logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କ. ନୂଆଗାଁ ର ଆରାଧ୍ୟ ଦେବୀ ମାଁ ପାଟ୍ଟଖଣ୍ଡା ଙ୍କ ମନ୍ଦିରରେ କାନ୍ଦୁଲ ଯାତ୍ରା . କ.ନୂଆଗାଁର ଆରାଧ୍ୟ ଦେବୀ ମା' ପାଟ୍ଟଖଣ୍ଡାଙ୍କ ମନ୍ଦିରରେ କାନ୍ଦୁଲ ଯାତ୍ରା ଫୁଲବାଣୀ - କନ୍ଧମାଳ ଜିଲ୍ଲା କ.ନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବୀ ମାଆ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ଆଜି ମହା ସମାରୋହରେ ପାଳନ ହୋଇ ଯାଇଛି। ଏହି ଅଞ୍ଚଳରେ କାନ୍ଦୁଲ ଭଜା ଯାତ୍ରା ହେଉଛି ଶହଶହ ବର୍ଷର ପୁରୁଣା ପରମ୍ପରା। ଏହି ଯାତ୍ରା ପ୍ରତି ବର୍ଷ ଚୈତ୍ର ମାସର ମଙ୍ଗଳବାର ଦିନ ପାଳିତ ହୋଇଥାଏ। ମାଆ ପାଟ୍ଟଖଣ୍ଡାଙ୍କ ପ୍ରମୁଖ ପର୍ବ ଭାବେ ଅଞ୍ଚଳରେ ବିଦିତ ହୋଇ ଥ‌ିବା ବେଳେ ବର୍ଷର ପ୍ରଥମ ଉତ୍ପାଦିତ ନୂଆଁ କାନ୍ଦୁଲ,ଶିମ୍ବକୁ ଭାଜି ଗଜାମୁଆଁ, ପଣା, ନଡିଆ, ଧୂପ,ଦୀପ ନୈବେଦ୍ୟ ଓ ପଳାଶ ଫୁଲ, ମହୁଲ ଫୁଲ,ଧାଧୁନ ଫୁଲ,ଆମ୍ବ କଷି ଆଦି ମାଆ ପାଟ୍ଟଖଣ୍ଡା ଓ ଗ୍ରାମ ଦେବତୀ ମା ବରାଳ ଦେବୀଙ୍କୁ ଅର୍ପଣ କଲାପରେ ଘରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିଥାନ୍ତି। ଅଞ୍ଚଳର ମାନସିକଧାରୀ,ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଆଙ୍କ ନିକଟରେ ବିଭିନ୍ନ ଭୋଗ ଦେବାର ପ୍ରଥା କେଉଁ ପ୍ରାଚୀନ କାଳରୁ ଅଦ୍ୟାବଧୂ ରହି ଆସିଛି । କନ୍ଧମାଳର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ଏବଂ ଏହି ସର୍ବ ପ୍ରାଚୀନ ଗଣ ପର୍ବକୁ ସାର୍ବଜନୀନ କରିବା ପାଇଁ ମନ୍ଦିର ପରି ଚାଳନା କମିଟିର ମୂଖ୍ୟ ପୂଜକ ରଘୁନାଥ ପାତ୍ର,ପାଣିକର ପାତ୍ର, ଗୋଲକ ପାତ୍ର ଓ ପ୍ରତାପ କେଶରୀ ପାତ୍ର ବିଧୂ ପୂର୍ବକ ପୂଜା ଅର୍ଚ୍ଚନା କରିଥିଲେ।ଚଳିତ ବର୍ଷର ଯାତ୍ରାକୁ ଆଡ଼ମ୍ବରରେ ପାଳନ ପାଇଁ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବିଶିମାଝି, ବରିଷ୍ଠ କର୍ମକର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ,ରବିନ୍ଦ୍ର ଶତପଥୁ, ବିଭୁତି ଭୂଷଣ ଦଳପତି,ସଦାନନ୍ଦ ବିଶିମାଝି, ଚୈତନ୍ୟ ବିଷୋୟୀ ଓ କହ୍ନେଇ ବିଷୋୟୀଙ୍କ ସମେତ ପୁରୁଣା ନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବେ କାନ୍ଦୁଲ ଯାତ୍ରା ସମାପନ ହୋଇଥିଲା।

7 hrs ago
user_Baidyanath nayak
Baidyanath nayak
Agistment service ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
7 hrs ago
4e6a583d-b93e-4973-9a81-fa22aa6752d4

କ. ନୂଆଗାଁ ର ଆରାଧ୍ୟ ଦେବୀ ମାଁ ପାଟ୍ଟଖଣ୍ଡା ଙ୍କ ମନ୍ଦିରରେ କାନ୍ଦୁଲ ଯାତ୍ରା . କ.ନୂଆଗାଁର ଆରାଧ୍ୟ ଦେବୀ ମା' ପାଟ୍ଟଖଣ୍ଡାଙ୍କ ମନ୍ଦିରରେ କାନ୍ଦୁଲ ଯାତ୍ରା ଫୁଲବାଣୀ - କନ୍ଧମାଳ ଜିଲ୍ଲା କ.ନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବୀ ମାଆ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ଆଜି ମହା ସମାରୋହରେ ପାଳନ ହୋଇ ଯାଇଛି। ଏହି ଅଞ୍ଚଳରେ କାନ୍ଦୁଲ ଭଜା ଯାତ୍ରା ହେଉଛି ଶହଶହ ବର୍ଷର ପୁରୁଣା ପରମ୍ପରା। ଏହି ଯାତ୍ରା ପ୍ରତି ବର୍ଷ ଚୈତ୍ର ମାସର ମଙ୍ଗଳବାର ଦିନ ପାଳିତ ହୋଇଥାଏ। ମାଆ ପାଟ୍ଟଖଣ୍ଡାଙ୍କ ପ୍ରମୁଖ ପର୍ବ ଭାବେ ଅଞ୍ଚଳରେ ବିଦିତ ହୋଇ ଥ‌ିବା ବେଳେ ବର୍ଷର ପ୍ରଥମ ଉତ୍ପାଦିତ ନୂଆଁ କାନ୍ଦୁଲ,ଶିମ୍ବକୁ ଭାଜି ଗଜାମୁଆଁ, ପଣା, ନଡିଆ, ଧୂପ,ଦୀପ ନୈବେଦ୍ୟ ଓ ପଳାଶ ଫୁଲ, ମହୁଲ ଫୁଲ,ଧାଧୁନ ଫୁଲ,ଆମ୍ବ କଷି ଆଦି ମାଆ ପାଟ୍ଟଖଣ୍ଡା ଓ ଗ୍ରାମ ଦେବତୀ ମା ବରାଳ ଦେବୀଙ୍କୁ ଅର୍ପଣ କଲାପରେ ଘରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିଥାନ୍ତି। ଅଞ୍ଚଳର ମାନସିକଧାରୀ,ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଆଙ୍କ ନିକଟରେ ବିଭିନ୍ନ ଭୋଗ ଦେବାର ପ୍ରଥା କେଉଁ ପ୍ରାଚୀନ କାଳରୁ ଅଦ୍ୟାବଧୂ ରହି ଆସିଛି । କନ୍ଧମାଳର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ଏବଂ ଏହି ସର୍ବ ପ୍ରାଚୀନ ଗଣ ପର୍ବକୁ ସାର୍ବଜନୀନ କରିବା ପାଇଁ ମନ୍ଦିର ପରି ଚାଳନା କମିଟିର ମୂଖ୍ୟ ପୂଜକ ରଘୁନାଥ ପାତ୍ର,ପାଣିକର ପାତ୍ର, ଗୋଲକ ପାତ୍ର ଓ ପ୍ରତାପ କେଶରୀ ପାତ୍ର ବିଧୂ ପୂର୍ବକ ପୂଜା ଅର୍ଚ୍ଚନା କରିଥିଲେ।ଚଳିତ ବର୍ଷର ଯାତ୍ରାକୁ ଆଡ଼ମ୍ବରରେ ପାଳନ ପାଇଁ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବିଶିମାଝି, ବରିଷ୍ଠ କର୍ମକର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ,ରବିନ୍ଦ୍ର ଶତପଥୁ, ବିଭୁତି ଭୂଷଣ ଦଳପତି,ସଦାନନ୍ଦ ବିଶିମାଝି, ଚୈତନ୍ୟ ବିଷୋୟୀ ଓ କହ୍ନେଇ ବିଷୋୟୀଙ୍କ ସମେତ ପୁରୁଣା ନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବେ କାନ୍ଦୁଲ ଯାତ୍ରା ସମାପନ ହୋଇଥିଲା।

More news from ଓଡ଼ିଶା and nearby areas
  • ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    1
    ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    user_Wseta Digal
    Wseta Digal
    ରାଇକିଆ, କନ୍ଧମାଳ, ଓଡ଼ିଶା•
    20 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    21 hrs ago
  • This video is created purely for awareness. During a nature camp in a small village near Similipal, we witnessed the harsh reality of water scarcity. Many villagers struggle every day just to collect a single drop of water for their basic needs. Their daily life depends on limited natural sources, and sometimes they have to walk long distances to find water. At the same time, in towns and cities, many people still waste water without realizing its true value. What is easily available to some is a daily struggle for others. This video reminds us that water is life, and every drop is precious. We should respect nature’s resources and use water wisely to ensure a sustainable future for everyone. 💧 #water #waterindia #youth4waterindia #mountXplore
    1
    This video is created purely for awareness. During a nature camp in a small village near Similipal, we witnessed the harsh reality of water scarcity. Many villagers struggle every day just to collect a single drop of water for their basic needs. Their daily life depends on limited natural sources, and sometimes they have to walk long distances to find water.
At the same time, in towns and cities, many people still waste water without realizing its true value. What is easily available to some is a daily struggle for others.
This video reminds us that water is life, and every drop is precious. We should respect nature’s resources and use water wisely to ensure a sustainable future for everyone. 💧
#water 
#waterindia 
#youth4waterindia 
#mountXplore
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ ନିରୀହ ଦଳିତ ଯୋଗାଣ ସହାୟକ ଶ୍ରୀଯୁକ୍ତ ବିନୋଦ ଜଗଦଲା ଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଜାତିଆଣ ଆକ୍ଷେପ କରି କର୍ତ୍ତବ୍ୟରୁ ଛଟେଇ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା। ହସ୍ତଗତ ସୂଚନା ଅନୁସାରେ ଶ୍ରୀଯୁକ୍ତ ବିନୋଦ ଜଗଦଲା ପଞ୍ଚମହଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାର ଙ୍କ ଆଦେଶ ମୁତାବକ PDS ରେ ବଣ୍ଟନ ହେଉଥିବା ଚାଉଳ, ଗହମ, ତେଲ ଇତ୍ୟାଦି ସାମଗ୍ରୀ ସୂଚାରୁରୂପେ ବଣ୍ଟନ କରି ଆସୁଥିଲେ। ହେଲେ ବଡ଼ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା ଗ୍ରାମରେ ହେଉଥିବା ଗଣେଶ ପୂଜା କମିଟିକୁ ୨ କୁଇଣ୍ଟାଲ ଚାଉଳ ଓ କିରୋସିନ ଜାଳେଣି ୧୨ଲିଟର ଦେବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଯୋଗାଣ ସହାୟକ ନିରୁପାୟ ହୋଇ ଗଣେଶ ପୂଜା କମିଟିକୁ ୨କୁଇଣ୍ଟାଲ ଚାଉଳ ଓ ୧୨ଲିଟର କିରୋସିନ ଜାଳେଣି ଚାନ୍ଦା ଆକାରରେ ଦେବାକୁ ବାଧ୍ୟ ହୋଇଥିଲେ। ପରିତାପର ବିଷୟ କିଛି ଦିନ ପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ଆସି ଷ୍ଟକ ରୁମ ଚେକ କରିବାରୁ ଚାଉଳ ଓ କିରୋସିନ କମ ଥିବା ଦେଖିବାକୁ ପାଇଥିଲେ। ସରପଞ୍ଚ କୌଣସି ଲେଖା ନଦେଇ ମୌଖିକ ଭାବେ କହିଥିବାରୁ ଯୋଗାଣ ସହାୟକ ଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସଟ ହୋଇଥିବା ଚାଉଳ ଓ ତେଲ ତାଙ୍କ ଉପରେ ରିକଭରି କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଦେଲେ। ନିରୀହ ଅସହାୟ ଯୋଗାଣ ସହାୟକ ପ୍ରଶାସନ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବା ପରେ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଶ୍ରୟ ନେଇ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।ମାନ୍ୟବର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମହଲରେ ଥିବା ସମସ୍ତ ଅଧିକାରୀ ବିନୋଦଙ୍କୁ ନିର୍ଦ୍ଦୋଷ ପ୍ରମାଣ ପତ୍ର ଦେଇ ପୁନର୍ବାର ନିଯୁକ୍ତି ଦେବାପାଇଁ ଆଦେଶ ଦେଇଛନ୍ତି। ହେଲେ ଯୋଗାଣ ସହାୟକ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବାରୁ ସରପଞ୍ଚ ଅଶୋକ ପଣ୍ଡା ଆଜି କାଲି କହି ଶେଷରେ ଯୋଗାଣ ସହାୟକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ତୁ ଗଣ୍ଡା ଲୋକ ହୋଇଥିବାରୁ ମୁଁ ଅଶୋକ ପଣ୍ଡା ବଞ୍ଚିଥିବା ପର୍ଯ୍ୟନ୍ତ ତୋତେ ପଞ୍ଚାୟତରେ ନିଯୁକ୍ତି ଦେବି ନାହିଁ ତୁ ଯାହା କରିବା କଥା କରିଚାଲ ମୋ ଉପରେ ବଡ଼ ବଡ଼ ନେତା ମନ୍ତ୍ରୀ ଅଛନ୍ତି ବୋଲି ଧମକ ଦେଇଥିବା ଭଳି ସଙ୍ଗିନ୍ ଅଭିଯୋଗ ନେଇ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାନସିକ ଚିନ୍ତିତ ଓ ଭୟଭୀତ ହୋଇ ଏନେଇ ଯୋଗାଣ ସହାୟକ ବିନୋଦ ନିରୁପାୟ ହୋଇ ଉଲୁଣ୍ଡା ଥାନାରେ ଗତ ତା.୦୩/୦୩/୨୦୨୬ ରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଉଲୁଣ୍ଡା ପୋଲିସ ଆଜି ପର୍ଯ୍ୟନ୍ତ ଦୋଷୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏପରିକି ସରପଞ୍ଚ ପୁଣି ଆସି ଏତଲାକାରୀ ବିନୋଦ ଜଗଦଲା ଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କହୁଛି ତୁ ମୋର କିଛି ଉପାଡି ପାରିବୁ ନାହିଁ ବୋଲି କହୁଛନ୍ତି। ଏତଲାକାରୀଙ୍କ ପ୍ରତିକ୍ରିୟା ଅନୁସାରେ ମାନ୍ୟବର ଉଚ୍ଚତମ ନ୍ୟାୟାଧୀଶ ଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ କହି କ୍ଷୋଭ ପ୍ରକାଶ କରିଛନ୍ତି।
    1
    ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ ନିରୀହ ଦଳିତ ଯୋଗାଣ ସହାୟକ ଶ୍ରୀଯୁକ୍ତ ବିନୋଦ ଜଗଦଲା ଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଜାତିଆଣ ଆକ୍ଷେପ କରି କର୍ତ୍ତବ୍ୟରୁ ଛଟେଇ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା। ହସ୍ତଗତ ସୂଚନା ଅନୁସାରେ ଶ୍ରୀଯୁକ୍ତ ବିନୋଦ ଜଗଦଲା ପଞ୍ଚମହଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାର ଙ୍କ ଆଦେଶ ମୁତାବକ PDS ରେ ବଣ୍ଟନ ହେଉଥିବା ଚାଉଳ, ଗହମ, ତେଲ ଇତ୍ୟାଦି ସାମଗ୍ରୀ ସୂଚାରୁରୂପେ ବଣ୍ଟନ କରି ଆସୁଥିଲେ। ହେଲେ ବଡ଼ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା ଗ୍ରାମରେ ହେଉଥିବା ଗଣେଶ ପୂଜା କମିଟିକୁ ୨ କୁଇଣ୍ଟାଲ ଚାଉଳ ଓ କିରୋସିନ ଜାଳେଣି ୧୨ଲିଟର ଦେବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଯୋଗାଣ ସହାୟକ ନିରୁପାୟ ହୋଇ ଗଣେଶ ପୂଜା କମିଟିକୁ ୨କୁଇଣ୍ଟାଲ ଚାଉଳ ଓ ୧୨ଲିଟର କିରୋସିନ ଜାଳେଣି ଚାନ୍ଦା ଆକାରରେ ଦେବାକୁ ବାଧ୍ୟ ହୋଇଥିଲେ। ପରିତାପର ବିଷୟ କିଛି ଦିନ ପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ଆସି ଷ୍ଟକ ରୁମ ଚେକ କରିବାରୁ ଚାଉଳ ଓ କିରୋସିନ କମ ଥିବା ଦେଖିବାକୁ ପାଇଥିଲେ।  