଥେଇଙ୍ଗି ଓ,ନାଇଙ୍ଗି ସୁଇ ଓ,ଭୁଟାନ ରୁ ଦୋର୍ଜି ଗେଲଷ୍ଟହେନ, ତେନଜିନ ୟାଙ୍ଗଚେନ, କାମ୍ବୋଡିଆରୁ ହେଙ୍ଗ ଖେମା,ସୋକ ସନିତା,ଲାଓସୋରୁ ସିରିସୋଫା ଫିମାକାୟୋସୋନ, ସୁକିଫୋନ ଭୋଙ୍ଗସାକ,ମାଲେସିଆରୁ ମାରହମ ବିନ ମଣ୍ଡ ୟୁସୁଫ,ତାଙ୍ଗ ହଙ୍ଗ ତି, ମାଙ୍ଗୋଲିଆରୁ ବାଡମାରଗ ଚୁଲୁନବାତର, ନ୍ୟାମଦରୀ ବାଇଗଲମା, ନେପାଳ ରୁ ପ୍ରକାଶ ଅଧିକାରୀ, ଶ୍ରୀଜନ ଓଲୀ,ସିଙ୍ଗାପୁର ରୁ ଲୀ ଫଙ୍ଗ କୁମ,ଲୀ ଜିଆଇ ତ୍ରିସିଆ,ଚାନ ଚୁଇ କୁଏନ ପ୍ରିସିଲା,ଥାଇଲାଣ୍ଡ ରୁ ମିସ ନିଶା ନାଶୋନଜାଇ, ନାପୋଲ ଲାପୋର୍ଣ୍ଣ ସିରିକୁଲ,ଭିଏତନାମ ରୁ ଲୀ ଥୁକ୍ ହିଏନ,ଡାଓ ଥି ମିନହ ତ୍ରାଙ୍ଗ,ହା ଲେ ଡିଏମ ସାମିଲ ହୋଇ ପରିଦର୍ଶନ କରିଥିଲେ।ବୈଦେଶିକ ମନ୍ତ୍ରାଳୟ ର ମିଡିଆ ଲିଆସନ ଅଫିସର ଚନ୍ଦ୍ରେଶ୍ବର ସିଂ ଓ ଉଜ୍ଜ୍ବଳ ଗିରି ଏହି ପରିଦର୍ଶକ ଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ କୁ ପରିଭ୍ରମଣ ରେ ସହାୟତା କରିଥିଲେ।ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ସୁଶ୍ରୀ ଶାଶ୍ବତିକା ମହାପାତ୍ର,ଏମ ଅଭିଷେକ, ଆଦିତ୍ୟ ନାରାୟଣ ସାମଲ ଓ ଅନିଶା କର ତାଙ୍କୁ ସହଯୋଗ କରିଥିଲେ।ପରେ ଇନଫ୍ଲୁଏନସର ମାନେ ଭୁବନେଶ୍ୱର ଫେରି ଫେରି ଯାଇଥିଲେ। କୋଣାର୍କ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ତା. 18/04/2026 ରିଖ  ପୂର୍ବାହ୍ନରେ, ୧୦ ଟି ରାଷ୍ଟ୍ର ର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଲୋକକଳା ଗ୍ରାମ ରଘୁରାଜପୁର ଏବଂ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱର ରୁ ଆସିଥିଲେ।ପ୍ରଥମେ ସେମାନେ ରଘୁରାଜପୁର ରେ ପହଞ୍ଚିବା ପରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ।ପରେ ସେମାନେ କଳାଗ୍ରାମ ରଘୁରାଜପୁର ର ପଟ୍ଟଚିତ୍ର କୁ ଘରକୁ ଘର ବୁଲି ଦେଖିଥିଲେ।ପରେ ଅପରାହ୍ନ ରେ କୋଣାର୍କ ରେ ପହଞ୍ଚି ଥିଲେ।ଗାଇଡ ଅନିମେଶ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।ମନ୍ଦିର ର ଐତିହ୍ୟ, ଇତିହାସ ସମ୍ପର୍କରେ ଜାଣିବା ସହ ମନ୍ଦିର ଦେଖି ଓ ମନ୍ଦିର ସମ୍ପର୍କରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ।ପରେ ଆଇଓସିଏଲ ର ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ କୋଣାର୍କ ସମ୍ପର୍କିତ ଡକୁମେଣ୍ଟାରୀ ଫିଲ୍ମ ଦେଖିଥିଲେ।ଏହି ଟିମ ରେ ମିଁୟାମାରରୁ ନୁ ମିଆତ ଥେଇଙ୍ଗି ଓ,ନାଇଙ୍ଗି ସୁଇ ଓ,ଭୁଟାନ ରୁ ଦୋର୍ଜି ଗେଲଷ୍ଟହେନ, ତେନଜିନ ୟାଙ୍ଗଚେନ, କାମ୍ବୋଡିଆରୁ ହେଙ୍ଗ ଖେମା,ସୋକ ସନିତା,ଲାଓସୋରୁ ସିରିସୋଫା ଫିମାକାୟୋସୋନ, ସୁକିଫୋନ ଭୋଙ୍ଗସାକ,ମାଲେସିଆରୁ ମାରହମ ବିନ ମଣ୍ଡ ୟୁସୁଫ,ତାଙ୍ଗ ହଙ୍ଗ ତି, ମାଙ୍ଗୋଲିଆରୁ ବାଡମାରଗ ଚୁଲୁନବାତର, ନ୍ୟାମଦରୀ ବାଇଗଲମା,
ନେପାଳ ରୁ ପ୍ରକାଶ ଅଧିକାରୀ, ଶ୍ରୀଜନ ଓଲୀ,ସିଙ୍ଗାପୁର ରୁ ଲୀ ଫଙ୍ଗ କୁମ,ଲୀ ଜିଆଇ ତ୍ରିସିଆ,ଚାନ ଚୁଇ କୁଏନ ପ୍ରିସିଲା,ଥାଇଲାଣ୍ଡ ରୁ ମିସ ନିଶା ନାଶୋନଜାଇ, ନାପୋଲ ଲାପୋର୍ଣ୍ଣ
ସିରିକୁଲ,ଭିଏତନାମ ରୁ ଲୀ ଥୁକ୍ ହିଏନ,ଡାଓ ଥି ମିନହ ତ୍ରାଙ୍ଗ,ହା ଲେ ଡିଏମ ସାମିଲ ହୋଇ ପରିଦର୍ଶନ କରିଥିଲେ।ବୈଦେଶିକ ମନ୍ତ୍ରାଳୟ ର ମିଡିଆ ଲିଆସନ ଅଫିସର ଚନ୍ଦ୍ରେଶ୍ବର ସିଂ ଓ ଉଜ୍ଜ୍ବଳ ଗିରି ଏହି ପରିଦର୍ଶକ ଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ କୁ ପରିଭ୍ରମଣ ରେ ସହାୟତା କରିଥିଲେ।ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ସୁଶ୍ରୀ ଶାଶ୍ବତିକା ମହାପାତ୍ର,ଏମ ଅଭିଷେକ, ଆଦିତ୍ୟ ନାରାୟଣ ସାମଲ ଓ ଅନିଶା କର ତାଙ୍କୁ ସହଯୋଗ କରିଥିଲେ।ପରେ ଇନଫ୍ଲୁଏନସର ମାନେ ଭୁବନେଶ୍ୱର ଫେରି ଫେରି ଯାଇଥିଲେ।
କୋଣାର୍କ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • 🌹🌹🌹🌹🌹🌹🌹🇹🇯🌹
    1
    🌹🌹🌹🌹🌹🌹🌹🇹🇯🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ଅଂଶୁଘାତ ରେ ସମ୍ବଲପୁରୀ ଗାୟକ ତୀର୍ଥରାଜ ବାରିହା ମେଡ଼ିକାଲ ରେ ଭର୍ତ୍ତି।
    1
    ଅଂଶୁଘାତ ରେ ସମ୍ବଲପୁରୀ ଗାୟକ ତୀର୍ଥରାଜ ବାରିହା ମେଡ଼ିକାଲ ରେ ଭର୍ତ୍ତି।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • Post by Raj yadav
    1
    Post by Raj yadav
    user_Raj yadav
    Raj yadav
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l
    1
    ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    3
    ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି।
ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    21 hrs ago
  • ମାଲକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭାରତର ଐତିହାସିକ ପରିପ୍ରେକ୍ଷ୍ୟରେ ବିଭିନ୍ନ ଆକ୍ରମଣ ଓ ସାମାଜିକ ପରିବର୍ତ୍ତନର ମଧ୍ୟରେ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ୧୭୭୭ ମସିହାରେ ସାଧୁ-ସନ୍ତମାନଙ୍କ ଆନ୍ଦୋଳନରୁ ଆରମ୍ଭ କରି ୧୮୫୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଓ ୧୮୫୮ ପରେ ରାଣୀ ଭିକ୍ଟୋରିଆଙ୍କ ଶାସନ ପର୍ଯ୍ୟନ୍ତ ଭାରତ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ୧୮୮୫ ମସିହାରେ ଜାତୀୟ କଂଗ୍ରେସର ଆରମ୍ଭ ଓ ୧୯୨୦ ପରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଭାରତୀୟମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷ୍ୟରେ ଡ଼ଃ ହେଡଗେୱାର ହିନ୍ଦୁ ସମାଜର ଜାଗରଣର ଆବଶ୍ୟକତାକୁ ଅନୁଭବ କରି ୧୯୨୫ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା କରିଥିଲେ। ଇତିହାସରେ ପ୍ରଥମ ବିଦେଶୀ ଆକ୍ରମଣ ଆଲେକଜାଣ୍ଡରଙ୍କ ଦ୍ୱାରା ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଗ୍ରୀକ, ହୁଣ, ଆଫଗାନ, ତୁର୍କ, ମଙ୍ଗୋଳ ଓ ଶେଷରେ ଇଂରେଜମାନଙ୍କ ଆକ୍ରମଣ ଭାରତକୁ ପ୍ରଭାବିତ କରିଥିଲା। ୧୨୦୦ ମସିହାରେ ମହମ୍ମଦ ଘୋରୀ ଓ ପୃଥ୍ୱୀରାଜ ଚୌହାନଙ୍କ ଯୁଦ୍ଧ ମଧ୍ୟ ଏହି ପରିପ୍ରେକ୍ଷ୍ୟର ଅଂଶ ଥିଲା। ଏହି ସମସ୍ତ ଆକ୍ରମଣର ଫଳରେ ସମାଜ ଅସଂଗଠିତ ହୋଇପଡ଼ିଥିବା ମତ ପ୍ରକାଶ ପାଇଛି। ଏହିପରି ସ୍ଥିତିରେ ବ୍ୟକ୍ତିତ୍ୱ ଗଢ଼ନ, ହିନ୍ଦୁତ୍ୱ ଓ ହିନ୍ଦୁରାଷ୍ଟ୍ର ଧାରଣାକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ଉପସ୍ଥାପିତ ହୋଇଛି। ୧୯୪୮, ୧୯୭୫ ଓ ୧୯୯୨ ମସିହାରେ ସଂଘକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ, କପୁର କମିଶନ୍ ସଂଘର ଗାନ୍ଧୀ ହତ୍ୟାରେ ଜଡିତତାକୁ ନାକାରା କରିଥିଲା। ୧୯୭୫ ରୁ ୧୯୭୭ ଯାଏଁ ଅନେକ ସ୍ୱୟଂସେବକ ଜେଲ ଯାଇଥିବା ମଧ୍ୟ ଉଲ୍ଲେଖ ହୋଇଛି। ସଂଘ ପକ୍ଷରୁ ସମାଜମୂଖୀ କାର୍ଯ୍ୟକ୍ରମ, ଧର୍ମ ଆଧାରିତ ରାଷ୍ଟ୍ର ଧାରଣା, ଗୋ-ଆଧାରିତ ସମାଜ, ପର୍ଯ୍ୟାବରଣ ସୁରକ୍ଷା ସହ ୬ଟି ପ୍ରମୁଖ କାର୍ଯ୍ୟକ୍ରମ ଚାଲିଥିବା କୁହାଯାଇଛି। “ସିନ୍ଧୁ ନଦୀଠାରୁ ସିନ୍ଧୁ ସାଗର ପର୍ଯ୍ୟନ୍ତ ଥିବା ଭୂଭାଗରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିନ୍ଦୁ” ବୋଲି ଧାରଣା ମଧ୍ୟ ଉପସ୍ଥାପିତ ହୋଇଛି। ମହମ୍ମଦ ଇକବାଲଙ୍କ “ସାରେ ଜହାଁ ସେ ଅଚ୍ଛା” ଉଦ୍ଧୃତ କରି ଭାରତର ଅବିନାଶୀ ସଂସ୍କୃତିକୁ ଉଲ୍ଲେଖ କରାଯାଇଛି। ୟୁନାନ ପରି ଅନେକ ଦେଶ ନଷ୍ଟ ହୋଇଯାଇଥିଲେ ମଧ୍ୟ ଭାରତ ଆଜିଯାଏଁ ଅବିକଳ ରହିଥିବାର କାରଣ ହେଉଛି ଏହାର ଆଧ୍ୟାତ୍ମିକ ଶକ୍ତି ବୋଲି କୁହାଯାଇଛି। “ଆତ୍ମଭୂତ୍ ସର୍ବଭୂତେଷୁ” ଧାରଣା ଅନୁଯାୟୀ ସମସ୍ତଙ୍କ ସହ ମିଳିମିଶି