ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ନିମ୍ବ ଗଛପଡି ରାସ୍ତା ଅବରୋଧ: ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ନିମ୍ବ ଗଛପଡି ରାସ୍ତା ଅବରୋଧ: ଭୋଗରାଇ, ୩୧/୭ ବାଲେଶ୍ଵର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତ ଅଧୀନ ନାଫରାଇ ହାଟରୁ ଭୂୟାଁସାହି ନାଫରାଇ ମଧ୍ୟଦେଇ ଫୁଲବାଣୀ ସଂଯୋଗ କରୁଥିବା ରାସ୍ତାର ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ଏକ ୧୦୦ବର୍ଷରୁ ଉର୍ଦ୍ଧ୍ବ ପୁରାତନ ନିମ୍ବଗଛ ଲଘୁଚାପ ବର୍ଷା ପ୍ରଭାବରେ ଓପାଡି ରାସ୍ତା ଅବରୋଧ ହୋଇଛି । ଯାହା ଫଳରେ ସ୍ଥାନୀୟ ଅଧିବାସୀ ମାନେ ନାଫରାଇ ହାଟ ଓ ପିଲାମାନେ ଶଙ୍ଖାରୀ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ ଓ୍ବାର୍ଡ ସଦସ୍ୟ ବନମାଳୀ ପ୍ରଧାନଙ୍କୁ ଅବଗତ କରାଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ଉପରୁ ଗଛ କଟାଯିବାର ବ୍ୟବସ୍ଥା କରାଯାଉଛି ଏବଂ ଏହା ଠାକୁରାଣୀଙ୍କ ଆଶ୍ରିତ ଗଛ ହୋଇଥିବାରୁ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇ ଠାକୁରାଣୀଙ୍କ କାର୍ଯ୍ୟରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି ।
ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ନିମ୍ବ ଗଛପଡି ରାସ୍ତା ଅବରୋଧ: ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ନିମ୍ବ ଗଛପଡି ରାସ୍ତା ଅବରୋଧ: ଭୋଗରାଇ, ୩୧/୭ ବାଲେଶ୍ଵର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତ ଅଧୀନ ନାଫରାଇ ହାଟରୁ ଭୂୟାଁସାହି ନାଫରାଇ ମଧ୍ୟଦେଇ ଫୁଲବାଣୀ ସଂଯୋଗ କରୁଥିବା ରାସ୍ତାର ନଅଣି ନାଫରାଇ ଚଣ୍ଡୀ ମନ୍ଦିର ଠାରେ ଏକ ୧୦୦ବର୍ଷରୁ ଉର୍ଦ୍ଧ୍ବ ପୁରାତନ ନିମ୍ବଗଛ ଲଘୁଚାପ ବର୍ଷା ପ୍ରଭାବରେ ଓପାଡି ରାସ୍ତା ଅବରୋଧ ହୋଇଛି । ଯାହା ଫଳରେ ସ୍ଥାନୀୟ ଅଧିବାସୀ ମାନେ ନାଫରାଇ ହାଟ ଓ ପିଲାମାନେ ଶଙ୍ଖାରୀ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ ଓ୍ବାର୍ଡ ସଦସ୍ୟ ବନମାଳୀ ପ୍ରଧାନଙ୍କୁ ଅବଗତ କରାଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ଉପରୁ ଗଛ କଟାଯିବାର ବ୍ୟବସ୍ଥା କରାଯାଉଛି ଏବଂ ଏହା ଠାକୁରାଣୀଙ୍କ ଆଶ୍ରିତ ଗଛ ହୋଇଥିବାରୁ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇ ଠାକୁରାଣୀଙ୍କ କାର୍ଯ୍ୟରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି ।
- ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।1
- ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ1
- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପଂଚାୟତ ଦେପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ1
- ସ୍ୱପ୍ନା ପାର୍ଲର haladipalସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏 ସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏2
- ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି। ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।” ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।1
- ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।1
- ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ସମ୍ବର୍ଦ୍ଧନା ସଭା : ଫୁଲବଣୀ,୩୧/୭(ଇମିସ) ଭୋଗରାଇ ବ୍ଲକର ଶଙ୍ଖରୀ ପଞ୍ଚାୟତ ଅଧୀନ ପିଏମ୍ ଶ୍ରୀ ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ ଶଙ୍ଖାରୀରେ ଶୁକ୍ରବାର ଶିକ୍ଷାୟତନର ତଥା ଭୋଗରାଇର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ, ସଂପୃକ୍ତ ବିଦ୍ୟାଳୟର ପ୍ରାକ୍ତନ ଓ ଏବର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଶିକ୍ଷା କର୍ମଚାରୀ ଗୀତାରାଣୀ ପରିଡ଼ାଙ୍କ ସେବାନିବୃତ ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆୟୋଜିତ ସଭାକୁ ପ୍ରଧାନ ଶିକ୍ଷକ ସୁନିଲ କୁମାର ଦତ୍ତ ପରିଚାଳନା କରିଥିବା ବେଳେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ହରେକୃଷ୍ଣ ବେହେରା, ପ୍ରାକ୍ତନ ଶିକ୍ଷକ ତଥା ଆଲୁମିନି ସଭାପତି ବିଜୟ କୁମାର ସିଂହ, ପ୍ରାକ୍ତନ ଶିକ୍ଷକ ରାଧାବିନୋଦ ଦାସ, ରାଧାଶ୍ୟାମ ଦାସ, ସ୍ବପନ କୁମାର ପଣ୍ଡା, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ମହେଶ୍ବର ଗିରି, ସମ୍ପାଦକ ଶାଶ୍ବତ କୁମାର ଜେନା,ଶଙ୍ଖାରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୁନା ହେମ୍ବ୍ରମ, ଏସ୍.ଏମ୍.ସି ସଭାପତି ଯୁଗଳ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୀପକ ଜେନା, ସୀମାନ୍ତ ମାନକୁଣ୍ଡାର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ଶିକ୍ଷକ ରାମକୃଷ୍ଣ ପାତ୍ର, ପ୍ରଦୀପ୍ତ କଟୁଆଳ, ଶିକ୍ଷାକର୍ମଚାରୀ ଅନନ୍ତ ପାତ୍ର, କାଳି କୁମାର ଜେନା, ପ୍ରାକ୍ତନ ଶିକ୍ଷକ ଶ୍ରୀପତି ସଁ, ପ୍ରାକ୍ତନ ଓ୍ବାର୍ଡ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ର ଜେନା ତଥା ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୀତାରାଣୀ ବିଦ୍ୟାଳୟକୁ କର୍ମଭୂମି ରୂପେ ଗ୍ରହଣ କରି ସୁଦୀର୍ଘ ୩୦ବର୍ଷ ନିରବଚ୍ଛିନ୍ନ ସେବା ମଧ୍ୟରେ ଦ୍ଵିଧାହୀନ କର୍ମ ତତ୍ପରତା, ଅକୁଣ୍ଠିତ ସୌହାର୍ଦ୍ଧ୍ୟତା ସ୍ନେହ - ପ୍ରେମ - ମମତାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଥିଲେ ବିନ୍ଧାଣୀ । ମେ ୩୧ତାରିଖରୁ ସେବାରୁ ନିବୃତ ରହିଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଇଶ୍ଵରଙ୍କ ଠାରେ ଜୀବନର ବାକିତକ ସମୟର ସୁସ୍ଥତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଧ୍ରୁବ ଚରଣ ପ୍ରଧାନ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ, ଶିକ୍ଷୟିତ୍ରୀ ଝରଣା ମାଝୀ ମଙ୍ଗଳା ଚରଣ, ଶିକ୍ଷକ ଦୀପକ ଦିଣ୍ଡା ମାନପତ୍ର ପଠନ ଓ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।3
- ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।1