Shuru
Apke Nagar Ki App…
ମ, ରାମପୁର, କଳାହାଣ୍ଡି ଜିଲ୍ଲା ମ ରାମପୁର ଠାରେ ୨୦୮ ଆମ୍ବୁଲାନ୍ସ ଖତ ଖାଉଛି ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏଣୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ସଜାଡି ରୋଗୀ ସେବା ରେ ଲାଗିବା ପାଇଁ ସାଧାରଣ ରେ ଦାବି ହେଉଛି।
Uddhaba Panda
ମ, ରାମପୁର, କଳାହାଣ୍ଡି ଜିଲ୍ଲା ମ ରାମପୁର ଠାରେ ୨୦୮ ଆମ୍ବୁଲାନ୍ସ ଖତ ଖାଉଛି ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏଣୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ସଜାଡି ରୋଗୀ ସେବା ରେ ଲାଗିବା ପାଇଁ ସାଧାରଣ ରେ ଦାବି ହେଉଛି।
More news from ଓଡ଼ିଶା and nearby areas
- ମ, ରାମପୁର, କଳାହାଣ୍ଡି ଜିଲ୍ଲା ମ ରାମପୁର ଠାରେ ୨୦୮ ଆମ୍ବୁଲାନ୍ସ ଖତ ଖାଉଛି ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏଣୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ସଜାଡି ରୋଗୀ ସେବା ରେ ଲାଗିବା ପାଇଁ ସାଧାରଣ ରେ ଦାବି ହେଉଛି।1
- ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।1
- एंकर :- कलाहांडी जिले में सड़क की बदहाल स्थिति को लेकर ग्रामीणों में नाराजगी देखने को मिल रही है। सदरमहोकोमा क्षेत्र के ऊपरराचुगुड़ा बरड़ा पाड़ा को जोड़ने वाली सड़क लंबे समय से मरम्मत के अभाव में जर्जर हो चुकी है। सड़क पर जगह-जगह बड़े-बड़े गड्ढे बन गए हैं, जिससे लोगों को आवागमन में भारी परेशानियों का सामना करना पड़ रहा है। ग्रामीणों के अनुसार, पिछले कई वर्षों से इस सड़क की मरम्मत नहीं हुई है। बारिश के दौरान गड्ढों में पानी भर जाने से सड़क की स्थिति और भी खतरनाक हो जाती है। आए दिन बाइक और साइकिल सवारों को दुर्घटना का खतरा बना रहता है। सबसे ज्यादा परेशानी रात के समय और आपातकालीन स्थिति में होती है। एंबुलेंस के आवागमन में भी दिक्कत होने के कारण मरीजों और गर्भवती महिलाओं को परेशानी झेलनी पड़ती है। वहीं, स्कूली छात्र-छात्राओं, राहगीरों और किसानों को भी इसी सड़क से आने-जाने में काफी मुश्किलों का सामना करना पड़ रहा है। ग्रामीणों का कहना है कि सड़क ही ऊपरराचुगुड़ा बरड़ा पाड़ा के लोगों के लिए मुख्य आवागमन का साधन है और कोई वैकल्पिक रास्ता उपलब्ध नहीं है। सड़क की मरम्मत को लेकर स्थानीय पंचायत प्रतिनिधियों और ब्लॉक प्रशासन से कई बार गुहार लगाने के बावजूद अब तक कोई ठोस पहल नहीं हुई है। आखिरकार ग्रामीणों ने सड़क की समस्या को लेकर कलाहांडी जिलाधिकारी का ध्यान आकर्षित करते हुए लिखित शिकायत पत्र सौंपा है और जल्द से जल्द सड़क की मरम्मत कराने की मांग की है। अब देखना होगा कि ग्रामीणों की शिकायत पर प्रशासन कब तक कार्रवाई करता है और इस जर्जर सड़क की मरम्मत का काम कब शुरू होता है। कलाहांडी जिला से मानस कुमार नायक की रिपोर्ट, भारत समाचार।1
- अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन कालाहांडी, 02/09 : कालाहांडी जिले के सदर मुख्यालय अंतर्गत अपर राटूगुड़ा बरड़ापड़ा को जोड़ने वाली मुख्य सड़क लंबे समय से मरम्मत के अभाव में अत्यंत जर्जर हो चुकी है। सड़क पर बने बड़े-बड़े गड्ढों के कारण जनजीवन और आवागमन पूरी तरह से प्रभावित हो रहा है। विशेष रूप से बारिश के मौसम में इन गड्ढों में पानी भर जाने से अक्सर बाइक और साइकिल दुर्घटनाएं हो रही हैं। गांव की जीवनरेखा मानी जाने वाली इस सड़क का कोई अन्य वैकल्पिक रास्ता नहीं है, जिससे मरीजों, गर्भवती महिलाओं, स्कूली बच्चों और एम्बुलेंस की आवाजाही में भारी परेशानी आ रही है। स्थानीय पंचायत और ब्लॉक प्रशासन से कोई मदद न मिलने पर अंततः ग्रामीणों ने सड़क मरम्मत की मांग को लेकर जिलाधिकारी को लिखित शिकायत सौंपी है। कालाहांडी से लक्ष्मण बनुआ की रिपोर्ट1
- ଜଳବାୟୁ ସହନଶୀଳ ଜିଲ୍ଲା ହେବ ନୂଆପଡ଼ା : ADAPT4R ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ନେଇ DPIC -2 ବୈଠକ। ନୂଆପଡ଼ା -୦୨/୦୯- ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ସହ ଜିଲ୍ଲାର ତୃଣମୂଳସ୍ତରରେ ସହନଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ନୂଆପଡ଼ାରେ ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପକୁ ଆହୁରି ଗତିଶୀଳ କରାଯାଉଛି। ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମୀକ୍ଷା ନେଇ ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ଜଳବାୟୁ ସହନଶୀଳ କରିବା, Last Mile Climate Services (LMCS), Climate Adaptation and Inclusive Communities (CAICs) ସହିତ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧିକାରୀ ତଥା ଖଡ଼ିଆଳ DFO ଅଜିଜ ଖାନ୍ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ। ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। 🎯 ହିତାଧିକାରୀଙ୍କ ପାଖରେ ପହଞ୍ଚୁ ସମସ୍ତ ସୁବିଧା। ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ଯୋଜନା ଓ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଶତପ୍ରତିଶତ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ବିଭାଗୀୟ ସମନ୍ୱୟ ବଢ଼ାଇବା ସହ ଆବଶ୍ୟକ ସ୍ଥଳରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜନସଚେତନତା ଏବଂ ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କ ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। 