ମୁଖ୍ୟମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଚିଠି ଉତ୍କଳ ବିଶ୍ବବିଦ୍ୟାଳୟ ତଥା ଗ୍ରାମୀଣ କଲେଜ କ୍ୟାମ୍ପସକୁ ତୁରନ୍ତ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ୍ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ର ଦ୍ଵିତୀୟ ତଥା ଗ୍ରାମୀଣ କ୍ୟାମ୍ପସ କୁ ତୁରନ୍ତ କାର୍ୟ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି, ଶ୍ରୀ ସାମଲ ତାଙ୍କ ଚିଠି ମାଧ୍ୟମ ରେ ଉଲ୍ଲେଖ କରିଛନ୍ତି ଯେ ଗତ ସରକାର ସମୟ ରେ ନିଷ୍ପତ୍ତି ନିଆଯାଇଥିଲା ଯେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ଏକ ଗ୍ରାମୀଣ କ୍ୟାମ୍ପସ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ସିହା ଠାରେ ନିର୍ମାଣ କରିବା ପାଇଁ। ଶିକ୍ଷା କ୍ଷେତ୍ର ରେ ଏହା ନିହାତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଏହି ନିଷ୍ପତ୍ତି ତତ୍କାଳୀନ ସରକାର ନେବା ପରେ ଉକ୍ତ ଅଞ୍ଚଳ ରେ ରାଜ୍ୟ ସରକାର ପଚାଶ ଏକର ର ରୁ ଉର୍ଦ୍ଧ ଜମି ମଧ୍ୟ ଯୋଗାଇ ଦେବା ସହ ପାଖାପାଖି ତିନିଶହ କୋଟି ରୁ ଉର୍ଦ୍ଧ ଟଙ୍କା ର ବ୍ୟୟ ଅଟକଳ ମଧ୍ୟ କରିଥିଲେ, ସେତେବେଳ ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ୨୦୧୭ ମସିହା ଜୁଲାଇ ମାସ ୩୧ ତାରିଖ ରେ ଶିଳାନ୍ୟାସ କରିବା ପରେ ନିର୍ମାଣ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଥିଲା , ଗ୍ରାମୀଣ ବିଶ୍ଵବିଦ୍ୟାଳୟ ର ନିର୍ମାଣ କାର୍ୟ୍ୟ ଶେଷ ହେବା ପର୍ୟ୍ୟନ୍ତ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଶିକ୍ଷାଦାନ କରାଯାଉଥିଲା, ଯେଉଁ ଠାରେ କି ୨୦୧୮ ମସିହା ରୁ ବିଏସି ନର୍ସିଂ, ଏମବିଏ, ଏମଏସଡବ୍ଲୁ ଓ ଏମପିଏଚ ବିଭାଗରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ପାଞ୍ଚ ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରୁଥିଲେ, ତଥ୍ୟ ଅନୁସାରେ ବିଶ୍ଵବିଦ୍ୟାଳୟ ର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବା ସ୍ଥଳେ ପାଖ ପାଖି ବିଗତ ଦେଢ଼ ବର୍ଷ ହେଵ ନାମ ଲେଖା ସହ ପାଠ ପଢା ମଧ୍ୟ ବନ୍ଦ ରହିଛି ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷ ରୁ କୌଣସି ବିଭାଗରେ ନାମ ଲେଖା ମଧ୍ୟ କରାଯାଇ ନାହିଁ, ଅତ୍ୟନ୍ତ ଦୁଃଖ ଏବଂ ପରିତାପ ର ବିଷୟ ଏହିକି ଯେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଗ୍ରାମୀଣ କ୍ୟାମ୍ପସ ର କୋଠାଘର ଗୁଡ଼ିକ ଆଜି ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ି ରହିଛି, ସେଥି ପ୍ରତି ବର୍ତ୍ତମାନ ର ରାଜ୍ୟ ସରକାଙ୍କଠାରୁ ଆରମ୍ଭ କରି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଙ୍କ ପର୍ୟ୍ୟନ୍ତ ସମସ୍ତେ ସମ୍ପୂର୍ଣ୍ଣ ଭାବରେ ନୀରବ ଦ୍ରଷ୍ଟା ପାଲଟିଛନ୍ତି, ଉକ୍ତ ସ୍ଥାନ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଗ୍ରାମୀଣ କ୍ୟାମ୍ପସ କାର୍ୟ୍ୟକ୍ଷମ ହେଲେ ସେଠାରେ ଏକ ଶୈଖିକ ବାତାବରଣ ସୃଷ୍ଟି ହେବା ସହ ରାଜ୍ୟ ର ବିଭିନ୍ନ ଜିଲ୍ଲା ର ଛାତ୍ର ଛାତ୍ରୀ ମାନେ ଉଚ୍ଚଶିକ୍ଷା ପ୍ରାପ୍ତ ନିମନ୍ତେ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ, ଶ୍ରୀ ସାମଲ ଏହି ପତ୍ର ମାଧ୍ୟମ ରେ ଦାବୀ କରିଛନ୍ତି ଯେ ରାଜନୈତିକ ମତଭେଦ ରୁ ଉର୍ଦ୍ଧ ରେ ରହି ସରକାରୀ ରଜକୋଷ ର ଅର୍ଥ ର ଅପବ୍ୟୟ ନ ହେବା କୁ ଦେଇ ଯଥା ଶୀଘ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ର ଗ୍ରାମୀଣ କ୍ୟାମ୍ପସ କୁ ଉକ୍ତ ସ୍ଥାନ ରେ ତୁରନ୍ତ କାର୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ।

- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Gagan Bhoi1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- Olden Warriors Play, Kerela.1
- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି1
- मध्य प्रदेश के रीवा जिले से चौंकाने वाली खबर सामने आई है. दरअसल दबंगों ने दो महिलाओं को यहां जिंदा जमीन में दफन कर दिया. ये दो महिलाएं निजी जमीन पर सड़क निर्माण का विरोध कर रही थीं. हालांकि, दोनों महिलाओं को समय रहते बाहर निकाल लिया गया.1
- ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ1