ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଧୁନିକ ଜ୍ଞାନକୌଶଳ ଓ ଗୁଣବତ୍ତା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱ ଇଂଜିନିୟରମାନେ ବିକାଶର କର୍ଣ୍ଣଧାର : ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ୱର ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବର୍ତ୍ତମାନ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ୨୦୩୬ ସୁଦ୍ଧା ଆମେ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଥିବାବେଳେ କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ଉନ୍ନତ ଭିତ୍ତିଭୂମି ବିନା ବିକଶିତ ରାଜ୍ୟ ତଥା ବିକଶିତ ଦେଶ ଗଠନର ସ୍ୱପ୍ନ ପୂରଣ କେବେ ବି ସମ୍ଭବ ନୁହେଁ । ତେଣୁ ଆଧୁନିକ ଜ୍ଞାନକୌଶଳର ଭରପୂର ଉପଯୋଗ ଏବଂ ନିର୍ମାଣର ଗୁଣବତ୍ତାକୁ ଗୁରୁତ୍ୱ ଦେଇ ଆମେ ଏହି ଲକ୍ଷ୍ୟ ପୂରଣ କରିପାରିବା ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଆଜି ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସରକାର ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣର ଲକ୍ଷ୍ୟ ରଖିଛନ୍ତି । ଏଣୁ ବଡ଼ ବଡ଼ ସହରରେ ଆପଣା ଯାଉଥିବା ଶ୍ରେଷ୍ଠ ନିର୍ମାଣ ପଦ୍ଧତିକୁ ଓଡ଼ିଶାରେ କାର୍ଯ୍ୟକ୍ଷମ କରିବା ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଫଳରେ ଆଗାମୀ ଦିନରେ ବିଭିନ୍ନ ରାସ୍ତରେ ଭିଡ଼ ନିୟନ୍ତ୍ରଣ କରିବା ସହ ରାସ୍ତାଗୁଡ଼ିକର ନିୟମିତ ମରାମତି କରାଯାଇ ଖାଲଖମା ମୁକ୍ତ ହୋଇପାରିବ । ଆଜିର ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ । ଉନ୍ନତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଇଂଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଗଭୀର ଅଧ୍ୟୟନ ସହ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରୁ ଜ୍ଞାନ ଆହରଣ କରି ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ରାଜ୍ୟର ବିକାଶ ଯାତ୍ରାରେ ସହଭାଗୀ ହୋଇପାରିବେ । ନବନିଯୁକ୍ତ ଇଂଜିନିୟରମାନେ ସାଧୁତା ଓ ସମୟାନୁବର୍ତ୍ତିତାର ସହ କର୍ତ୍ତବ୍ୟ ନିର୍ବାହ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଲେ ଯେ ରାଜ୍ୟର ପ୍ରକୃତ ବିକାଶ ସାଧନ କରିବାକୁ ହେଲେ ଗ୍ରାମାଞ୍ଚଳରୁ ଆରମ୍ଭ କରି ବଡ଼ ବଡ଼ ସହର ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ । ରାସ୍ତାଘାଟ ଓ ସେତୁ ନିର୍ମାଣ କ୍ଷେତ୍ରରେ ନୂଆ କୌଶଳ ଓ ଜ୍ଞାନକୁ ଭରପୂର ଉପଯୋଗ କରିବାକୁ ପଡ଼ିବ । ବର୍ତ୍ତମାନ ନୂଆକରି ନିଯୁକ୍ତି ପାଇଥିବା ଯନ୍ତ୍ରୀଙ୍କ ନିକଟରେ ଅନେକ ଦକ୍ଷତା ରହିଛି । ତେଣୁ ଏହି ତାଲିମ କାର୍ଯ୍ୟକ୍ରମରୁ ନିଜ ଦକ୍ଷତାକୁ ଅଧିକ ଶାଣିତ କରିବା ସହ ଇଂଜିନିୟରମାନେ ରାଜ୍ୟ ବିକାଶରେ କର୍ଣ୍ଣଧାର ସାଜିବେ ବୋଲି ସେ କହିଥିଲେ । ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ସମାରୋହରେ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ସତ୍ୟବ୍ରତ ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Gagan Bhoi1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- Olden Warriors Play, Kerela.1
- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି1
- मध्य प्रदेश के रीवा जिले से चौंकाने वाली खबर सामने आई है. दरअसल दबंगों ने दो महिलाओं को यहां जिंदा जमीन में दफन कर दिया. ये दो महिलाएं निजी जमीन पर सड़क निर्माण का विरोध कर रही थीं. हालांकि, दोनों महिलाओं को समय रहते बाहर निकाल लिया गया.1
- ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ1