Shuru
Apke Nagar Ki App…
ଓସି ପିଏଲ ବିସ୍ଥାପିତ ଙ୍କ ଧାରଣା
Papu prasad Singh
ଓସି ପିଏଲ ବିସ୍ଥାପିତ ଙ୍କ ଧାରଣା
- User9748Talasara, Sundargarh👌2 hrs ago
More news from ଓଡ଼ିଶା and nearby areas
- Post by Papu prasad Singh1
- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପସର ଆଜି ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମାର୍କେଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାୟୀ ସଭାପତି ଓ ଉପ-ସଭାପତି ଅନୁପସ୍ଥିତି ଥିବାରୁ ବୋର୍ଡ ଡାଇରେକ୍ଟର ଆଦି ପ୍ରସାଦ ମହକୁଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ ପଦାରବିନ୍ଦ ମହାପାତ୍ର ପୂର୍ବ ସାଧାରଣ ବୈଠକର ବିବରଣୀ ପଠନ କରିଥିବା ସହ ଆୟ ବ୍ୟୟ ପଠନ କରିଥିଲେ। ତେବେ ଏହି ଲ୍ୟାମ୍ପସରେ ପୂର୍ବରୁ ଦାୟିତ୍ୱରେ ଥିବା ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମିଶି ୨ କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା କଥା ବୈଠକରେ ଅଡିଟ ରିପୋର୍ଟ ପଠନ ବେଳେ ଜଣା ପଡ଼ିବା ପରେ ଚାଷୀ ସଭ୍ୟ ମାନେ ଉତ୍ୟକ୍ତ ହୋଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ନୀତିରେ ପୂର୍ବ ୨ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣକ ନାଁରେ ପ୍ରାୟ ୧ କୋଟି ୬୧ ଲକ୍ଷ ଟଙ୍କା ଅଡିଟ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୧ କୋଟି ୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ନେଇ ବୈଠକରେ ପଠନ କରିଥିଲେ। ଏଥି ସହ ସାର ବଣ୍ଟନରେ ଅନିୟମିତତା ଉପରେ ଚାଷୀ ସଭ୍ୟ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ମଣ୍ଡି ହ୍ୟାଣ୍ଡଳିଂ ବାବଦ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ମଧ୍ୟ ଅନୁରୂପ ଭାବେ ଅଧିକ ଖର୍ଚ୍ଚ ହୋଇଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମଞ୍ଚରେ ଏଆରସିଏସ ମନୋଜ ମହାନ୍ତ, ସମବାୟ ସମିତି ଶାଖା ପରିଚାଳକ ସିନୁରାଜ ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରକାଶ ମାଝୀ, ସରୋଜ ପ୍ରଧାନ ପ୍ରମୁଖ ପରିଚାଳନା କମିଟିର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ସଭ୍ୟଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ଦାନୀ, ଚୂଡାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଶିଶିର ପଟ୍ଟନାୟକ,, ହେମନ୍ତ ମହାକୁଳ, ସୁନିଲ ପ୍ରଧାନ, ସୁନିଲ ମହାକୁଳଙ୍କ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ସମାଧାନ ଓ ପ୍ରତିକାର କରିବା ପାଇଁ ଦାବି କରିଥିଲେ। ଯେଉଁ କର୍ମଚାରୀ ଦୁର୍ନୀତିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଦାୟୀତ୍ବ ପ୍ରଦାନ ନକରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।1
- ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଳିଗଲା କଣ୍ଟେନର-ବାଇକ୍; ୩ ବାଇକ୍ ଆରୋହୀ ମୃତ ଜମନକିରା,( ସନ୍ଧାନ ନ୍ୟୁଜ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ତୁମେରମୂଣ୍ଡା ନିକଟରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିବା ବେଳେ ଦୁର୍ଘଟଣା ପରେ ଉଭୟ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଘଟଣା ସଂକ୍ଷେପରେ: * ମୃତକ: ବୁଲୁ ଇଣା (୨୦, ଗଉଡପାଲି), ରାମନ୍ତ୍ରିତ ସିଂହ (୧୮, ବିଶ୍ଵାଳପାଲି) ଓ ସୁଜିତ ଲାଗ୍ୟ (୧୭, ପତ୍ରପାଲି)। * କେମିତି ଘଟିଲା: ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ୩ ଯୁବକ ଏକ ବାଇକ୍ (OD 15 AE 0245) ଯୋଗେ ଜମନକିରାରୁ ଏକ ବିବାହ ଉତ୍ସବକୁ ଫେରୁଥିଲେ। ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ କଣ୍ଟେନର (UP 86 T 3725) ସହ ସେମାନଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା। * ଉଦ୍ଧାର କାର୍ଯ୍ୟ: ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପୁଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ହୁତୁ ହୁତୁ ହୋଇ ଜଳିଲା ଗାଡ଼ି: ଦୁର୍ଘଟଣା ପରେ କଣ୍ଟେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବାଇକଟି କଣ୍ଟେନର ଚକ ତଳେ ଚାପି ହୋଇ ରହିଥିବାରୁ ସେଥିରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। > ଥାନା ଅଧିକାରୀଙ୍କ ସୂଚନା: "ଜମନକିରା ଥାନା ଆଇଆଇସି ସନ୍ତୋଷ ସ୍ମାଇଁଙ୍କ ସୂଚନା ଅନୁସାରେ, ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।" ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।2
- नवीन पटनायक ने केंद्र और राज्य सरकारों से मिडिल ईस्ट में भयंकर लड़ाई में फंसे ओडिया लोगों की सुरक्षित वापसी के लिए तुरंत कदम उठाने का अनुरोध किया है। #BJD4Odisha #BJDWithOdisha1
- Post by Ghana Shyam Rana Digital Art1
- Post by Mangulu Sahu1
- Post by Manoj Sahoo10
- ବାମରାରେ କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ: ଦଳୀୟ ସଂଗଠନକୁ ମଜବୁତ କରିବାକୁ ରଣନୀତି! ବାମରା (ସମ୍ବଲପୁର): ସମ୍ବଲପୁର ଜିଲ୍ଲା ବାମରା ଠାରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅମିତ ଗୁରୁଙ୍କ ସଭାପତିତ୍ତ୍ୱରେ ଆୟୋଜିତ ଏହି ସଭାରେ ବାମରା, କୁଚିଣ୍ଡା ଓ ଜମନକିରା ବ୍ଲକର ଶତାଧିକ କର୍ମୀ ଯୋଗଦେଇ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଛନ୍ତି। ସଭାର ମୁଖ୍ୟ ଆଲୋଚନା: ଐତିହାସିକ ଆଇନର ଚର୍ଚ୍ଚା: କଂଗ୍ରେସ ଶାସନ ସମୟର ଫସଲ ବୀମା, RTI, ପେସା ଆଇନ, ଖାଦ୍ୟ ସୁରକ୍ଷା ଏବଂ ମନରେଗା ଭଳି ଜନହିତକର ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି: ନୂତନ ବାମରା NAC ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଦଳୀୟ କର୍ମକର୍ତ୍ତାମାନେ ମତାମତ ଦେଇଥିଲେ। ନୂତନ ନିଯୁକ୍ତି: ସମିତି ସଭ୍ୟ ହାବିଲ ଏକ୍କାଙ୍କୁ ସର୍ବସମ୍ମତି କ୍ରମେ ବାମରା ବ୍ଲକ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପସ୍ଥିତ ଅତିଥି ଓ ନେତୃତ୍ୱ: ବରିଷ୍ଠ କର୍ମୀ ରବୀନ୍ଦ୍ର କୁମାର ନାଏକ ସଭା ପରିଚାଳନା କରିଥିବା ବେଳେ କେଦାରନାଥ ବରିହା (ପିସିସି ଏସଟି ସେଲ୍ ଉପ-ସଭାପତି), ଖତୁନାଥ ପିଙ୍ଗ, ଶରତ ଚନ୍ଦ୍ର ଗୌନ୍ତିଆ, ଡକ୍ଟର ଦିଲିପ ପଟେଲ, ଅଖିଲ ପ୍ରତାପ ସିଂ ଏବଂ ସଞ୍ଜିତ ଶର୍ମା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ହେମାନନ୍ଦ ସା, ସୁଧାଂଶୁ ଶେଖର ନାଏକ, ସୁଶାନ୍ତ ମାଝି, ନେତ୍ରାନନ୍ଦ ଦଣ୍ଡପାଟଙ୍କ ସମେତ ସେବା ଦଳ ଓ ମହିଳା କଂଗ୍ରେସର ଅନେକ ସଭ୍ୟ ଉପସ୍ଥିତ ରହି ଦଳକୁ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତ କମିଟି ଗଠନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।1