Shuru
Apke Nagar Ki App…
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗାଁସ୍ଥିତ ମା' ପାର୍ବତୀ ପୀଠ ଆମ୍ବ ତୋଟା ଠାରେ ଏପ୍ରିଲ୍ ୧୪ ତାରିଖରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଖାଇ ଦୋଳି ଓ ଛଟ ଦୋଳି ନିର୍ମାଣ କରାଯିବା ପରେ ପୂଜାର୍ଚ୍ଚନା ପୂର୍ବକ ଦୋଳି ଖେଳ ଆରମ୍ଭ କରାଯାଇଥିଲା। ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା ପରେ ଆଦିବାସୀ ସଂସ୍କୃତିକ ନାଚ ପରିବେଷଣ ଏହାର ମୁଖ୍ୟ ଆକର୍ଷଣ ଥିଲା। ବହୁ ସଂଖ୍ୟାରେ ଝିଅ, ବୋହୂ ଓ ଅନ୍ୟାନ୍ୟ ମହିଳାମାନେ ଏଥିରେ ଉପସ୍ଥିତ ରହି ଦୋଳି ଖେଳିବା ସହ ରଜ ଗୀତ ଗାନ କରିଥିଲେ। ଏହି ମହୋତ୍ସବ ଅବସରରେ, ଆମ୍ ଆଦମୀ ପାର୍ଟି (ଆପ୍) ଦଳର ପାଟଣା ବ୍ଲକ ସଂଯୋଜକ ଖଗେଶ୍ୱର ମହାନ୍ତ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହଙ୍କ ଉପସ୍ଥିତିରେ ଏକ ପାନୀୟ ଜଳ ଯୋଗାଣ ମେଳା ମଧ୍ୟ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ ସୂଚନା ଦେଇଛନ୍ତି ଯେ, କେନ୍ଦୁଝରର ଆମ୍ ଆଦମୀ ପାର୍ଟି ସହାୟତାରେ ଏଠାରେ ତିନିଦିନ ଧରି ପାନୀୟ ଜଳ ଯୋଗାଣ ଜାରି ରହିବ।
ଦୁର୍ଯ୍ୟୋଧନ ପାତ୍ର
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗାଁସ୍ଥିତ ମା' ପାର୍ବତୀ ପୀଠ ଆମ୍ବ ତୋଟା ଠାରେ ଏପ୍ରିଲ୍ ୧୪ ତାରିଖରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଖାଇ ଦୋଳି ଓ ଛଟ ଦୋଳି ନିର୍ମାଣ କରାଯିବା ପରେ ପୂଜାର୍ଚ୍ଚନା ପୂର୍ବକ ଦୋଳି ଖେଳ ଆରମ୍ଭ କରାଯାଇଥିଲା। ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା ପରେ ଆଦିବାସୀ ସଂସ୍କୃତିକ ନାଚ ପରିବେଷଣ ଏହାର ମୁଖ୍ୟ ଆକର୍ଷଣ ଥିଲା। ବହୁ ସଂଖ୍ୟାରେ ଝିଅ, ବୋହୂ ଓ ଅନ୍ୟାନ୍ୟ ମହିଳାମାନେ ଏଥିରେ ଉପସ୍ଥିତ ରହି ଦୋଳି ଖେଳିବା ସହ ରଜ ଗୀତ ଗାନ କରିଥିଲେ। ଏହି ମହୋତ୍ସବ ଅବସରରେ, ଆମ୍ ଆଦମୀ ପାର୍ଟି (ଆପ୍) ଦଳର ପାଟଣା ବ୍ଲକ ସଂଯୋଜକ ଖଗେଶ୍ୱର ମହାନ୍ତ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହଙ୍କ ଉପସ୍ଥିତିରେ ଏକ ପାନୀୟ ଜଳ ଯୋଗାଣ ମେଳା ମଧ୍ୟ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ ସୂଚନା ଦେଇଛନ୍ତି ଯେ, କେନ୍ଦୁଝରର ଆମ୍ ଆଦମୀ ପାର୍ଟି ସହାୟତାରେ ଏଠାରେ ତିନିଦିନ ଧରି ପାନୀୟ ଜଳ ଯୋଗାଣ ଜାରି ରହିବ।
More news from Odisha and nearby areas
