Shuru
Apke Nagar Ki App…
ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳର ଅନେକ ଅନେକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଚଳିତ ବର୍ଷ ସମସ୍ତ ଚାଷୀ ଭାଇଙ୍କ ପାଇଁ ଶୁଭଙ୍କର ହେଉ। ଧରିତ୍ରୀ ମା' ଶସ୍ୟଶ୍ୟାମଳା ହେଉ ଏବଂ ସମସ୍ତଙ୍କ ଘର ଧନଧାନ୍ୟରେ ପୂରିଉଠୁ। 🚩ଜୟ ଶ୍ରୀରାମ 🙏 ଜୟ କିଶାନ
Ajira Samachar
ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳର ଅନେକ ଅନେକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଚଳିତ ବର୍ଷ ସମସ୍ତ ଚାଷୀ ଭାଇଙ୍କ ପାଇଁ ଶୁଭଙ୍କର ହେଉ। ଧରିତ୍ରୀ ମା' ଶସ୍ୟଶ୍ୟାମଳା ହେଉ ଏବଂ ସମସ୍ତଙ୍କ ଘର ଧନଧାନ୍ୟରେ ପୂରିଉଠୁ। 🚩ଜୟ ଶ୍ରୀରାମ 🙏 ଜୟ କିଶାନ
More news from ଓଡ଼ିଶା and nearby areas
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୧/୦୪/୨୦୨୬ ମଙ୍ଗଲଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by SONEPUR NEWS1
- ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହେଉଥିବା ମହେନ୍ଦ୍ର ମାଝୀ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ରେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଅମରପାଲି କୁ ହରାଇ ଘଣ୍ଟପାଲି ବିଜୟୀ ହୋଇ ଚାମ୍ପିଅନ ହୋଇଛି। ସୋମବାର ସନ୍ଧ୍ୟାରେ ପ୍ରଥମ ମ୍ୟାଚ୍ ଟି ଜେମସ୍ ଷ୍ଟାର କ୍ରିକେଟ କ୍ଲବ ଅମରପାଲି ଓ କର୍ଡାପାଲ ମଧ୍ୟରେ ହୋଇଥିଲା। ଏଥିରେ କର୍ଡାପାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୬୨ ରନ କରିଥିଲା। ଜବାବରେ ଅମରପାଲି ଦଳ ୫.୧ ଓଭର ରେ କୌଣସି ଉଇକେଟ ନ ହରାଇ ଆବଶ୍ୟକ ୬୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ ଟି ମୁର୍ଷୁଣ୍ଢୀ ଓ ଖୁଣ୍ଟୁଲାପାଲି ମଧ୍ୟରେ ହୋଇଥିଲା। ଏଥିରେ ଖୁଣ୍ଟୁଲାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୫୬ ରନ କରିଥିଲା। ଜବାବରେ ମୁର୍ଷୁଣ୍ଢୀ ୬ ଓଭର ରେ ୪ ଉଇକେଟ ହରାଇ ୫୨ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ଜଟେସିଂହା ଓ କେନଝିରିଆପାଲି ମଧ୍ୟରେ ହୋଇଥିଲା। ଏଥିରେ କେନଝିରିଆପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୫୪ ରନ କରିଥିଲା। ଜବାବରେ ଜଟେସିଂହା ଦଳ ୫.୪ ଓଭର ରେ ୩ ଉଇକେଟ ହରାଇ ଆବଶ୍ୟକୀୟ ୫୫ ରନ କରି ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ ଟି ଘଣ୍ଟପାଲି ଓ ହିଙ୍ଗମା ମଧ୍ୟରେ ହୋଇଥିଲା। ଏଥିରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୫ ଉଇକେଟ ହରାଇ ୪୭ ରନ କରିଥିଲା। ଜବାବରେ ହିଙ୍ଗମା ୬ ଓଭର ରେ ସମସ୍ତ ଉଇକେଟ ହରାଇ ୪୪ ରନ କରି ପରାସ୍ତ ହୋଇଥିଲା। ପ୍ରଥମ ମ୍ୟାଚ୍ ର ବିଜେତା ଅମରପାଲି ଓ ଦ୍ୱିତୀୟ ମ୍ୟାଚ୍ ର ବିଜେତା ଖୁଣ୍ଟୁଲାପାଲି ମଧ୍ୟରେ ପୁଲ - ବି ର ପ୍ରଥମ କ୍ୱାର୍ଟର ଫାଇନାଲ ଖେଳା ଯାଇଥିଲା। ଏଥିରେ ଖୁଣ୍ଟୁଲାପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୬ ଉଇକେଟ ହରାଇ ୫୨ ରନ କରିଥିଲା। ଜବାବରେ ଅମରପାଲି ଜେମ୍ସ ଷ୍ଟାର୍ ଦଳ ୫.୪ ଓଭର ରେ ୪ ଉଇକେଟ ହରାଇ ଆବଶ୍ୟକୀୟ ୫୩ ରନ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ର ବିଜେତା ଜଟେସିଂହା ଓ ଚତୁର୍ଥ ମ୍ୟାଚ୍ ର ବିଜେତା ଘଣ୍ଟପାଲି ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୪୮ ରନ କରିଥିଲା। ଜବାବରେ ଜଟେସିଂହା ୬ ଓଭର ରେ ୪୪ ରନ କରି ପରାସ୍ତ ହୋଇଥିଲା। ଘଣ୍ଟପାଲି ଓ ଅମରପାଲି ଜେମ୍ସ ଷ୍ଟାର୍ ମଧ୍ୟରେ ହୋଇଥିବା ସେମି ଫାଇନାଲ ରେ ଅମରପାଲି ୬ ଓଭର ରେ ୪୪ ରନ କରିଥିବା ବେଳେ ଘଣ୍ଟପାଲି ୪.୩ ଓଭର ରେ ୪୫ ରନ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍ ଟି ଘଣ୍ଟପାଲି ଓ ପ୍ରଥମ ଦିନର ବିଜେତା। ଫ୍ରେଣ୍ଡସ କ୍ଲବ ଅମରପାଲି ମଧ୍ୟରେ ହୋଇଥିଲା। ଏଥିରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୫ ଉଇକେଟ ହରାଇ ୫୪ ରନ କରିଥିବା ବେଳେ ଅମରପାଲି ୩.୫ ଓଭର ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୯ ରନ କରି ପରାସ୍ତ ହୋଇଥିଲା। ଫଳରେ ଘଣ୍ଟପାଲି ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସୁବଳୟା ମଣ୍ଡଳ ଭାଜପା ସଭାପତି ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଥିଲେ। ଚାମ୍ପିଅନ ଦଳକୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ ବିଜେତା ଦଳକୁ ନଗଦ ୫ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ମ୍ୟାଚ୍ ଗୁଡିକରେ ଜୟ ପ୍ରକାଶ ସାହୁ ଓ ସମ୍ବିତ ମାଝୀ ଅମ୍ପାୟାର , ଅଂଶୁମାନ ପ୍ରଧାନ ସ୍କୋରିଙ୍ଗ ଏବଂ ତଥାଗତ ସାହୁ ଓ ପୀତାମ୍ବର ସାହୁ ଧାରାବୀବରଣୀ ପ୍ରଦାନ କରିଥିଲେ।3
- Post by BAHUJAN ADHIKAR1
- ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।4
- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।1
- ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳର ଅନେକ ଅନେକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଚଳିତ ବର୍ଷ ସମସ୍ତ ଚାଷୀ ଭାଇଙ୍କ ପାଇଁ ଶୁଭଙ୍କର ହେଉ। ଧରିତ୍ରୀ ମା' ଶସ୍ୟଶ୍ୟାମଳା ହେଉ ଏବଂ ସମସ୍ତଙ୍କ ଘର ଧନଧାନ୍ୟରେ ପୂରିଉଠୁ। 🚩ଜୟ ଶ୍ରୀରାମ 🙏 ଜୟ କିଶାନ1