୧୫୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାଳଚେରବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ ତାଳଚେର:-ତାଳଚେରରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ୱେ ଅଂଚଳବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଳଚେର ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ବର୍ତମାନ ସ୍ଥିତିରେ ତାପମାତ୍ରାରେ ସର୍ବ ଭାରତୀୟ ସ୍ତରରେ ଏକ ନମ୍ବର ଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଚଳିତ ବର୍ଷ ତାଳଚେର ଉପଖଣ୍ଡର ତାଳଚେର ବ୍ଲକ, କଣିହାଁ ବ୍ଲକ, ତାଳଚେର ପୌର ପରିଷଦ ଅଂଚଳରେ ପାନୀୟ ଜଳର ଘୋର ସଂକଟ ଓ ସମସ୍ୟା ଦେଖା ଦେଇଛି । ଆର.ଡବ୍ଲୁ,ଏସ୍.ଏସ୍. ଦ୍ୱାରା ଡି.ଏମ୍.ଏଫ୍. ଓ ସି.ଏସ୍.ଆର. ର ବିନିଯୋଗରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପାନୀୟ ଜଳ ପାଇଁ ବାରମ୍ବାର ପାଇପ୍ ବିଛା ଯାଇଛି । ଥରେ ନୁହେଁ କି ଦୁଇ ଥର ନୁହେଁ, ଅନେକ ଥର ପାଇପ୍ ବିଛା ହୋଇଥିଲେ ମଧ୍ୟ ସେଥିରେ ପାଣି ପଡୁନି । ଏନେଇ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଆର.ଡବ୍ଲୁ,ଏସ୍.ଏସ୍. ର ଉଚ୍ଚ ପଦାଧିକାରୀ ଏବଂ ଏମ୍.ସି.ଏଲ୍.ର ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଦାବୀପତ୍ର ଦେବା ସହ ଅଭିଯୋଗ କରାଯାଇଛି । କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଫଳରେ ସମସ୍ତ ତାଳଚେରବାସୀ ଜଳ ସଂକଟର ଶୀକାର ହେଉଛନ୍ତି । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ପାନୀୟ ଜଳ ସଂକଟରୁ ନିରାକରଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ କଂଗ୍ରେସ୍ ନେତା ରାଜକିଶୋର ସାହୁ, ତାଳଚେର ବ୍ଲକ କଂଗ୍ରେସ୍ ସଭାପତି ବିମ୍ବାଧର ବେହେରା, ବଅଁରପାଳ ବ୍ଲକ କଂଗ୍ରେସ୍ ସଭାପତି ବିନୋଦ ବିହାରୀ ବେହେରା, ଯୁବ କଂଗ୍ରେସ୍ ନେତା କିର୍ତି ରଂଜନ ବିଶୋଇ, ଜଗା ସାମଲ, ବେଡା କାଞ୍ଜି, ସୁନିଲ ପାଣି ପ୍ରମୁଖ ଉପସ୍ଥତ ଥିଲେ ।
୧୫୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାଳଚେରବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ ତାଳଚେର:-ତାଳଚେରରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ୱେ ଅଂଚଳବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଳଚେର ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ବର୍ତମାନ ସ୍ଥିତିରେ ତାପମାତ୍ରାରେ ସର୍ବ ଭାରତୀୟ ସ୍ତରରେ ଏକ ନମ୍ବର ଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଚଳିତ ବର୍ଷ ତାଳଚେର ଉପଖଣ୍ଡର
ତାଳଚେର ବ୍ଲକ, କଣିହାଁ ବ୍ଲକ, ତାଳଚେର ପୌର ପରିଷଦ ଅଂଚଳରେ ପାନୀୟ ଜଳର ଘୋର ସଂକଟ ଓ ସମସ୍ୟା ଦେଖା ଦେଇଛି । ଆର.ଡବ୍ଲୁ,ଏସ୍.ଏସ୍. ଦ୍ୱାରା ଡି.ଏମ୍.ଏଫ୍. ଓ ସି.ଏସ୍.ଆର. ର ବିନିଯୋଗରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପାନୀୟ ଜଳ ପାଇଁ ବାରମ୍ବାର ପାଇପ୍ ବିଛା ଯାଇଛି । ଥରେ ନୁହେଁ କି ଦୁଇ ଥର ନୁହେଁ, ଅନେକ ଥର ପାଇପ୍ ବିଛା ହୋଇଥିଲେ ମଧ୍ୟ ସେଥିରେ ପାଣି ପଡୁନି । ଏନେଇ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଆର.ଡବ୍ଲୁ,ଏସ୍.ଏସ୍. ର ଉଚ୍ଚ ପଦାଧିକାରୀ ଏବଂ ଏମ୍.ସି.ଏଲ୍.ର ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଦାବୀପତ୍ର ଦେବା ସହ ଅଭିଯୋଗ
କରାଯାଇଛି । କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଫଳରେ ସମସ୍ତ ତାଳଚେରବାସୀ ଜଳ ସଂକଟର ଶୀକାର ହେଉଛନ୍ତି । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ପାନୀୟ ଜଳ ସଂକଟରୁ ନିରାକରଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ କଂଗ୍ରେସ୍ ନେତା ରାଜକିଶୋର ସାହୁ, ତାଳଚେର ବ୍ଲକ କଂଗ୍ରେସ୍ ସଭାପତି ବିମ୍ବାଧର ବେହେରା, ବଅଁରପାଳ ବ୍ଲକ କଂଗ୍ରେସ୍ ସଭାପତି ବିନୋଦ ବିହାରୀ ବେହେରା, ଯୁବ କଂଗ୍ରେସ୍ ନେତା କିର୍ତି ରଂଜନ ବିଶୋଇ, ଜଗା ସାମଲ, ବେଡା କାଞ୍ଜି, ସୁନିଲ ପାଣି ପ୍ରମୁଖ ଉପସ୍ଥତ ଥିଲେ ।
- hi go cool unique hp food fog XL TX em go hop home FL to hmmm1
- Post by Banaja SAHOO samay Live news repoter2
- ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ଗୁରୁତର. ଢେଙ୍କାନାଳ ରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର. ଢେଙ୍କାନାଳ ରଗଡି ସାହିରେ ଆଜି ଏଜ ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ପଥଚାରୀ ଗୁରୁତ୍ୱର. ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ. ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି.1
- ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୧୯୪ କୋଟି ଟଙ୍କାର ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।1
- ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।1
- ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଢେଙ୍କାନାଳର ନିହାଲପ୍ରସାଦ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଉଥିବା କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କାମ ଚାଲିଥିବା ବେଳେ ବୋର୍ଡରେ ମଞ୍ଜୁରୀ ବର୍ଷ ୨୦୨୬ ଲେଖାଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜିଲ୍ଲାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- Post by Banaja SAHOO samay Live news repoter1