Shuru
Apke Nagar Ki App…
୧୨ ତାରିଖ ଭାରତ ବନ୍ଦ ପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ୧୨ ତାରିଖ ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ଦେଇଛି । ଏଥିପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରଖିବାକୁ ଏହି ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।
Manas Ranjan Kar
୧୨ ତାରିଖ ଭାରତ ବନ୍ଦ ପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ୧୨ ତାରିଖ ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ଦେଇଛି । ଏଥିପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରଖିବାକୁ ଏହି ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।
More news from ଓଡ଼ିଶା and nearby areas
- ହଜ୍ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା1
- ଆଭାଷୀ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କୁ ସଚେତନା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ଗନ୍ତାଘର କରିବା ଦିଗରେ କର୍ତ୍ତବ୍ୟ, ଦାପ୍ତା, ମତ୍ସ୍ୟ ବିଭାଗ ଓ ରିଲଏନ୍ସ ଫାଉଣ୍ଡେସନର ମିଳିତ ପ୍ରୟାସରେ କର୍ତ୍ତବ୍ୟ, ଦାପ୍ତା, ଜିଲ୍ଲା ମତ୍ସ୍ୟ ବିଭାଗ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଭାଷୀ ମାଧ୍ୟମରେ ଚାଷୀଙ୍କୁ ସଚେତନା କରିବା ଭଳି ଏକ ଅଭିନଵ ପ୍ରୟାସ କରାଯାଇଛି। କଳାହାଣ୍ଡି ଜିଲ୍ଲାର 1102 ଜଣ ମତ୍ସ୍ୟ ଚାଷୀ 13 ଟି ବ୍ଲକର 244 ଗ୍ରାମରୁ ଯୋଗଦାନ କରିଥିଲେ। ଯେଉଁଥିରେ 998 ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମତ୍ସ୍ୟ ଚାଷୀ ଓ 4 ଜଣ ପୁରୁଷ ଚାଷୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମତ୍ସ୍ୟ ଉଦ୍ୟୋଗୀ ଭାବେ ଗଢି ତୋଳିବା ଉପରେ ପୋଖରୀ ଚୟନ ଓ ସଫା ସୁତୁରା Ph ଟେଷ୍ଟ, ପ୍ଳାକଂଟନ ଟେଷ୍ଟ ଖାଦ୍ୟ ପରିଚାଳନା ରୋଗ ପରିଚାଳନା, ମତ୍ସ୍ୟ ବିଭାଗ ଦ୍ୱାରା ଯୋଗାଈ ଦିଆଯାଉଥିବା ସହାୟତା ରାଶି ଉପରେ ଗୁରୁତ୍ୱ ଆରୋପ କରି ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠି, ଶ୍ରୀମତୀ ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ପଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ,ସୁଶୀଲ କୁମାର ବେହେରା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ, ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରକଳ୍ପ ପରିଚାଲକ,ଅଶୋକ ମିଶ୍ର ଓ ଚନ୍ଦନ ଖାଡ଼ଙ୍ଗା ରିଲାଏନ୍ସ ଫାଉଣ୍ଡେସନ ଓ ଶ୍ରୀ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ, ହୃଦାନନ୍ଦ ମାଝୀ ମତ୍ସ୍ୟ ଚାମ୍ପିୟନ ଦାପ୍ତା ଉପସ୍ଥିତ ରହି ନିଜନିଜ ର ଅଭିଜ୍ଞତା ପ୍ରକାଶ କରି ମତ୍ସ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ମତ୍ସ୍ୟ ଚାଷୀ ଭାବେ ସମସ୍ତେ ଏକତ୍ରିତ ହୋଇ ମିଳିତ ଭାବରେ ଆସନ୍ନ ମାନ ସମସ୍ତ ସମସ୍ୟା ର ସମାଧାନ କରି କଳାହାଣ୍ଡି କୁ ସତ୍ସ୍ୟ ଗନ୍ତାଘର କରିବା ଦିଗରେ ପ୍ରଚେଷ୍ଟିତ କରିବେ ଓ ଘରୋଇ ତଥା ସଂଗଠନ ର ଆର୍ଥିକ ସ୍ଥିତି କୁ ସୁଦୃଢ କରି ନିଜକୁ ସ୍ୱୟଂ ସିଦ୍ଧ ମତ୍ସ୍ୟ ଉଦ୍ୟୋଗୀ ଭାବେ ସମଗ୍ର ଓଡିଶା ପ୍ରଦେଶ ରେ ସୁନାମ ଅର୍ଜନ କରିବା ଦିଗରେ ପ୍ରଶିକ୍ଷଣ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ କୁ ବିକାଶ ଚନ୍ଦ୍ର ଚଣ୍ଡୀ ମତ୍ସ୍ୟ ଚାମ୍ପିୟନ କର୍ତ୍ତବ୍ୟ ସହଯୋଗ କରିଥିଲେ।କଳାହାଣ୍ଡି କୋକସରା ରିତେଶ କୁମାର ମୁଣ୍ଡ ରିପୋର୍ଟ, ପଲିଟିକାଲ ଖଟି ଓଡିଶା2
- କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।1
- ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡ:-10.02.2026-ଆଜି ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭ ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ | ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ । ଆହୁରି ମଧ୍ୟ ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି । ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି ।4
- ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ୧୨ ଦଫା ଦାବି ଉଠାଇଲା ଶ୍ରମିକ ସମନ୍ୱୟ ସମିତି2
- ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ1
- ମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁମା ଲଙ୍କେଶ୍ବରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗା ଗୁଡା ମିଳିତ ଆନୁକୂଲ୍ୟରେ ୭ମ ଦିବାସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହେଇଚି l ବୋବରିଆ କୁ ୦. ୩ ଗୋଲ ରେ ହରାଇ ଧନସରା ବିଜୟୀ ହେଇ ସେମି ଫାଇନାଲ ପ୍ରବେଶ କରିଛି l କୋକସରା ବ୍ଲକ ଟେମରା ପାଞ୍ଚୟତ ବୋବରିଆ ଗ୍ରାମରେ ଫୂଟବଲ ପଡିଆ ଠାରେ ମା ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଆନୁକୂଲ୍ୟ ରେ ଗତ 9ତାରିଖ ଦିନ ସୋମବାର ରୁଚାଲି ଥିବା ସପ୍ତଦିବସିୟ ଫୁଟବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଉଦଘାଟନୀ ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ,କୋଷାଧକ୍ଷ ସଂଜୀବ ମାଝୀ, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଖେଳ ଟି ବୋବରିଆ ଓ଼ ଧନସରା ଦଳ ମଧ୍ୟ ରେ ରେ ରୋମାଞ୍ଚ କର ଖେଳ ଅନୁଷ୍ଠିତ ହୋଇଥିଲା l ଟେମରା ସରପଞ୍ଚ କ୍ଷିତିସ ପାତ୍ର ଙ୍କ ସଭପାତି ତ୍ୱ ଅନୁଷ୍ଠିତ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ପୁରନ୍ଦର ପୂଝରୀ ମୁଖ୍ୟ ବକ୍ତା ଭାବେ କିଶୋର ନାଏକ,,ହୃଷିକେଶ ଖମାରି ପ୍ରମୁଖ ଯୋଗଦେଇ ଥିଲେ l ଖେଳ ପରିଚାଳନରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିକିଲ ନାଏକ,ଖେଳାଳି ଖେଲ ପରିଚାଲନ କରିଥିଲେ l ନୀଳମ୍ବର ଛାତ୍ରିଆ,ବାଷ୍ଣୁ ନାଏକ, ସଞ୍ଜୟ ମାଝୀ, ନୀଳମଣି ମାଝୀ,ରୁଦ୍ର ପ୍ରସାଦ ମାଝୀ,ପ୍ରକଶ ପୁଝା ରି, ଋଷିମଣୀ ଲଦୁଆ, ସତ୍ୟ ପ୍ରକାଶ ପ୍ରମୁଖ ମାଝୀ ଯୁବକସଙ୍ଘ ର କର୍ମ କର୍ତ୍ତା ସହ ଯୋଗ କରିଥଲେ ଜଗମୋହନ ମାଝୀ ଧରାବିବରୀଣି ପ୍ରଦାନ କରି ଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡ ପଲିଟିକାଲ ଖଟି4
- ଜଙ୍ଗଲ ଆଗ୍ନିକାଣ୍ଡ ସଚେତନତା ଓ ପ୍ରତିରୋଧକ ବ୍ୟବସ୍ଥା ନେଇ ବନ ବିଭାଗର ପଦକ୍ଷେପ1
- ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ । ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି,ଗଜପତି ଜିଲ୍ଲା ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ଵ କରିଥିଲେ । ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜଗାରକ୍ଷମ ମହିଳା ସିଲେଇ ଉଦ୍ୟୋଗୀ ହୋଇପାରିବେ ତାହା ବୁଝା ଯାଇ ଥିଲା ଏବଂ "ମହିଳା ସିଲେଇ ଶିକ୍ଷା ପ୍ରମାଣ ପତ୍ର" ମଧ୍ୟ ବଣ୍ଟନ କରାଯାଇ ଥିଲା l ଏହି ସଭାରେ ଅନୁଷ୍ଠାନର ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l1