ରହିବା, ସମନ୍ୱୟରେ ଚାଲିବା ଓ ବୁଝାମଣାରେ ଜୀବନ ଯାପନ କରିବାକୁ ଆହ୍ୱାନ ଦିଆଯାଇଛି। ୧୯୮୯ ମସିହାରେ ଭାରତର ପରିବାର ବ୍ୟବସ୍ଥାକୁ ବିଶ୍ୱ ସମ୍ମୁଖରେ ଆଣିବା ଆବଶ୍ୟକତା ଉଲ୍ଲେଖ ହୋଇଥିଲା। ୨୦୧୪ ପରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଅବସରରେ ବିଭିନ୍ନ ଦେଶର ପ୍ରମୁଖ ବ୍ୟକ୍ତିଙ୍କ ଉପସ୍ଥିତି ଭାରତର ବଢ଼ୁଥିବା ବିଶ୍ୱ ପ୍ରଭାବକୁ ପ୍ରକାଶ କରୁଛି। ସମାଜରେ ସଂସ୍କୃତି ନିଷ୍ଠ ମୂଲ୍ୟବୋଧକୁ ଶକ୍ତିଶାଳୀ କରିବା ପାଇଁ ତ୍ୟାଗ, ସଂଯମ ଓ କୃତଜ୍ଞତାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
    4
    ମାଲକାନଗିରି, (ରାମ କୃଷ୍ଣ ଚୌଧୁରୀ): ଭାରତର ଐତିହାସିକ ପରିପ୍ରେକ୍ଷ୍ୟରେ ବିଭିନ୍ନ ଆକ୍ରମଣ ଓ ସାମାଜିକ ପରିବର୍ତ୍ତନର ମଧ୍ୟରେ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ୧୭୭୭ ମସିହାରେ ସାଧୁ-ସନ୍ତମାନଙ୍କ ଆନ୍ଦୋଳନରୁ ଆରମ୍ଭ କରି ୧୮୫୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଓ ୧୮୫୮ ପରେ ରାଣୀ ଭିକ୍ଟୋରିଆଙ୍କ ଶାସନ ପର୍ଯ୍ୟନ୍ତ ଭାରତ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଛି।
୧୮୮୫ ମସିହାରେ ଜାତୀୟ କଂଗ୍ରେସର ଆରମ୍ଭ ଓ ୧୯୨୦ ପରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଭାରତୀୟମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷ୍ୟରେ ଡ଼ଃ ହେଡଗେୱାର ହିନ୍ଦୁ ସମାଜର ଜାଗରଣର ଆବଶ୍ୟକତାକୁ ଅନୁଭବ କରି ୧୯୨୫ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା କରିଥିଲେ।
ଇତିହାସରେ ପ୍ରଥମ ବିଦେଶୀ ଆକ୍ରମଣ ଆଲେକଜାଣ୍ଡରଙ୍କ ଦ୍ୱାରା ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଗ୍ରୀକ, ହୁଣ, ଆଫଗାନ, ତୁର୍କ, ମଙ୍ଗୋଳ ଓ ଶେଷରେ ଇଂରେଜମାନଙ୍କ ଆକ୍ରମଣ ଭାରତକୁ ପ୍ରଭାବିତ କରିଥିଲା। ୧୨୦୦ ମସିହାରେ ମହମ୍ମଦ ଘୋରୀ ଓ ପୃଥ୍ୱୀରାଜ ଚୌହାନଙ୍କ ଯୁଦ୍ଧ ମଧ୍ୟ ଏହି ପରିପ୍ରେକ୍ଷ୍ୟର ଅଂଶ ଥିଲା।
ଏହି ସମସ୍ତ ଆକ୍ରମଣର ଫଳରେ ସମାଜ ଅସଂଗଠିତ ହୋଇପଡ଼ିଥିବା ମତ ପ୍ରକାଶ ପାଇଛି। ଏହିପରି ସ୍ଥିତିରେ ବ୍ୟକ୍ତିତ୍ୱ ଗଢ଼ନ, ହିନ୍ଦୁତ୍ୱ ଓ ହିନ୍ଦୁରାଷ୍ଟ୍ର ଧାରଣାକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ଉପସ୍ଥାପିତ ହୋଇଛି।
୧୯୪୮, ୧୯୭୫ ଓ ୧୯୯୨ ମସିହାରେ ସଂଘକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ, କପୁର କମିଶନ୍ ସଂଘର ଗାନ୍ଧୀ ହତ୍ୟାରେ ଜଡିତତାକୁ ନାକାରା କରିଥିଲା। ୧୯୭୫ ରୁ ୧୯୭୭ ଯାଏଁ ଅନେକ ସ୍ୱୟଂସେବକ ଜେଲ ଯାଇଥିବା ମଧ୍ୟ ଉଲ୍ଲେଖ ହୋଇଛି।
