ସୁବର୍ଣ୍ଣରେଖା ନଦୀର ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ କଲେ ସାଂସଦ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଜଳେଶ୍ୱର ବ୍ଲକର ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ଲଗାତାର ପ୍ରବଳ ବର୍ଷା ଏବଂ ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଅନେକ ପରିବାରଙ୍କୁ ଚିହ୍ନଟ କରାଯାଇ ସାମୂହିକ ଭାବେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା କ୍ରମେ ବାଲେଶ୍ୱରର ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଏହି ରିଲିଫ୍ ସାମଗ୍ରୀ 500 ପାରିବାର କୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ପ୍ୟାକେଟ୍ରେ ଚୁଡ଼ା, ଚାଉଳ, ଅଟା, ଖାଇବା ତେଲ, ଡାଲି, ବିସ୍କୁଟ, ମହମବତୀ, ସାବୁନ, ଦିଆସିଲି, ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ଓ ଉପଯୋଗୀ ସାମଗ୍ରୀ ସମ୍ମିଳିତ ରହିଛି। ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଏବେ ମଧ୍ୟ ଅନେକ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି। କାଦୁଅ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଘରୋଇ ସମସ୍ୟା ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏଭଳି ଦୁର୍ଦ୍ଦିନରେ ସେମାନଙ୍କ ଆବଶ୍ୟକତାକୁ ବୁଝି ଏହି ସହାୟତା ପହଞ୍ଚାଇବାର ଏକ ଛୋଟ ପ୍ରୟାସ କରାଯାଇଛି। ବିପଦ ସମୟରେ ଲୋକଙ୍କ ସହ ଠିଆ ହେବା ହିଁ ଆମର ପ୍ରଥମ କର୍ତ୍ତବ୍ୟ। ବନ୍ୟା ପ୍ରଭାବିତ ପରିବାରମାନଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଆମର ପ୍ରୟାସ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ। ଏହି ସେବାମୂଳକ କାର୍ଯ୍ୟରେ ଜଳେଶ୍ୱରର ବରିଷ୍ଠ ବିଜେପି ନେତା ଶ୍ରୀ ବ୍ରଜ ମୋହନ ପ୍ରଧାନ, ବିର୍ଲା ଟାୟାରର ବରିଷ୍ଠ ଅଧିକାରୀ, ପଶ୍ଚିମବାଡ଼ ମଣ୍ଡଳ ସଭାପତି ଶ୍ରୀ ବିଜୟ ସାମଲ, ବିଜେପି ଯୁବ ନେତା ଶ୍ରୀ କାଳୀଚରଣ ଦାସ, ଜଳେଶ୍ୱର ନଗର ମଣ୍ଡଳ ସଭାପତି ଶ୍ରୀ ଶିବ ନାରାୟଣ ଦାସ ମହାପାତ୍ର, ରାଜେଶ ଖଟୁଆ, ତାପସ ପାଣିଗ୍ରାହୀ, ରଞ୍ଜିତ ପାତ୍ର, ଦିବ୍ୟେନ୍ଦୁ ଦେ, ଶଙ୍କର ମହାଳିକ, ଗୌତ୍ତମ ମାଝୀଙ୍କ ସମେତ ଗ୍ରାମ ପଞ୍ଚାୟତର ଉପ-ସଭାପତି ଶ୍ରୀ ଜୟନ୍ତ ଗିରି, ରଞ୍ଜନ ଜେନା, ବ୍ରଜେନ୍ଦ୍ର ଗିରି, ଅନିରୋଧ ଜେନା, ପ୍ରଦୀପ ମାଝୀ, ସଂଗ୍ରାମ କେଶରୀ ସିଂହ, ରାଜୀବ ଗିରି, ଚନ୍ଦନ ମହାଳିକ ଓ କାଳୀଚରଣ କାମିଳା ଙ୍କ ତତ୍ତ୍ୱାବଧାନରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ସୁବର୍ଣ୍ଣରେଖା ନଦୀର ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ କଲେ ସାଂସଦ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଜଳେଶ୍ୱର ବ୍ଲକର ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ଲଗାତାର ପ୍ରବଳ ବର୍ଷା ଏବଂ ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଅନେକ ପରିବାରଙ୍କୁ ଚିହ୍ନଟ କରାଯାଇ ସାମୂହିକ ଭାବେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା କ୍ରମେ ବାଲେଶ୍ୱରର ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଏହି ରିଲିଫ୍ ସାମଗ୍ରୀ 500 ପାରିବାର କୁ ଯୋଗାଇ ଦିଆଯାଇଛି।
ପ୍ରତ୍ୟେକ ପ୍ୟାକେଟ୍ରେ ଚୁଡ଼ା, ଚାଉଳ, ଅଟା, ଖାଇବା ତେଲ, ଡାଲି, ବିସ୍କୁଟ, ମହମବତୀ, ସାବୁନ, ଦିଆସିଲି, ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ଓ ଉପଯୋଗୀ ସାମଗ୍ରୀ ସମ୍ମିଳିତ ରହିଛି। ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଏବେ ମଧ୍ୟ ଅନେକ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି। କାଦୁଅ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଘରୋଇ ସମସ୍ୟା ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏଭଳି ଦୁର୍ଦ୍ଦିନରେ ସେମାନଙ୍କ ଆବଶ୍ୟକତାକୁ ବୁଝି ଏହି
ସହାୟତା ପହଞ୍ଚାଇବାର ଏକ ଛୋଟ ପ୍ରୟାସ କରାଯାଇଛି। ବିପଦ ସମୟରେ ଲୋକଙ୍କ ସହ ଠିଆ ହେବା ହିଁ ଆମର ପ୍ରଥମ କର୍ତ୍ତବ୍ୟ। ବନ୍ୟା ପ୍ରଭାବିତ ପରିବାରମାନଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଆମର ପ୍ରୟାସ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ। ଏହି ସେବାମୂଳକ କାର୍ଯ୍ୟରେ ଜଳେଶ୍ୱରର ବରିଷ୍ଠ ବିଜେପି ନେତା ଶ୍ରୀ ବ୍ରଜ ମୋହନ ପ୍ରଧାନ, ବିର୍ଲା ଟାୟାରର ବରିଷ୍ଠ ଅଧିକାରୀ, ପଶ୍ଚିମବାଡ଼ ମଣ୍ଡଳ ସଭାପତି ଶ୍ରୀ ବିଜୟ ସାମଲ, ବିଜେପି ଯୁବ ନେତା ଶ୍ରୀ
କାଳୀଚରଣ ଦାସ, ଜଳେଶ୍ୱର ନଗର ମଣ୍ଡଳ ସଭାପତି ଶ୍ରୀ ଶିବ ନାରାୟଣ ଦାସ ମହାପାତ୍ର, ରାଜେଶ ଖଟୁଆ, ତାପସ ପାଣିଗ୍ରାହୀ, ରଞ୍ଜିତ ପାତ୍ର, ଦିବ୍ୟେନ୍ଦୁ ଦେ, ଶଙ୍କର ମହାଳିକ, ଗୌତ୍ତମ ମାଝୀଙ୍କ ସମେତ ଗ୍ରାମ ପଞ୍ଚାୟତର ଉପ-ସଭାପତି ଶ୍ରୀ ଜୟନ୍ତ ଗିରି, ରଞ୍ଜନ ଜେନା, ବ୍ରଜେନ୍ଦ୍ର ଗିରି, ଅନିରୋଧ ଜେନା, ପ୍ରଦୀପ ମାଝୀ, ସଂଗ୍ରାମ କେଶରୀ ସିଂହ, ରାଜୀବ ଗିରି, ଚନ୍ଦନ ମହାଳିକ ଓ କାଳୀଚରଣ କାମିଳା ଙ୍କ ତତ୍ତ୍ୱାବଧାନରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।
- ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ! ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।1
- ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ1
- ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l1
- ତାତିଲେ ସୁଭଦ୍ରା ମା, ଅଟକାଇଲେ ମଦ ଗାଡ଼ି।ଅବକାରୀ ବିଭାଗ ଯାହା କରି ପାରିଲା ନାହିଁ, ତାହା କରି ଦେଖାଇଲେ ମହିଳା।1
- #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।1
- ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ1
- ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis1
- ତୀର୍ଥଯାତ୍ରୀ ବସ ଧକ୍କାରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ, ଚାରି ଆହତ l ସିମୁଳିଆ, ବିଳମ୍ବିତ ରାତିରେ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଉଥିବା ତୀର୍ଥଯାତ୍ରୀ ବସ୍ ଧକ୍କାରେ ଦୁଇଟି କାର କ୍ଷତିଗ୍ରସ୍ତ, 4 ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲ ଭର୍ତ୍ତି l ବସରେ ଥିବା 50ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ପଛପଟୁ ଦୁଇଟି କାରକୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କାରରେ ଥିବା 4ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ଜଣାଯାଇଛି l1