Shuru
Apke Nagar Ki App…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଆଜି ତାହାର ୧୩୪ତମ ସଂସ୍କରଣ ସହିତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଥର ପରି ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ବିଶେଷ ଭାବେ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ।
Top Headlines News Today
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଆଜି ତାହାର ୧୩୪ତମ ସଂସ୍କରଣ ସହିତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଥର ପରି ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ବିଶେଷ ଭାବେ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ।
More news from Nabarangpur and nearby areas
- ଓଡ଼ିଶାରେ ଜଣେ ବୃଦ୍ଧା ମହିଳା ନିଜର ଭତ୍ତା ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଧୁବାବୁ ପେନସନ୍ ଯୋଜନା ସମ୍ବନ୍ଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରି ବୃଦ୍ଧା ଜଣକ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ନିଜର ଶକ୍ତ ମତାମତ ଶୁଣାଇଛନ୍ତି।1
- ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।1
- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ଏବଂ ମୃତ, ସ୍ଥାନାନ୍ତରିତ ତଥା ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ମେ ୩୦ ତାରିଖରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ଏହି କାର୍ଯ୍ୟ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି। ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଏହି ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ମତଦାତାଙ୍କ ମଧ୍ୟରୁ ୯୫.୬୩ ପ୍ରତିଶତ (୨,୩୯,୦୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ମତଦାତାଙ୍କ ମଧ୍ୟରୁ ୯୫.୫୧ ପ୍ରତିଶତ (୨,୪୩,୮୪୮ ଜଣ)ଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି। ଏସ୍ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରି ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସେ ଆହୁରି ପରାମର୍ଶ ଦେଇଛନ୍ତି ଯେ, ଏସ୍ଆଇଆର୍କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ କିମ୍ବା Voter Helpline App ମାଧ୍ୟମରେ ସେବା ପାଇପାରିବେ। ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।2
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।1
- ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ନବରଙ୍ଗପୁର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନବରଙ୍ଗପୁର ରେଞ୍ଜ ଅନ୍ତର୍ଗତ ଦସପୁର ଜଙ୍ଗଲ ନିକଟରେ ଚାଲିଥିବା ଏକ ଗୁପ୍ତ ଡିଲ୍ ବେଳେ ବନ ବିଭାଗ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ଚାରି ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିଲା ବୋଲି ସୂଚନା ମିଳିଛି। ବର୍ତ୍ତମାନ ଚୋରା ଚାଲାଣର ଚେର କେତେ ଦୂର ଲମ୍ବିଛି, ସେନେଇ ନବରଙ୍ଗପୁର ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।1
- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକୋଞ୍ଚ ପୋଲିସ ଥାନା କ୍ଷେତ୍ରରେ ଏକ ଅଭାବନୀୟ ବାଇକ ଦୁର୍ଘଟଣାରେ ୨୦ ବର୍ଷୀୟ ଦିଗାମ୍ବର ନାଏକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିରେ ଅଣ୍ଡିରାକୋଞ୍ଚ ଥାନା ସମ୍ମୁଖରେ ଶବ ରଖି ରାଜରାସ୍ତାରେ ଅଟଳ ରହିଛନ୍ତି। ପୋଲିସର ସହଯୋଗ ଅଭାବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୃତ ଯୁବକ ଦିଗାମ୍ବର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ଦୁରଖାଲ ଗ୍ରାମର ଜଲଧର ନାଏକଙ୍କ ପୁଅ ବୋଲି ଜଣାପଡିଛି। ମାଇକଞ୍ଚ ଗ୍ରାମପଞ୍ଚାୟତର ଅଣ୍ଡିରାକୋଞ୍ଚ ଥାନା ଅଧୀନସ୍ଥ କୁପାଖାଳ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ଜଣେ ଯୁବକ ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପଡିରହିଥିଲେ। ମୃତକଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଜଣେ ଡ଼ଙ୍ଗାସିଲର ବ୍ୟକ୍ତିଙ୍କୁ ଅଣ୍ଡିରାକୋଞ୍ଚ ପୋଲିସ ଏକ ବାଇକ ସହ ଥାନାରେ ଅଟକ ରଖିଥିଲେ ମଧ୍ୟ ପରେ ତାଙ୍କୁ ଛାଡି ଦିଆଯାଇଛି। ଦୁର୍ଘଟଣା ପରେ ଗୁରୁତର ଯୁବକଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ଅଣ୍ଡିରାକୋଞ୍ଚ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ପୋଲିସ ନିର୍ଦ୍ଦେଶ ଦେଇଥିଲା ଯେ କ୍ଷତିପୂରଣ ଓ ଶବ ବ୍ୟବଛେଦ କାଶୀପୁରରେ କରାଯିବ। କିନ୍ତୁ, ପରିବାର ଲୋକେ ଅଧରାତିରୁ କାଶୀପୁରରେ ପହଞ୍ଚିବା ପରେ ଅଣ୍ଡିରାକୋଞ୍ଚ ଥାନା ଅଧିକାରୀ ସମସ୍ତ ଯୋଗାଯୋଗ ବନ୍ଦ କରିଦେଇଥିବା ଅସହାୟ ପରିବାର ଅଭିଯୋଗ କରି ପୋଲିସର ସହଯୋଗକୁ ନିନ୍ଦା କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି ଯେ ଏହି ଘଟଣାରେ ନ୍ୟାୟ ମିଳୁ ଏବଂ କ୍ଷତିପୂରଣ ପ୍ରଦାନ କରାଯାଉ। ସେମାନେ ନିଜ ଦାବିରେ ଅଟଳ ରହି ଶବକୁ କାଶୀପୁରରୁ ଆଣି ଅଣ୍ଡିରାକୋଞ୍ଚ ଥାନା ଆଗରେ ରଖି ପ୍ରତିବାଦ କରୁଛନ୍ତି।1
- ଏକ ସମୟ ଥିଲା ଯେତେବେଳେ ଅବସର ନେବା ପରେ ମଧ୍ୟ ପେନସନ ରାଶି ପାଇବା ପାଇଁ ବର୍ଷ ବର୍ଷ ଧରି ଧା ଦୌଡ଼ କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ଯାହା ଅନୁସାରେ ଅବସର ଦିନ ହିଁ ସମସ୍ତ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଉଛି। ଏହିକ୍ରମରେ ଆଜି ଶନିବାର ପୂର୍ବାହ୍ନ ଏଗାରଟା ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋବର୍ଦ୍ଧନପୁର କ୍ଲଷ୍ଟରର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାସଙ୍କୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ବିଶ୍ୱନାଥପୁର ବିଇଓ ଅଫିସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସମସ୍ତ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1