🌍 ‘କ୍ଲାଇମେଟ୍ ରେଜିଲିଏଣ୍ଟ୍ ମଡେଲ୍ ଡିଷ୍ଟ୍ରିକ୍ଟ’ ହେବ ନୂଆପଡ଼ା। ନିୟମିତ ନିରୀକ୍ଷଣ, ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକର ସକ୍ରିୟ ସମନ୍ୱୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ମଡେଲ୍ ଜିଲ୍ଲା’ ଭାବେ ଗଢ଼ିତୋଳିବା ଆଡାପ୍ଟ-୪-ଆର୍ ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମଡେଲ୍କୁ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଲକ୍ଷ୍ୟ ରହିଛି। ବୈଠକରେ DFO, ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଶ୍ରମ, ଜଳସମ୍ପଦ, କଲ୍ୟାଣ, ଓଡ଼ିଶା ଜୀବିକା ମିଶନ, NABARD, LDM, KVK-ନୂଆପଡ଼ା, ବନ ବିଭାଗ ସମେତ ବୋଡେ଼ନ ଓ ଖଡ଼ିଆଳ ବ୍ଲକର BDOମାନେ ଉପସ୍ଥିତ ଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା AJSA-Indiaର କର୍ମଚାରୀ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ର SPMU କର୍ମଚାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ଏହାସହ WFP ନୂଆଦିଲ୍ଲୀର NPMU ଟିମ୍ ଏବଂ WFP ଓଡ଼ିଶା ମୁଖ୍ୟାଳୟ, ଭୁବନେଶ୍ୱରର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ଲୋକଙ୍କ ଜୀବିକା, ସମ୍ପତ୍ତି ଓ ଜୀବନକୁ ଅଧିକ ସୁରକ୍ଷିତ ଓ ସହନଶୀଳ କରିବା ଦିଗରେ ଆଡାପ୍ଟ-୪-ଆର୍ ପ୍ରକଳ୍ପ ନୂଆପଡ଼ା ପାଇଁ ଏକ ନୂଆ ଆଶାର ଦିଗ ଖୋଲିବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା।2
- ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।1
- କଣ୍ଟାମାଳ ବ୍ଲକ ଘିକୁଣ୍ଡି ସ୍କୁଲ ରେ ଠିକ୍ ଭାବରେ ଶିକ୍ଷକ ଆସି ପାଠ ପଢ଼ାଉନଥିବା ଅଭିଯୋଗ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଜଣାଇଥିଲେ ବି ଫଳ ଶୂନ ।4
- ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ ଉତ୍ସବ ମ. ରାମପୁର, ୦୨/୦୯, କଳାହାଣ୍ଡି ଜ଼ିଲା ଏମ. ରାମପୁର ସହର ତଳସାଗର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଏକନବ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ଓ ୩ ଗୋଟି ଶୌଚାଳୟ ଉଦଘାଟନ ହେଇ ଯାଇଛି. କଳାହାଣ୍ଡି ଜ଼ିଲା ଶିକ୍ଷା ବିଭାଗ ଜ଼ିଲା ଅତିରିକ୍ତ ଜ଼ିଲା ଶିକ୍ଷା ଅଧିକାରୀ ତପି ମଣି ଜାନି ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ. ଏହି ଉପେଲକ୍ଷେ ଆୟୋଜିତ ଛାତ୍ରୀ ଛାତ୍ର ସଭା ରେ ସଂସ୍କାର ଯୁକ୍ତ କାର୍ଯ୍ୟ ପାଈଁ ଉପଯୁକ୍ତ ପରିବେଶ ରେ ଶିକ୍ଷା ଗ୍ରହଣ ଆବଶ୍ୟକ ବୋଲି ଦିଗଦର୍ଶନ ପ୍ରଦାନ କରିଥିଲେ. ଆୟୋଜିତ ସଭା ରେ ଉକ୍ତ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ଖମାରି ସଭାପତିତ୍ୱ କରିଥିଲେ. ଉକ୍ତ ସଭାରେ ବିଇଓ ପବିତ୍ର ଗଡତିଆ, ଏବିଇଓ ଜୟସେନ ନିଆଲ, ସିଆରସିସି ରାଜୀବ କୁମାର, ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁବେର ମହାଖୁଡ଼, ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ ଦାସ, ସାମାଜିକ କର୍ମୀ ଶଶି ଭୂଷଣ ପ୍ରହରାଜ ପ୍ରମୁଖ ମଂଚାସୀନ ହେଇ ଶିକ୍ଷା ଶିକ୍ଷକ ଶିକ୍ଷାୟତନ ବିଷୟକ ମନ୍ତବ୍ୟ ପ୍ରଦାନ କରିଥିଲେ. ଶର୍ମିଷ୍ଠା ମୁଣ୍ଡ, କବିତା ସାହୁ , ପ୍ରକାଶିନି ନାଏକ ପ୍ରମୁଖ ଶିକ୍ଷୟତ୍ରୀ ସ୍ୱାଗତ, ପୁଷ୍ପ ଗୁଚ୍ଛ ପ୍ରଦାନ, ଉତ୍ତରୀୟ ପ୍ରଦାନ ଆଦି କାର୍ଯ୍ୟ ରେ ସହଯୋଗ କରିଥିଲେ. NB- Attach with photo ୧.-ମଂଚାସୀନ ଅତିଥି, ଏଡ଼ିଓ ଙ୍କ ଅଭିଭାଷଣ.୨ ଓ ୩ ଏ ବିଇ ଓ, ବିଇଓ ଉପସ୍ଥିତି ରେ ଏ ଡ଼ି ଇ ଓ ଫିତା କାଟି ନୂତନ ଶ୍ରେଣୀ ଗୃହ ଉଦଘାଟନ କରୁଛନ୍ତି।1