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗାଁସ୍ଥିତ ମା' ପାର୍ବତୀ ପୀଠ ଆମ୍ବ ତୋଟା ଠାରେ ଏପ୍ରିଲ୍ ୧୪ ତାରିଖରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଖାଇ ଦୋଳି ଓ ଛଟ ଦୋଳି ନିର୍ମାଣ କରାଯିବା ପରେ ପୂଜାର୍ଚ୍ଚନା ପୂର୍ବକ ଦୋଳି ଖେଳ ଆରମ୍ଭ କରାଯାଇଥିଲା। ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା ପରେ ଆଦିବାସୀ ସଂସ୍କୃତିକ ନାଚ ପରିବେଷଣ ଏହାର ମୁଖ୍ୟ ଆକର୍ଷଣ ଥିଲା। ବହୁ ସଂଖ୍ୟାରେ ଝିଅ, ବୋହୂ ଓ ଅନ୍ୟାନ୍ୟ ମହିଳାମାନେ ଏଥିରେ ଉପସ୍ଥିତ ରହି ଦୋଳି ଖେଳିବା ସହ ରଜ ଗୀତ ଗାନ କରିଥିଲେ। ଏହି ମହୋତ୍ସବ ଅବସରରେ, ଆମ୍ ଆଦମୀ ପାର୍ଟି (ଆପ୍) ଦଳର ପାଟଣା ବ୍ଲକ ସଂଯୋଜକ ଖଗେଶ୍ୱର ମହାନ୍ତ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହଙ୍କ ଉପସ୍ଥିତିରେ ଏକ ପାନୀୟ ଜଳ ଯୋଗାଣ ମେଳା ମଧ୍ୟ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ ସୂଚନା ଦେଇଛନ୍ତି ଯେ, କେନ୍ଦୁଝରର ଆମ୍ ଆଦମୀ ପାର୍ଟି ସହାୟତାରେ ଏଠାରେ ତିନିଦିନ ଧରି ପାନୀୟ ଜଳ ଯୋଗାଣ ଜାରି ରହିବ।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରି ଗ୍ରାମର କେରି ଛକରେ ଗତକାଲି କାଳବୈଶାଖୀ ବଜ୍ରପାତ ଯୋଗୁଁ ଏକ ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏହି ଘଟଣା ଯୋଗୁଁ ଗତକାଲିଠାରୁ ଗ୍ରାମର ପ୍ରାୟ ୪୦୦ରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ରଜ ପର୍ବ ସମୟରେ ବିଦ୍ୟୁତ ସେବା ବ୍ୟାହତ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ନିରାଶା ଦେଖାଦେଇଛି। ପ୍ରବଳ ଗରମ, ଗୁଳୁଗୁଳି ଏବଂ ମଶା ଉପଦ୍ରବ ଯୋଗୁଁ ଘର ଭିତରେ ରହିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପଟେ, ଗରମରୁ ରକ୍ଷା ପାଇବା ପାଇଁ ସାପମାନେ ଗାତରୁ ବାହାରି ସିଧା ଘର ଭିତରକୁ ପଶି ଆସୁଥିବାରୁ ଲୋକେ ବାହାରେ ଶୋଇବାକୁ ମଧ୍ୟ ଭୟ କରୁଛନ୍ତି। ଏହି ଅନ୍ଧାର ରାତିରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଗ୍ରାମବାସୀ ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏହି ସମସ୍ୟାର ଗାମ୍ଭୀର୍ଯ୍ୟକୁ ବୁଝି ଏକ ନୂଆ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବାକୁ ଦୃଢ଼ ଦାବି କରିଛନ୍ତି।2
- ଦେବଗଡ଼ ଜିଲ୍ଲାର ବାରକୋଟ ରାଜପଥ ବିଭାଗ ଡାକ ବଙ୍ଗଳାଠାରେ ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଫୋରମର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରକୋଟ ବ୍ଲକ ବରିଷ୍ଠ ନାଗରିକ ଫୋରମର ସଭାପତି ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଭାପତି ଶ୍ରୀ ସାହୁ ବାରକୋଟଠାରେ ଶବ ବ୍ୟବଚ୍ଛେଦ ଗୃହର ବ୍ୟବହାର ଏବଂ ବାରକୋଟ ବ୍ଲକ ଛକ ଓ ବଣେଇଁ ଛକରେ ପରିଶ୍ରାଗାର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଆସନ୍ତା ମାସରୁ ବାରକୋଟ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଚାରା ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫୋରମର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ବରିଷ୍ଠ ନାଗରିକ ପରିଚୟପତ୍ର ପାଇଁ ଆବେଦନ କରିବା ଏବଂ ସରକାରଙ୍କ ଠାରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ହାସଲ ସମ୍ବନ୍ଧରେ ବ୍ୟାପକ ଆଲୋଚନା ହୋଇଥିଲା। ଶେଷରେ, ବାରକୋଟ ବ୍ଲକ ବରିଷ୍ଠ ନାଗରିକ ଫୋରମର ପ୍ରବକ୍ତା ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତର ସେଣ୍ତକାପ ଓ ଗୋବର୍ଦ୍ଧନ ସମେତ ବିଭିନ୍ନ ଗ୍ରାମରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହେଉଛି। ଜୁନ୍ ୧୪ ତାରିଖରେ ଏହି ତିନି ଦିନିଆ ଗଣପର୍ବର ଆରମ୍ଭ ହୋଇଥିବାବେଳେ ଘରେ ଘରେ ସ୍ୱାଦିଷ୍ଟ ପିଠାପଣା ପ୍ରସ୍ତୁତ କରାଯାଉଛି ଏବଂ ସମସ୍ତେ ନୂଆ ପୋଷାକ ପରିଧାନ କରି ଆନନ୍ଦ ଉଲ୍ଲାସରେ ଏହାକୁ ପାଳନ କରୁଛନ୍ତି। ଗୋବର୍ଦ୍ଧନ ହାଇସ୍କୁଲ ପଡିଆରେ ଖାଇ ଦୋଳି, ଚକ୍ରି ଦୋଳି ଓ ପଟା ଦୋଳି ସମେତ ମୋଟ ୧୬ଟି ଦୋଳି ନିର୍ମାଣ କରାଯାଇଛି। ଆଖଣ୍ଡଳେଶ୍ୱର ମନ୍ଦିରର ପୂଜକ ଶଶିକାନ୍ତ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଝିଅ, ବୋହୂ ଓ ମହିଳାମାନେ ଉପସ୍ଥିତ ରହି ଦୋଳି ଖେଳିବା ସହ ରଜ ଗୀତ ବୋଲିଥିଲେ। ପ୍ରଥମ ରଜ ଅବସରରେ ବିଶିଷ୍ଟ ଅଭିନେତ୍ରୀ ଜ୍ୟୋତିରମୟୀ କର ଓ ରୋଜାଲିନ୍ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ରାତ୍ରିରେ ମନୋରଞ୍ଜନ ପାଇଁ ଡ୍ୟାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଜୁନ୍ ୧୫ ଓ ୧୬ ତାରିଖରେ ମହିଳାମାନଙ୍କ ଦ୍ୱାରା ରଜ ଦୋଳି ଖେଳ ସହ ରଜଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଜୁନ୍ ୧୭ ତାରିଖରେ ରଜବତୀ ବିବାହ ଓ ରଜ ବିଦାୟୀ ନାଚଗୀତରେ ମହିଳାମାନେ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମର ବିନତା ନାଏକ, ଅନିଳା ସାହୁ, ଅଞ୍ଜଳି ନାଏକ, ସରସ୍ୱତୀ ନାଏକ, ଚାଇଁଚ ଦେହୁରୀ, ରଶ୍ମୀ ନାଏକ, ନନ୍ଦିନୀ ନାଏକ, ବିଳାସ ବେହେରା ଓ ଲିଲିମନି ସାହୁ ପ୍ରମୁଖ ଏହାର ପରିଚାଳନାରେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ସେଣ୍ତକାପ ପୋଇ ଆମ୍ବତୋଟା ଠାରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ତିନୋଟି ଖାଇ ଦୋଳି, ତିନୋଟି ଝୁଲା ଦୋଳି ସମେତ ପଟା ଦୋଳି ଆଦି ନିର୍ମାଣ କରାଯାଇଛି। ଉପେନ୍ଦ୍ର ଦେହୁରୀଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ଉପସଭାପତି ଗୋପୀନାଥ ରାମ ମୁଖ୍ୟଅତିଥି ଭାବେ, ରାଇସୁଆଁ ବିଜେପି ମଣ୍ଡଳ ସଭାପତି ସମୀର କୁମାର ସାହୁ ମୁଖ୍ୟବକ୍ତା ଭାବେ ଏବଂ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ମଧୁସ୍ମିତା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟର ଲୋକଙ୍କ ସମାଗମ ହେଉଥିବାବେଳେ ଝିଅ, ବୋହୂ ଓ ମହିଳାମାନେ ଦୋଳି ଖେଳି ରଜ ଗୀତ ବୋଲୁଛନ୍ତି। ସେଣ୍ତକାପ ଗ୍ରାମରେ ମଧ୍ୟ ତିନିଦିନ ଧରି ଏହି ରଜ ମହୋତ୍ସବ ପାଳନ କରାଯାଉଛି। ଏହା ବ୍ୟତୀତ ପଦ୍ମପୁର, ପୁଟୁଳିଆ, ବନାଯୋଡି, ସିଲିସୁଆଁ, ସାହାଡାପୁର, ଶଙ୍କିରୀ, ଜଡିପଦା, ଭାଟୁଣିଆଁ, ମୁକୁନା, ପୋଟଳ, ବଣୁଆଁ, କେନ୍ଦୁପଶି, ନରସିଂହପୁର, ନୂଆଗାଁ, ହାତୀକୁଚା, ଡିମିରିଡିହା, ବୀରକିଶୋରପୁର, ବିସ୍ତାପାଳ, ପୋଇପାଣି, କାଦଗଡ, ଦାବାଙ୍କ, ଜାମୁଡିହା, କଶିରାପାଟଣା, ମହାଦେଇଯୋଡା, କୁସୁମିତା, ବରଦାପାଳ, ମଦରଙ୍ଗାଯୋଡି, ଟିକରପଡା, ରାଇସୁଆଁ, ଗୋପୀନାଥପୁର, ଜଗନ୍ନାଥପୁର, ପଳାସପଙ୍ଗା, ପର୍ଜନପୁର, ନଇଗାଁ, ଟାଙ୍ଗରାଣୀ, କେରୀ, ଡିମ୍ବୋ ଓ ନରଣପୁର ଆଦି ଅଞ୍ଚଳରେ ମଧ୍ୟ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି।4
- ରଜ ପର୍ବର ପ୍ରଥମ ଦିନରେ ସାରା ରାଜ୍ୟରେ ଉତ୍ସବର ପରିବେଶ ଥିବାବେଳେ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ (NH-49) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ମାତ୍ର ୨୦୦ ମିଟର ଦୂରତାରେ ଏବଂ ୧୦ ମିନିଟ୍ ବ୍ୟବଧାନରେ ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି, ଯେଉଁଥିରେ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଦୁର୍ଘଟଣାଟିରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ କୁଆଁର ଗ୍ରାମର ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସେହି ଦୁଇ ଭାଇ ରଜ ଉତ୍ସବ ଦେଖି ବାୟାପଣ୍ଡାଧାର ଆଡୁ ନିଜ ଗ୍ରାମ କୁଆଁରକୁ ଏକ ବାଇକରେ ଫେରୁଥିବାବେଳେ କଲୋନୀ ଛକ ନିକଟରେ ଏକ ଅଜଣା 'ଲାଇନ୍ ଟ୍ରକ୍' ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ୍ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିପରି ଅପରାହ୍ନ ପ୍ରାୟ ୩ଟା ବେଳେ, ପ୍ରଥମ ଦୁର୍ଘଟଣା ସ୍ଥଳରୁ ମାତ୍ର ଅଳ୍ପ ଦୂରରେ ଥିବା ମଙ୍ଗଳା ମନ୍ଦିର ଛକ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି। ଏକ 'ଲାଇନ୍ ଟ୍ରକ୍' ପୁଣି ଏକ ବାଇକକୁ ଧକ୍କା ଦେବା ଫଳରେ ସେଥିରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ମୃତକମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ, ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏହି ଦୁର୍ଘଟଣା ପରେ NH-49 ରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କର ସମାଗମ ଯୋଗୁଁ ଯାତାୟାତ ବନ୍ଦ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଛି।1