ଦେଉଳବେଡା ଠାରେ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ପ୍ରସ୍ତୁତି ବୈଠକ ତାଳଚେର:- ତାଳଚେରର ଅଗ୍ରଣୀ ସ୍ବେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ପକ୍ଷରୁ ଦେଉଳବେଡା ଠାରେ ଏକ ପ୍ରସ୍ତୁତି ବୈଠକ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର ପରିଡା ଅଧ୍ୟକ୍ଷତା କରୁଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର ଆଗାମୀ ସେପ୍ଟେମ୍ବର ମାସ ୫ ତାରିଖ ଗୁରୁଦିବସ ଅବସରରେ ଗୁରୁ ପୁଜନ ଓ ପ୍ରତିଭା ସମ୍ମାନ ଉତ୍ସଵ କୁ କିପରି ପାଳନ କରାଯିବ ଏଵଂ ଏହି ଅନୁଷ୍ଠାନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥଲେ l ଅନୁଷ୍ଠାନ ଦୀର୍ଘ ୨୪ବର୍ଷରେ ପଦାର୍ପଣ କରି ନିଜର କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସମ୍ପାଦନ କରି ଦିନକୁ ଦିନ ଏହାର ଅଧିକ ଗୁରୁତ୍ବ ବଢ଼ୁ ଥିବାରୁ ଏହାର ଶ୍ରେୟ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଦେଇଥିଲେ ଏଵଂ ଚଳିତ ବର୍ଷ ମଧ୍ଯ ପୁର୍ବ ବର୍ଷ ମାନଙ୍କ ପରି ଅବସରପ୍ରାପ୍ତ ଶିକ୍ଷାଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅଞ୍ଚଳର ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ଯ ସମ୍ବର୍ଦ୍ଧନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ମାଟ୍ରିକ ଓ ଉଚ୍ଚ ଶିକ୍ଷାରେ ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଉଚ୍ଚ ମାନର ଶିକ୍ଷା ଲାଭ ପାଇଁ ସଫଳତା ଅର୍ଜନ କରିଥିବା ପ୍ରତିଭା ସମ୍ପନ୍ନ ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଅନୁଷ୍ଠାନ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାରେ ସମ୍ବର୍ଦ୍ଧନା ଓ ପୂଜ୍ୟପୂଜାକୁ ସମ୍ମାନ ଦେଇ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ଶ୍ରୀ ସାହୁ ଖୁସିବ୍ୟକ୍ତ କରିଥିଲେ l ଅନୁଷ୍ଠାନ ସାଧାରଣ ସମ୍ପାଦକ ଇଁ ରମେଶ ଚନ୍ଦ୍ର ବେହେରା ସଂପାଦକୀୟ ବିବରଣୀ ଦେଇଥିବା ବେଳେ କୋଷାଧ୍ୟକ୍ଷ ସଞ୍ଜୟ ସାହୁ ଆୟ ବ୍ୟୟ ର ହିସାବ ପ୍ରଦାନ କରିଥିଲେ l ଅନ୍ୟତମ ମଂଚାସୀନ ପୁରାତନ ସଦସ୍ୟ ମୁରଲୀ ଧର ସାହୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ଉପାଦେୟ ପ୍ରସ୍ତାବ ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ସରୋଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ଅନୁଗୋଳ, କଣିହାଁ, ଖମାର, ପାଲଲହଡ଼ା, ଢେ଼ଙ୍କାନାଳ, ପରଜଙ୍ଗ ଅଞ୍ଚଳରୁ ଶତାଧିକ ଅନୁଷ୍ଠାନର ସଦସ୍ୟ/ ସଦସ୍ୟା ମାନେ ଯୋଗ ଦେଇ ନିଜର ସୂଚିନ୍ତିତ ମତାମତ ପ୍ରଦାନ କରିଥିଲେ l

- ଢେଙ୍କାନାଳ ବାହୁଡା଼ ଯାତ୍ରା ଶେଷ ଦିନ ରେ କଳାକାର ଙ୍କ ଦ୍ଵାରା ଭାବପୂର୍ଣ୍ଣ କଳା ପଦର୍ଶନ1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- 🙏🙏🙏କର୍ତ୍ତ୍ୟବ୍ୟ ପରାୟଣ 🙏🙏🙏 ନିଷ୍ଠା ଓ ଭକ୍ତି ସତମାର୍ଗ ର ବ୍ୟକ୍ତି କେବେ ହାରି ନ ଥାଏ 🙏🙏🙏1
- ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।3
- ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି। ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*1
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- ହଂସପାଳ ଛକ କୁଆଖାଇ ନଦୀ ବ୍ରିଜ ଉପରୁ ପାଣିକୁ ଡେଇଁଲେ ଯୁବତୀ। ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ହଟାତ୍ ବ୍ରିଜ୍ ଉପରୁ ନଦୀ କୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନା କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପାହାଳ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ବହୁତ୍ ସମୟ ଖୋଜାଖୋଜି କରିଥିଲେ।ରାତି ହୋଇଯିବା ସହ କୁଆଖାଇ ନଦୀ ର ସ୍ରୋତ ପ୍ରଖର ଥିବାରୁ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଅଗ୍ନିଶମ ବାହିନୀ। ଯୁବତୀ ନଦୀ ସ୍ରୋତ ରେ ଭାସି ଭାସି ଦୟାନଦୀ କିମ୍ବା କୁଶଭଦ୍ରା ନଦୀ ମୁହାଣ କୁ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପୁଣି ସକାଳୁ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି।1