ସଂଘ ପକ୍ଷରୁ ସମାଜମୂଖୀ କାର୍ଯ୍ୟକ୍ରମ, ଧର୍ମ ଆଧାରିତ ରାଷ୍ଟ୍ର ଧାରଣା, ଗୋ-ଆଧାରିତ ସମାଜ, ପର୍ଯ୍ୟାବରଣ ସୁରକ୍ଷା ସହ ୬ଟି ପ୍ରମୁଖ କାର୍ଯ୍ୟକ୍ରମ ଚାଲିଥିବା କୁହାଯାଇଛି।
“ସିନ୍ଧୁ ନଦୀଠାରୁ ସିନ୍ଧୁ ସାଗର ପର୍ଯ୍ୟନ୍ତ ଥିବା ଭୂଭାଗରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିନ୍ଦୁ” ବୋଲି ଧାରଣା ମଧ୍ୟ ଉପସ୍ଥାପିତ ହୋଇଛି। ମହମ୍ମଦ ଇକବାଲଙ୍କ “ସାରେ ଜହାଁ ସେ ଅଚ୍ଛା” ଉଦ୍ଧୃତ କରି ଭାରତର ଅବିନାଶୀ ସଂସ୍କୃତିକୁ ଉଲ୍ଲେଖ କରାଯାଇଛି।
ୟୁନାନ ପରି ଅନେକ ଦେଶ ନଷ୍ଟ ହୋଇଯାଇଥିଲେ ମଧ୍ୟ ଭାରତ ଆଜିଯାଏଁ ଅବିକଳ ରହିଥିବାର କାରଣ ହେଉଛି ଏହାର ଆଧ୍ୟାତ୍ମିକ ଶକ୍ତି ବୋଲି କୁହାଯାଇଛି। “ଆତ୍ମଭୂତ୍ ସର୍ବଭୂତେଷୁ” ଧାରଣା ଅନୁଯାୟୀ ସମସ୍ତଙ୍କ ସହ ମିଳିମିଶି ରହିବା, ସମନ୍ୱୟରେ ଚାଲିବା ଓ ବୁଝାମଣାରେ ଜୀବନ ଯାପନ କରିବାକୁ ଆହ୍ୱାନ ଦିଆଯାଇଛି।
୧୯୮୯ ମସିହାରେ ଭାରତର ପରିବାର ବ୍ୟବସ୍ଥାକୁ ବିଶ୍ୱ ସମ୍ମୁଖରେ ଆଣିବା ଆବଶ୍ୟକତା ଉଲ୍ଲେଖ ହୋଇଥିଲା। ୨୦୧୪ ପରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଅବସରରେ ବିଭିନ୍ନ ଦେଶର ପ୍ରମୁଖ ବ୍ୟକ୍ତିଙ୍କ ଉପସ୍ଥିତି ଭାରତର ବଢ଼ୁଥିବା ବିଶ୍ୱ ପ୍ରଭାବକୁ ପ୍ରକାଶ କରୁଛି।
ସମାଜରେ ସଂସ୍କୃତି ନିଷ୍ଠ ମୂଲ୍ୟବୋଧକୁ ଶକ୍ତିଶାଳୀ କରିବା ପାଇଁ ତ୍ୟାଗ, ସଂଯମ ଓ କୃତଜ୍ଞତାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
  • ତା.18/04/2026 ରିଖ ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି।ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା।ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା।ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ।ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ନାରୀ ମାନଙ୍କ ପ୍ରତିଭାର ବିକାଶ ରାଷ୍ଟ୍ର ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କର ଶକ୍ତି ଓ ସାମର୍ଥ୍ୟ ର ପରିପ୍ରକାଶ ଘଟିଛି।ଏହାକୁ ଅଧିକ ଋଦ୍ଧିମନ୍ତ ସହ ସେମାନଙ୍କ ଅଧିକାର, କର୍ତ୍ତବ୍ୟ, ଶକ୍ତି ଓ ସମ୍ଭାବନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ରେ ଏହିଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ଚଳିତ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ପୁରୀ ଜିଲ୍ଲାର ଟିନା ରଥ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଖୋ ଖୋ ଖେଳର ମୁଖ୍ୟ ଜାତୀୟ କୋଚ ସଞ୍ଜୀବ କୁମାର ଶର୍ମା, ସର୍ବ ଭାରତୀୟ ଖୋଖୋ ସଂଘର ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଟିନା ରଥ ଙ୍କ ପିତାମାତା ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କ ଶକ୍ତି,ପ୍ରତିଭା ଓ ଉତଥାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଚେତନତା ଲକ୍ଷ୍ୟ ରେ ସ୍ବାକ୍ଷର ଅଭିଯାନରେ ପ୍ରତ୍ୟେକ ସ୍ବାକ୍ଷର କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ତା.18/04/2026 ରିଖ ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି।ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା।ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା।ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ।ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ନାରୀ ମାନଙ୍କ ପ୍ରତିଭାର ବିକାଶ ରାଷ୍ଟ୍ର ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କର ଶକ୍ତି ଓ ସାମର୍ଥ୍ୟ ର ପରିପ୍ରକାଶ ଘଟିଛି।ଏହାକୁ ଅଧିକ ଋଦ୍ଧିମନ୍ତ ସହ ସେମାନଙ୍କ ଅଧିକାର, କର୍ତ୍ତବ୍ୟ, ଶକ୍ତି ଓ ସମ୍ଭାବନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ରେ ଏହିଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ଚଳିତ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ପୁରୀ ଜିଲ୍ଲାର  ଟିନା ରଥ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଖୋ ଖୋ ଖେଳର ମୁଖ୍ୟ ଜାତୀୟ କୋଚ ସଞ୍ଜୀବ କୁମାର ଶର୍ମା, ସର୍ବ ଭାରତୀୟ ଖୋଖୋ ସଂଘର ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଟିନା ରଥ ଙ୍କ ପିତାମାତା ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କ ଶକ୍ତି,ପ୍ରତିଭା ଓ ଉତଥାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଚେତନତା ଲକ୍ଷ୍ୟ ରେ ସ୍ବାକ୍ଷର ଅଭିଯାନରେ ପ୍ରତ୍ୟେକ ସ୍ବାକ୍ଷର କରିଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    21 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.