ସରପଞ୍ଚ କୌଣସି ଲେଖା ନଦେଇ ମୌଖିକ ଭାବେ କହିଥିବାରୁ ଯୋଗାଣ ସହାୟକ ଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସଟ ହୋଇଥିବା ଚାଉଳ ଓ ତେଲ ତାଙ୍କ ଉପରେ ରିକଭରି କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଦେଲେ। ନିରୀହ ଅସହାୟ ଯୋଗାଣ ସହାୟକ ପ୍ରଶାସନ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବା ପରେ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଶ୍ରୟ ନେଇ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।ମାନ୍ୟବର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମହଲରେ ଥିବା ସମସ୍ତ ଅଧିକାରୀ ବିନୋଦଙ୍କୁ ନିର୍ଦ୍ଦୋଷ ପ୍ରମାଣ ପତ୍ର ଦେଇ ପୁନର୍ବାର ନିଯୁକ୍ତି ଦେବାପାଇଁ ଆଦେଶ ଦେଇଛନ୍ତି। ହେଲେ ଯୋଗାଣ ସହାୟକ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବାରୁ ସରପଞ୍ଚ ଅଶୋକ ପଣ୍ଡା ଆଜି କାଲି କହି ଶେଷରେ ଯୋଗାଣ ସହାୟକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ତୁ ଗଣ୍ଡା ଲୋକ ହୋଇଥିବାରୁ ମୁଁ ଅଶୋକ ପଣ୍ଡା ବଞ୍ଚିଥିବା ପର୍ଯ୍ୟନ୍ତ ତୋତେ ପଞ୍ଚାୟତରେ ନିଯୁକ୍ତି ଦେବି ନାହିଁ ତୁ ଯାହା କରିବା କଥା କରିଚାଲ ମୋ ଉପରେ ବଡ଼ ବଡ଼ ନେତା ମନ୍ତ୍ରୀ ଅଛନ୍ତି ବୋଲି ଧମକ ଦେଇଥିବା ଭଳି ସଙ୍ଗିନ୍ ଅଭିଯୋଗ ନେଇ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାନସିକ ଚିନ୍ତିତ ଓ ଭୟଭୀତ ହୋଇ ଏନେଇ ଯୋଗାଣ ସହାୟକ ବିନୋଦ ନିରୁପାୟ ହୋଇ ଉଲୁଣ୍ଡା ଥାନାରେ ଗତ ତା.୦୩/୦୩/୨୦୨୬ ରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଉଲୁଣ୍ଡା ପୋଲିସ ଆଜି ପର୍ଯ୍ୟନ୍ତ ଦୋଷୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏପରିକି ସରପଞ୍ଚ ପୁଣି ଆସି ଏତଲାକାରୀ ବିନୋଦ ଜଗଦଲା ଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କହୁଛି ତୁ ମୋର କିଛି ଉପାଡି ପାରିବୁ ନାହିଁ ବୋଲି କହୁଛନ୍ତି। ଏତଲାକାରୀଙ୍କ ପ୍ରତିକ୍ରିୟା ଅନୁସାରେ ମାନ୍ୟବର ଉଚ୍ଚତମ ନ୍ୟାୟାଧୀଶ ଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ କହି କ୍ଷୋଭ ପ୍ରକାଶ କରିଛନ୍ତି।
    user_BAHUJAN ADHIKAR
    BAHUJAN ADHIKAR
    ଜଗୁଆଳି Sonapur, Sonepur•
    7 hrs ago
  • ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    1
    ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    15 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.